ସୌନ୍ଦର୍ଯ୍ୟ ଲାଗି ଏହି ତେଲ

ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ ଆଣ୍ଟିବାୟୋଟିକ ଓ ଆଣ୍ଟି ଫଙ୍ଗାଲ ଗୁଣ ମିଳିଥାଏ। ଏହା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ବ୍ୟବହାର କରାଯାଏ। ତେବେ ଉଭୟ କର୍ପୂର ଓ କର୍ପୂରତେଲ ଅନେକ କାର୍ଯ୍ୟରେ ଲାଗିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ।

-କର୍ପୂରତେଲକୁ ମୁହଁରେ ଲଗାଇଲେ ବ୍ରଣ ସହ କଳାଦାଗ ସମସ୍ୟା ଦୂରହୋଇଥାଏ। ଏହାକୁ କପାଳରେ ଲଗାଇ ମାଲିସ କଲେ ଚିନ୍ତାରୁ ମୁକ୍ତି ମିଳିଥାଏ।

– ଏହି ତେଲକୁ କେଶରେ ଲଗାଇବା ଫଳରେ କେଶ ଝଡ଼ିବା, ରୁପି ଓ ଚନ୍ଦାପଣ ସମସ୍ୟା ଦୂରହୋଇଥାଏ। ମୁହଁ ସଫା କରିବାର ଏକଘଣ୍ଟା ପୂର୍ବରୁ ଏହାକୁ ଦହିରେ ମିଶାଇ ଲଗାଇ ଧୋଇଦିଅନ୍ତୁ। କେଶ ସମସ୍ୟା ଦୂରହେବ।

– ଗରମପାଣିରେ ଅଳ୍ପ କର୍ପୂରତେଲ ମିଶାଇ ସେଥିରେ ପାଦ ବୁଡ଼ାଇଲେ ଗୋଡ଼ ଫଟା ସମସ୍ୟାରୁ ମୁକ୍ତି ମିଳିଥାଏ।

-ଶରୀରରେ କଟାଦାଗ କି କଳାଦାଗ ଯଦି ରହିଥାଏ ତେବେ କର୍ପୂରତେଲ ଲଗାଇବା ଫଳରେ ତାହା ଦୂରହୋଇଥାଏ।

-ଏହାକୁ ଶରୀରରେ ମାଲିସ କରିବା ଫଳରେ ଦରଜ କମିଥାଏ।

ଏହି ତେଲ ବଜାରରେ ଉପଲବ୍ଧ ହେଉଥିଲେ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଅଳ୍ପ ନଡ଼ିଆ ତେଲରେ କର୍ପୂରଗୁଣ୍ଡ ମିଶାଇ ଏକ ବନ୍ଦ ପାତ୍ରରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri