ବିଶ୍ୱ ବଜାରରେ ଚମକ ହରାଉଛି ଭାରତ

ନୂଆଦିଲ୍ଲୀ,୨୩।୨: ଚଳିତ ଆର୍ଥିକ ବର୍ଷରେ ଭାରତ ବିଶ୍ୱ ଦରବାରରେ ଏକ ବିରଳ ରେକର୍ଡ ସ୍ଥାପନ କରିଥିଲା। ଏପରିକି ବହୁ ବିକଶିତ ରାଷ୍ଟ୍ରକୁ ପଛରେ ପକାଇ ବିଶ୍ୱ ବଜାରରେ ୫ମ ସ୍ଥାନରେ ପହଞ୍ଚତ୍ୟାଇଥିଲା। ହେଲେ ବିଗତ ୯ ମାସ ତଳେ ପାଇଥିବା ସଫଳତା ଧୀରେ ଧୀରେ ହ୍ରାସ ପାଉଛି। ଫଳରେ ବିଶ୍ୱ ବଜାରରେ ଭାରତ ତା’ର ଚମକ ହରାଉଥିବା ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ଏପରିକି ମାର୍କେଟ୍‌ କ୍ୟାପ୍‌ ମାମଲାରେ ମଧ୍ୟ ଭାରତକୁ ଅତିକ୍ରମ କରି ବ୍ରିଟେନ ୬ଷ୍ଠ ସ୍ଥାନରେ ପହଞ୍ଚତ୍ଛି।
ବିଶେଷକରି ଭାରତ ୯ ମାସ ପୂର୍ବେ ବ୍ରିଟେନକୁ ପଛରେ ପକାଇ ପ୍ରଥମ ଥର ପାଇଁ ଶୀର୍ଷ ୫ରେ ସ୍ଥାନ ହାସଲ କରିଥିଲା। ହେଲେ ବିଗତ ୨ମାସରୁ କାମ ସମୟ ମଧ୍ୟରେ ଘରୋଇ ବଜାର ୫ମ ସ୍ଥାନରୁ ଖସି ୭ ସ୍ଥାନରେ ପହଞ୍ଚତ୍ଛି। ଚଳିତ ବର୍ଷ ଜାନୁୟାରୀ ୩୧ରେ ଭାରତକୁ ପଛରେ ପକାଇ ଫ୍ରାନ୍ସ ୫ମ ସ୍ଥାନରେ ରହିଛି।
ସେହିଭଳି ଚଳିତ ବର୍ଷ ଫେବୃୟାରୀ ୨୨ ମଧ୍ୟରେ ଭାରତର ମାର୍କେଟ୍‌ କ୍ୟାପ୍‌ ୨୩୧ ବିଲିୟନ ଡଲାର ତଥା ୬.୯୩% ହ୍ରାସ ହୋଇ ୩.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଉକ୍ତ କ୍ଷତିରେ ଆଦାନୀ ଗ୍ରୁପ୍‌ର ଭାଗଦାରି ପ୍ରାୟ ୬୦% ଅନ୍ତର୍ଭୁକ୍ତ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ସମୟରେ ଆଦାନୀ ଗ୍ରୁପ୍‌ର ବଜାର ପୁଞ୍ଜି ୨୦୨୩ ଫେବୃୟାରୀ ୨୨ ସୁଦ୍ଧା ୧୪୫ ବିଲିୟନ ଡଲାର ହ୍ରାସ ହୋଇଛି। ଅପରପକ୍ଷରେ ଗ୍ଲୋବାଲ ମାର୍କେଟ୍‌ କ୍ୟାପିଟାଲାଇଜେଶନରେ ମଧ୍ୟ ଭାରତର ଯୋଗଦାନ ହ୍ରାସ ପାଇ ୩% ରୁ କମ୍‌ରେ ରହିଛି। ଏପରିକି ୨୦୨୨ଅକ୍ଟୋବରରେ ଏହା ପରିମାଣ ୪% ରହିଥିଲା ବୋଲି କୁହାଯାଉଛି। ଭାରତୀୟ ଶେୟାର ମାର୍କେଟ ଶୀର୍ଷ ୧୦ସ୍ଥାନରେ ସବୁଠୁ ଦୁର୍ବଳ ପ୍ରଦର୍ଶନ କରୁଥିବା ବଜାରରେ ପରିଣତ ହୋଇଛି।
ସୂଚନା ଯୋଗ୍ୟ ଜାତୀୟ ଓ ଅନ୍ତଜାତୀୟ ସମସ୍ୟା ସାଙ୍ଗକୁ ବିଶ୍ୱ ଅର୍ଥନୀତିରେ ମଧ୍ୟ ମାନ୍ଦାବସ୍ଥା ଜାରି ରହିଛି। ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକୀୟ ଏଜେନ୍ସି ହିଣ୍ଡେନ୍‌ବର୍ଗ ତା’ର ଏକ ସର୍ଭେ ରିର୍ପୋଟ ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି

ମୁମ୍ବାଇ,୩।୫: ଷ୍ଟକ୍ ମାର୍କେଟ୍ ଏବଂ ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। ଭାରି କ୍ଷତି ସହ ସେନସେକ୍ସ ଏବଂ ନିଫ୍ଟି...

ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୫:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ରାଉରକେଲା ଷ୍ଟୋର ପରିସରରେ ‘ଅରୁନ୍ଧତୀ ରାଉରକେଲା ଷ୍ଟୋର’ର ୨ୟ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି।...

ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ

ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍‌ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି...

୫୪୦୦ କୋଟି ନିବେଶ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୩।୫ (ଅଭୟ ଦାଶ):ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ମେଲ୍ଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ...

ଲାଲ୍‌ଚାନ୍ଦ୍‌ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୩।୫:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri