ଫ୍ୟାଶନିଷ୍ଟାର ୨ଦିନିଆ ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର, ୨୪ା୯: ଦେଶର ପ୍ରମୁଖ ଘରୋଇ ପ୍ରଦର୍ଶନୀକାରୀ ସଂସ୍ଥା ‘ଫ୍ୟାଶନିଷ୍ଟା’ ପକ୍ଷରୁ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଉତ୍ସବର ଆୟୋଜନ କରାଯାଇଛି। ଶୁକ୍ରବାରଠାରୁ ସ୍ଥାନୀୟ ଜୟଦେବ ବିହାରସ୍ଥିତ ହୋଟେଲ ପାଲ୍‌ ହାଇଟ୍‌ସଠାରେ ଏହାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ମୋନାଲିସା ବଳ, ସନ୍ଧ୍ୟା ପଟ୍ଟନାୟକ, ଜୟଶ୍ରୀ ମହାନ୍ତି, ଶ୍ରୀମୟୀ ମିଶ୍ର, ଡ. ରୋଜାଲିନ୍‌ ପାଟଶାଣୀ ମିଶ୍ର, ଡ. ଚିଦ୍ମାମିକା ଖଟୁଆ, ସୁକ୍ରିତି ପଟ୍ଟନାୟକ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, ମୁନ୍‌ମୁନ୍‌ ସିଂହ, ପ୍ରସନ୍ନା ପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରଦର୍ଶନୀ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଫ୍ୟାଶନିଷ୍ଟା ପ୍ରଦର୍ଶନୀର ଏମ୍‌ଡି ତଥା ଅଭିନେତା ପୱନ ଶଙ୍କର ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ସହ ସମ୍ମାନିତ କରିଥିଲେ। ଏଠାରେ ପୋଷାକ, ଅଳଙ୍କାର, ଆସେସୋରି, ବିୟୁଟି ପ୍ରଡକ୍ଟ, କସ୍‌ମେଟିକ୍ସ, ଫ୍ରାଗ୍ରାନ୍ସ, ମେନ୍‌ସୱେୟାର, ହୋମ୍‌ ଡେକୋର୍‌, ଗିଫ୍ଟ, ମେନ୍‌ସ ୱେୟାର ଆଦି ପ୍ରଦର୍ଶନୀ ସହ ବିକୟ ପାଇଁ ମଧ୍ୟ ଉପଲବ୍ଧ ରହିଛି। ସେହିଭଳି ମୁମ୍ବାଇ, ଦିଲ୍ଲୀ, କୋଲକାତା, ଜୟପୁର, ହିମାଚଳ, ଲକ୍ଷ୍ନୌ, ଭୋପାଳ, ବେଙ୍ଗାଲୁରୁ, ରାୟପୁର, ସୁରଟ ଓ ଭୁବନେଶ୍ୱର ଭଳି ବିବିଧ ସହରରୁ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡଗୁଡିକ ଉକ୍ତ ସ୍ବତନ୍ତ୍ର ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି।
ଫ୍ୟାଶନିଷ୍ଟା କିଛି ନୂତନ ଓ ପ୍ରଶଂସିତ ଉତ୍ସାହୀ ଡିଜାଇନରଙ୍କ ଏକ ସ୍ବତନ୍ତ୍ର ଗୋଷ୍ଠୀ ସୃଷ୍ଟି ସହ ଦେଶବ୍ୟାପୀ ଚୟନ କରାଯାଇଛି। ଉକ୍ତ ଡିଜାଇନରମାନେ ସେପ୍ଟେମ୍ବର ୨୩ ଓ ୨୪ ତାରିଖ (ଶୁକ୍ରବାର ଓ ଶନିବାର) ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ହୋଟେଲ ପାଲ୍‌ ହାଇଟ୍‌ସଠାରେ ସୁଲଭ ମୂଲ୍ୟରେ ନୂଆ ଡିଜାଇନଗୁଡିକର ସର୍ବୋତ୍ତମ ଋତୁକାଳୀନ ସମ୍ମିଶ୍ରଣ ନେଇ ଆସୁଛନ୍ତି। ଏଠାରେ ପରିଦର୍ଶକଙ୍କ ପାଇଁ ସମସ୍ତ କୋଭିଡ୍‌ ସୁରକ୍ଷା ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୦୮ରୁ ଫ୍ୟାଶନପ୍ରେମୀଙ୍କୁ ସେବା ପ୍ରଦାନ କରୁଥିବା ଫ୍ୟାଶନିଷ୍ଟା ବର୍ତ୍ତମାନ ସୁଦ୍ଧା ୪୦ଟି ଭାରତୀୟ ସହରରେ ୩୬୦ରୁ ଅଧିକ ପ୍ରଦର୍ଶନୀ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri