ରିପବ୍ଲିକାନ୍‌ ପାର୍ଟିରୁ ୨ ଭାରତୀୟ ବଂଶୋଦ୍ଭବ ଆଶାୟୀ

ଓ୍ବାଶିଂଟନ,୨୩ା୨: ଭାରତୀୟ ବଂଶୋଦ୍ଭବ ଟେକ୍‌ ଏଣ୍ଟରପ୍ରିନ୍ୟୁର୍‌ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ୧୪ ତାରିଖରେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ପ୍ରାର୍ଥତ୍ତ୍ୱ ନେଇ ଘୋଷଣା କରିଥିବାବେଳେ ବିବେକ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଚ୍ୟାଲେଞ୍ଜର। ରାଷ୍ଟ୍ରପତି ନିର୍ବାଚିତ ହେଲେ ଚାଇନା ଉପରେ ଆମେରିକାର ନିର୍ଭରଶୀଳତା ହ୍ରାସ କରିବେ ବୋଲି ବିବେକ ପ୍ରତିଶ୍ରୁତି ଦେଇଛନ୍ତି।

ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ ବିବେକ କହିଛନ୍ତି, ଆମେ ଜାତୀୟ ପରିଚୟ ସଙ୍କଟ ମଧ୍ୟରେ ରହିଥିବାବେଳେ ଦୀର୍ଘ ସମୟ ଧରି ବିବିଧତାକୁ ମାନିଆସିଛେ। ଆମେରିକାକୁ ପୂର୍ବ ଗୌରବ ଫେରାଇ ଆଣି ପ୍ରତ୍ୟେକଙ୍କ ଜୀବନକୁ ସୁଖମୟ କରିବା ଦିଗରେ ସେ ଉଦ୍ୟମ କରିବେ। ୩୭ ବର୍ଷୀୟ ବିବେକଙ୍କ ମାତାପିତା କେରଳରୁ ଆମେରିକା ଯାଇ ଓହିଓସ୍ଥିତ ଏକ ଜେନେରାଲ ଇଲେକ୍ଟ୍ରିକ୍‌ ପ୍ଲାଣ୍ଟରେ କାର୍ଯ୍ୟ କରିଥିଲେ। ବିବେକ ୨୦୧୪ରେ ରୋଇଭାଣ୍ଟ୍‌ ସାଇନ୍ସେସ୍‌ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଉ କେତେକ ସ୍ବାସ୍ଥ୍ୟ ସେବା ଓ ଟେକ୍ନୋଲୋଜି କମ୍ପାନୀ ଗଢ଼ିଥିଲେ। ୨୦୨୨ରେ ବିବେକ ଷ୍ଟାଇଭ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ନାମରେ ଏକ ସଂସ୍ଥା ଖୋଲିଥିଲେ, ଯାହାକି ଆମେରିକୀୟ ଅର୍ଥନୀତିରେ ପ୍ରତ୍ୟେକ ନାଗରିକଙ୍କୁ ସ୍ବର ଉତ୍ତୋଳନ ପାଇଁ ସୁଯୋଗ ଦେଇଥାଏ। ପ୍ରକାଶ ଯେ, ଏକ ପଞ୍ଜାବୀ ପରିବାରରୁ ଆସିଥିବା ନିକ୍କି ହାଲି ମଧ୍ୟ ଏହି ଦୌଡ଼ରେ ପୂର୍ବରୁ ସାମିଲ ହୋଇସାରିଛନ୍ତି। ନିକ୍କି ପୂର୍ବରୁ ସାଉଥ୍‌ କାରୋଲିନାରେ ୨ ଥର ଗଭର୍ନର ଓ ଜାତିସଂଘରେ ଆମେରିକାର ପ୍ରତିନିଧି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri