Posted inଜାତୀୟ

ଇସି ଅର୍ଡର ଉପରେ ସ୍ଥଗିତାଦେଶ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୨: ଭାରତର ନିର୍ବାଚନ କମିଶନ (ଇସିଆଇ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଓ ନିର୍ବାଚନୀ ଚିହ୍ନ ‘ଧନୁଶର’ ପ୍ରଦାନ କରିଥିବାବେଳେ ଏହି ଅର୍ଡର ଉପରେ ସ୍ଥଗିତାଦେଶ ଜାରି ପାଇଁ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସର୍ବୋଚ୍ଚ ଅଦାଲତ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। କିନ୍ତୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଫଳରେ ଶିନ୍ଦେ ଗୋଷ୍ଠୀ ଆଶ୍ୱସ୍ତି ଲାଭ କରିଥିବାବେଳେ ଉଦ୍ଧବ ଗୋଷ୍ଠୀକୁ ଆଉ ଏକ ଝଟ୍‌କା ଲାଗିଛି।

ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ପି.ଏସ୍‌. ପର୍ଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଇସିଙ୍କ ରାୟକୁ ଚ୍ୟାଲେଞ୍ଜ ଉପରେ ଶିନ୍ଦେ ଗୋଷ୍ଠୀକୁ ୨ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଶିନ୍ଦେ ଗୋଷ୍ଠୀ ଜବାବୀ ସତ୍ୟପାଠ ଦାଖଲ କରିବା ପରେ ଖଣ୍ଡପୀଠ ତାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ଉଭୟ ପକ୍ଷଙ୍କ ଯୁକ୍ତି ନ ଶୁଣି କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ମୋହନ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କ ୨ଟି ପିଲା ଥିଲେ…

ଭୋପାଳ,୧୦।୬: ସରକାରୀ କର୍ମଚାରୀ ଏବଂ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି: ସେମାନେ ଆଉ “ଦୁଇ ସନ୍ତାନ” ନିୟମର ଅଧୀନରେ ରହିବେ ନାହିଁ। ମଧ୍ୟପ୍ରଦେଶ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

କଂଗ୍ରେସରେ ମିଶିଯିବ TMC? ରାହୁଲଙ୍କୁ ଭେଟିଲେ… ରାଜନୀତିରେ ବଡ଼ ହଲଚଲ!

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଖିନ୍‌ଭିନ୍‌ ହେଉଥିବା ପରି ମନେ ହେଉଛି, ଦଳର ନେତାମାନେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଏହା…

ଦିଦିଙ୍କୁ ଝଟ୍‌କା ପରେ ଝଟ୍‌କା: ପୁଣି ଏମ୍‌ପି ଦେଲେ ଇସ୍ତଫା

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି)କୁ ଆଉ ଏକ ଝଟକା ଲାଗିଛି। ଏମ୍‌ପି ସୁସ୍ମିତା ଦେବ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ…

ଏଲନ ମସ୍କଙ୍କୁ ଜୋରଦାର ଝଟକା: ରୋକିଲା ଭାରତ

ଓ୍ବାଶିଂଟନ୍‌,୧୦।୬: ଏଲନ ମସ୍କଙ୍କୁ ଏକ ବଡ଼ ଝଟକା ଲାଗିଛି। ଭାରତ ସରକାର ଷ୍ଟାରଲିଙ୍କ ସେବା ଆରମ୍ଭ ପାଇଁ ଅନୁମୋଦନକୁ ବନ୍ଦ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଷ୍ଟାରଲିଙ୍କ…

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଏହି ନାମରେ…

କୋଲକାତା,୧୦ା୬: ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଛି ‘ଧାମ’ ଶବ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧକ୍ରମେ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri