Posted inଖେଳ

ଏଲିସା ହିଲି ୟୁପି ଓ୍ବାରିୟର୍ଜ ଅଧିନାୟିକା

ଲକ୍ଷ୍ନୌ,୨୩ା୨(ପି.ଟି.): ଆସନ୍ତା ମାସରେ ମୁମ୍ବାଇରେ ହେବାକୁଥିବା ଉଦ୍‌ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ୟୁପି ଓ୍ବାରିୟର୍ଜ ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟର ଏଲିସା ହିଲିଙ୍କୁ ଦଳର ଅଧିନାୟିକା ମନୋନୀତ କରିଛି। କାପ୍ରି ଓ୍ବାରିୟର୍ଜ ହୋଲ୍‌ଡିଂ ପ୍ରାଇଭେଟ ଲିମିଟେଡ୍‌ ହେଉଛି ୟୁପି ଓ୍ବାରିୟର୍ଜ ଫ୍ରାଞ୍ଚାଇଜର ମାଲିକ। ହିଲି ହେଉଛନ୍ତି ଅଭିଜ୍ଞ ଓ ମହିଳା କ୍ରିକେଟରେ ଏକ ପରିଚିତ ନାମ। ସେ ଅଷ୍ଟ୍ରେଲିଆ ତରଫରୁ ୧୩୯ ଟି୨୦ ଖେଳି ୧୪ ଅର୍ଦ୍ଧଶତକ ସହ ୨,୫୦୦ ପାଖାପାଖି ରନ ସଂଗ୍ରହ କରିଛନ୍ତି। ଏହି ଖେଳରେ ତାଙ୍କୁ ଅନ୍ୟତମ ଶ୍ରେଷ୍ଠ ଉଇକେଟକିପର ବ୍ୟାଟର ବିବେଚନା କରାଯାଏ। ଇଂଲଣ୍ଡର ଜନ୍‌ ଲିଓ୍ବିସ ୟୁପି ଓ୍ବାରିୟର୍ଜର କୋଚ୍‌ ରହିଥିବା ବେଳେ ଅଞ୍ଜୁ ଜୈନ ସହକାରୀ କୋଚ୍‌ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଆଶ୍‌ଲେ ନୋଫ୍‌କି ବୋଲିଂ କୋଚ୍‌ ରହିଥିବା ବେଳେ ୪ଥର ବିଶ୍ୱଚାମ୍ପିୟନ ଲିସା ଷ୍ଠାଲେକର ଦଳର ମେଣ୍ଟର ଅଛନ୍ତି। ଡବ୍ଲ୍ୟୁପିଏଲ୍‌ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ। ବ୍ରାବୋର୍ନ ଷ୍ଟାଡିୟମ ଓ ଡିଓ୍ବାଇ ପାଟିଏ ଷ୍ଟାଡିୟମରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ଟୁର୍ନାମେଣ୍ଟରେ ୟୁପି ଓ୍ବାରିୟର୍ଜ ଏହାର ପ୍ରଥମ ମ୍ୟାଚ ମାର୍ଚ୍ଚ ୫ରେ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷରେ ଖେଳିବ।
ୟୁପି ଓ୍ବାରିୟର୍ଜ ଦଳ: ଏଲିସା ହିଲି (ଅଧିନାୟକ), ସୋଫି ଏକ୍ଲେଷ୍ଟୋନ୍‌, ଦୀପ୍ତି ଶର୍ମା, ଟାଲିଆ ମ୍ୟାକ୍‌ଗ୍ରା, ଶବନିମ ଇସ୍‌ମାଇଲ, ଅଞ୍ଜଳି ସାର୍ବନୀ, ରାଜେଶ୍ୱରୀ ଗାଏକ୍ୱାଡ, ପାର୍ଶ୍ୱବୀ ଚୋପ୍ରା, ଶ୍ୱେତା ଶେରାଓ୍ବତ, ଏସ୍‌. ୟାଶାରି, କିରଣ ନାଭଗିରେ, ଗ୍ରେସ୍‌ ହାରିସ, ଦେବୀକା, ବୈଦ୍ୟ, ଲରେନ ବେଲ୍‌, ଲକ୍ଷ୍ମୀ ଯାଦବ ଓ ସିମ୍‌ରନ ଶେଖ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?