Posted inଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

କେପ୍‌ଟାଉନ,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗୁରୁବାର କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ ଆଇସିସି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଭାରତ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ । ତେବେ ବିଗତ ୬ ବର୍ଷ ମଧ୍ୟରେ ଆଇସିସି ଟୁର୍ନାମେଣ୍ଟଗୁଡିକରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦୁଇ ବର୍ଷ ପୂର୍ବେ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଓ ରାଜ୍ୟ ଗୋଷ୍ଠୀ କ୍ରିକେଟ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଅପରାଜେୟ ରହି ଯୋଗ୍ୟତା ହାସଲ କରିଥିବା ବେଳେ ଭାରତ ୪ରୁ ୩ଟି ମ୍ୟାଚ୍‌ ଜିତିଥିଲା। ଭାରତ ଇଂଲଣ୍ଡ ନିକଟରୁ ହାରିଥିବା ବେଳେ ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ତେବେ ଏହା ମଧ୍ୟରୁ ଗୋଟିଏ ବି ବିଜୟ ଆତ୍ମବିଶ୍ୱାସ ଭରା ନ ଥିଲା।

ଗୁରୁବାରର ସେମିଫାଇନାଲ ମୁକାବିଲା ଜିତିବାକୁ ହେଲେ ଭାରତକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ପଡିବ। ବ୍ୟାଟିଂରେ ରିଚା ଘୋଷ, ସ୍ମୃତି ମାନ୍ଧନା ଓ ବୋଲିଂରେ ରେଣୁକା ସିଂ ଠାକୁରଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏହା ସହିତ ଡଟ୍‌ ବଲ୍‌ ଭାରତର ଏକ ବଡ ସମସ୍ୟା ରହିଛି। ଭାରତୀୟ ଖେଳାଳିମାନେ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାରେ ବିଫଳ ହେଉଥିବା ବେଳେ ଅଧିକ ଡଟ୍‌ ବଲ୍‌ ଖେଳୁଛନ୍ତି। ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଓ ଦକ୍ଷିଣ ଆଫ୍ରିକା ତ୍ରିରାଷ୍ଟ୍ରୀୟ ସିରିଜରେ ମଧ୍ୟ ଦଳ ସମାନ ଢଙ୍ଗରେ ଖେଳିଥିଲା। ବିଶ୍ୱକପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଇଂଲଣ୍ଡ ବିପକ୍ଷରେ ୫୧ ଓ ଆୟର୍ଲାଣ୍ଡ ବିପକ୍ଷରେ ୪୧ଟି ଡଟ୍‌ ବଲ୍‌ ଖେଳିଥିଲେ ଭାରତୀୟ ବ୍ୟାଟର। ଓପନର ଶେଫାଳି ବର୍ମା ଓ ହରମନ୍‌ପ୍ରୀତ୍‌ କୌର୍‌ ବଡ ଶଟ୍‌ ଖେଳିବାର ଦକ୍ଷତା ରଖିଥାନ୍ତି। ମାତ୍ର ଚଳିତ ବିଶ୍ୱକପ୍‌ରେ ଉଭୟ ଖେଳାଳିଙ୍କ ବ୍ୟାଟ୍‌ ନୀରବ ରହିଛି।

ଜେମିମା ରୋଡ୍ରିଗୁଏଜଙ୍କ ପ୍ରଦର୍ଶନ ଆଭରେଜ ରହିଥିବା ବେଳେ ବଡ ମ୍ୟାଚରେ ତାଙ୍କୁ ମଧ୍ୟ ଫର୍ମକୁ ଫେରିବାକୁ ପଡିବ। ବୋଲିଂରେ ରେଣୁକା ସିଂ ଠାକୁର ଓ ସ୍ପିନ ବିଭାଗରେ ଦୀପ୍ତି ଶର୍ମାଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳିଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ପୂଜା ବସ୍ତ୍ରକାର, ରାଜେଶ୍ୱରୀ ଗାଏକ୍ୱାଡ, ରାଧା ଯାଦବ ଓ ଅଭିଜ୍ଞ ଶିଖା ପାଣ୍ଡେଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ୨୦୨୧ ପରଠାରୁ ଅଷ୍ଟ୍ରେଲିଆ ମାତ୍ର ଦୁଇଟି ମ୍ୟାଚରେ ପରାଜିତ ହୋଇଛି। ସଂଯୋଗବଶତଃ ଉଭୟ ପରାଜୟ ଭାରତ ବିପକ୍ଷରେ ଆସିଛି। ଭାରତୀୟ ଦଳ ପ୍ରଥମ ସେମିରେ ସମାନ ସଫଳତା ଆଉ ଥରେ ଦୋହରାଇବାକୁ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?