Posted inଖେଳ

ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ

ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍‌ (୬୧ କିଲୋଗ୍ରାମ୍‌ କାଟେଗୋରି) ନାମକ ଜଣେ ଭାରୋତ୍ତୋଳକଙ୍କୁ ୮ବର୍ଷ ବାସନ୍ଦ କରାଯାଇଛି। କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘ ତରଫରୁ ବୁଧବାର ଏ ବିଷୟରେ ସୂଚନା ଦିଆଯାଇଛି। ଡୋପିଂ ପାଇଁ ସନ୍‌ଙ୍କ ବ୍ୟତୀତ ଦେଶର ଅନ୍ୟ ୫ଜଣ ବାସନ୍ଦ ହୋଇଛନ୍ତି। କାଜାଖସ୍ତାନର ଡୋପିଂ ବିରୋଧୀ କର୍ତ୍ତୃପକ୍ଷ ଏହି ୬ଜଣ ଭାରୋତ୍ତୋଳକ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା କଥା ୨୦୨୨ରେ ପ୍ରଥମେ ରିପୋର୍ଟ କରିଥିଲେ। ଡୋପିଂ ଅଭିଯୋଗରେ ସନ୍‌ ଦ୍ୱିତୀୟ ଥର ବାସନ୍ଦ ଦଣ୍ଡ ପାଇଛନ୍ତି। ପୂର୍ବରୁ ୨୦୧୫ରେ ତାଙ୍କୁ ୭ ମାସ ବାସନ୍ଦ କରାଯାଇଥିଲା। ତାଙ୍କଠାରୁ କିନ୍ତୁ ଅଲିମ୍ପିକ ପଦକ ପ୍ରତ୍ୟାହାର କରାଯିବ ନାହିଁ। କାରଣ ସନ୍‌ ଅଂଶଗ୍ରହଣ କରିଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକର ୬ମାସ ପୂର୍ବରୁ ପ୍ରତିଯୋଗିତା ବାହାରେ ଡୋପ୍‌ ଟେଷ୍ଟ ହୋଇଥିଲା ବୋଲି କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘର ସାଧାରଣ ସମ୍ପାଦକ ଅଲ୍‌ଦିୟାର ନୁରାଲିନୋଭ ପ୍ରକାଶ କରିଛନ୍ତି। ଏଲିଟ୍‌ ସ୍ତରରେ ଡୋପିଂକୁ ନେଇ କାଜାଖସ୍ତାନର ଏକ ଲମ୍ବା ଇତିହାସ ରହିଛି। ବିଭିନ୍ନ କ୍ଷେତ୍ରରେ ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ପାଇଁ ଦେଶର କେତେଜଣ ପ୍ରତିଯୋଗୀଙ୍କୁ ୨୦୦୮, ୨୦୧୨ ଓ ୨୦୧୬ ଅଲିମ୍ପିକ୍ସ ପଦକ ହରାଇବାକୁ ପଡ଼ିଛି। ନୁରାଲିନୋଭ କହିଛନ୍ତି, ଏଥର କିନ୍ତୁ ତାହା ଘଟିବ ନାହିଁ, କାରଣ ସନ୍‌ ଏବଂ ଅନ୍ୟ ଆଥଲେଟମାନଙ୍କର କାଜାଖସ୍ତାନ ଭିତରେ ଜାତୀୟସ୍ତର ଟେଷ୍ଟ ହୋଇଥିଲା, କୌଣସି ଅନ୍ତର୍ଜାତୀୟ ଇଭେଣ୍ଟରେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଆଜି ଶ୍ରୀଲଙ୍କାକୁ ଭେଟିବ

ସିଲ୍‌ହେଟ୍‌ (ବାଂଲାଦେଶ), ୧।୧୦(ପି.ଟି.): ଏସିଆ କପ୍‌ ମହିଳା ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ପ୍ରଥମ ଦିବସରେ ଦୁଇଟି ମ୍ୟାଚ ଖେଳାଯିବ। ଗୋଟିଏ ମ୍ୟାଚରେ ଭାରତ...

ବୃହତ ବିଜୟ ସହ ଉପରକୁ ଉଠିଲା ସିଏସ୍‌କେ

ମୁମ୍ବାଇ,୮।୫: ଡେଭନ କନଓ୍ବେ ଏବଂ ଋତୁରାଜ ଗାଏକ୍ୱାଡଙ୍କ ଶତକୀୟ ଓପନିଂ ଭାଗୀଦାରି ଓ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)...

ଓଡ଼ିଶା ଓମେନ୍ସ ଲିଗ୍‌: ଓଜିପିକୁ ହରାଇଲା ରେଲଓ୍ବେ

ଭୁବନେଶ୍ୱର, ୩।୩(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ)ର...

ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ

ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ...

ୟୁରୋକପ୍‌ ଫୁଟ୍‌ବଲ: ଜର୍ମାନୀକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ଲଣ୍ଡନ,୧।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ୪୦,୦୦୦ ଦର୍ଶକଙ୍କ ସମ୍ମୁଖରେ ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର...

ରାୟୁଡୁ, କେଦାର, ମୁରଲୀଙ୍କୁ ଛାଡ଼ିପାରେ ସିଏସ୍‌କେ

ନୂଆଦିଲ୍ଲୀ,୧୩।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅମ୍ବାତି ରାୟୁଡୁ, କେଦାର ଯାଦବ ଓ ମୁରଲୀ ବିଜୟଙ୍କୁ...

ହୃଦୟ ଜିତିଲେ ଧୋନୀ, କାନ୍ଦିଲେ ସ୍ତ୍ରୀ

ଦୁବାଇ,୧୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୧ର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଜର ପୁରୁଣା...

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି।...

Advertisement
Archives

Model This Week