Home Left

ଦ୍ୱିତୀୟ ବିବାହ କରି ଯୁବକ ଗିରଫ

ଖଇରା,୧୩ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ନଟାପଡ଼ା ଗାଁର ନରେନ୍ଦ୍ର ବିଦାନ୍ତ ନାମକ ଜଣେ ବିବାହିତ ଯୁବକ ମିଥ୍ୟା ପ୍ରଲୋଭନ ଦେଖାଇ ଦ୍ବିତୀୟ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି। ଖଇରା ପୋଲିସ ତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ…

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ଭୋର୍‌ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ ଅଫିସ,୧୩।୬: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ଗତ ୨ ବର୍ଷ ପରେ ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ସମାଗମ ହେବେ। ମଙ୍ଗଳବାର ଭୋର୍‌ ୪ଟାରୁ ୬ ମଧ୍ୟରେ ପହଣ୍ଡି ଶେଷ…

୧୫ରେ ବନ୍ଦ ହେବ ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୩ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ପ୍ରଦାନ ପରେ ଆସନ୍ତା ୧୫ ତାରିଖରେ ବନ୍ଦ ହେବ। ଏ ନେଇ ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଜୁନ୍‌ ୧୫ ପରେ ଆଇଇ…

ଶପଥ ନେଲେ ଅଳକା

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବ୍ରଜରାଜନଗର ବିଧାୟକ ଭାବେ ସୋମବାର ଶପଥ ନେଇଛନ୍ତି ଅଳକା ମହାନ୍ତି। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ଅଳକା ଶପଥ ନେବା ପରେ ଏବେ ବିଧାନସଭାରେ ୧୧୪କୁ ବିଜେଡିର ବିଧାୟକ ସଂଖ୍ୟା ବଢ଼ିଛି ।…

ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦମ୍ପତି

ଟିଟିଲାଗଡ଼,୧୩ା୬(ଡି.ଏନ୍‌.ଏ.): ଟିଟିଲାଗଡ଼ ଷ୍ଟେଶନ ପରିସରରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦମ୍ପତିଙ୍କଠାରୁ ଆରପିଏଫ ୧୧.୦୭କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ଛିନ୍ଦବାଡା ଅଞ୍ଚଳର ଜୟରାମ ନାହାରେ ଓ ଅମ୍ବିକା ସାହୁଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇ ଜିଆରପିକୁ ହସ୍ତାନ୍ତର…

ପୁଣି ମାତିଲେ କଳା ପଲ୍‌ସର ଲୁଟେରା, ଝାମ୍ପି ନେଲେ ୯୦ ହଜାର

ଟିଟିଲାଗଡ, ୧୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏହିପରି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସୋମବାର ଘଟଣାର ପୁଣି ପୁନରାବୃତ୍ତି…

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା

ରୂପ୍‌ସା,୧୩।୬(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅଧୀନ ବଳବୁଧି ଗ୍ରାମର ଜଣେ ବୃଦ୍ଧ ପୋଖରୀରେ ବୁଡ଼ି ସୋମବାର ପ୍ରାଣ ହରାଇଛନ୍ତି। ସେ ହେଲେ ମଧୁସୂଦନ ମହାଳିକ। ଅସାବଧାନତା ବଶତଃ ସେ ପୋଖରୀରେ ପଡ଼ିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ…

ରଜରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଜୁନ୍‌ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମ୍‌ଡି) ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୋମବାର ସୂଚନା ଦେଇଛନ୍ତି। ସେହିପରି ଆଜି ମୌସୁମୀ ମହାରାଷ୍ଟ୍ର, ଗୁଜୁରାଟ, ବିହାରର କିଛି ଅଞ୍ଚଳ…

ସିବିଆଇ ହାତରେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ଼,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ ମୁଖ୍ୟ ଡାକଘରର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର ଲାଞ୍ଚ ନେଇ ସୋମବାର ସିବିଆଇ ହାତରେ ଧରାପଡିଛନ୍ତି। ଗ୍ରାମୀଣ ଡାକ ସେବକ ବିକାଶ କିସ୍‌ପଟ୍ଟାଙ୍କ ବକେୟା ଦରମା ବିଲ୍‌ କରିବା ପାଇଁ ଇନ୍ସପେକ୍ଟର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।…

ମାହାଙ୍ଗା ଡବଲ ମର୍ଡର ଘଟଣା : ୨୦ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ସାଲେପୁର,୧୩।୬(ଡି.ଏନ୍‌.ଏ) ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍‌ଏଫସି ପୁଣି ଏକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ୨୦ତାରିଖ ସୁଧା ତଦନ୍ତ ଷ୍ଟାଟସ ରିପୋର୍ଟ ଦାଖଲ ସହ ତଦନ୍ତ କାହିଁକି ବିଳମ୍ବ ହେଉଛି କାରଣ ଦର୍ଶାଇବା ପାଇଁ ତଦନ୍ତକାରୀ…

ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ବଡ଼ସାହିର ସୁକାନ୍ତ…

ରାଜ୍ୟରୁ ସୁସ୍ଥ ହେଲେ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ ୭୯ ହଜାର ୩୩୭ ସୁସ୍ଥ ହୋଇସାରିଲେଣି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri