ଜରୁରୀ ଇଞ୍ଜେକ୍ସନ ମିଳୁନି

ଢେଙ୍କାନାଳ ଅଫିସ, ୨୪।୯: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସରକାରୀସ୍ତରରେ ରୋଗୀଙ୍କ ଲାଗି ନିଃଶୁଳ୍ପ ଯୋଗାଣ ହେଉଥିବା ଜରୁରୀ ଇଞ୍ଜେକ୍ସନ ଏବଂ ମେଡିସିନ ମିଳୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏପରି କି ରାତିରେ ଗ୍ୟାଷ୍ଟ୍ରିକ୍‌ କିମ୍ବା ପେଟ ଯନ୍ତ୍ରଣା ଭୋଗୁଥିବା ରୋଗୀ ଆସିଲେ ସେମାନଙ୍କୁ ଇଞ୍ଜେକ୍ସନ ନ ଦେଇ କଟକ ରେଫର କରି ଦିଆଯାଉଥିବା ଅଭିଯୋଗ ହେଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାବଶ୍ୟକ ଔଷଧ ମହଜୁଦ୍‌ ରଖିବା, ରୋଗୀଙ୍କୁ ଆବଶ୍ୟକ ସମୟରେ ନିଃଶୁଳ୍କ ଭାବେ ଯୋଗାଇଦେବାକୁ ସରକାରୀସ୍ତରରେ ନିର୍ଦ୍ଦେଶ ରହିଛି। ତେବେ ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗ୍ୟାଷ୍ଟ୍ରିକ୍‌ ପାଇଁ ପାଣ୍ଟୋପ୍ରାଜୋଲ, ପେଟକାମୁଡ଼ା ପାଇଁ ଟୋଟାବେରିନ୍‌ ଇଞ୍ଜେକ୍ସନ୍‌ ଏଠାରେ ମିଳୁନାହିଁ। କାଶ ସିରପ୍‌ ମଧ୍ୟ ଦିଆଯାଉନାହିଁ। ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସଂଖ୍ୟା ଅନୁପାତରେ ଗ୍ୟାଷ୍ଟ୍ରିକ ଏବଂ ପେଟକାମୁଡ଼ା ପାଇଁ ଦୈନିକ ଅନୂ୍ୟନ ୧୫୦ ଲେଖାଏ ଇଞ୍ଜେକ୍ସନ୍‌ ଯୋଗାଣ ହେବା କଥା। ତେବେ କିଛିଦିନ ହେଲା ଉଭୟ ମାତ୍ର ୨୦ରୁ ୨୫ ଡୋଜ୍‌ ଯୋଗାଣ କରାଯାଉଛି। ତେଣୁ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହାର ସୁଯୋଗ ନେଉଥିବାବେଳେ ଗରିବ ରୋଗୀମାନେ ଏଥିରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ସାଧାରଣ ରୋଗୀଙ୍କୁ ଇଞ୍ଜେକ୍ସନ ନ ଥିବା କହି ବାହୁଡ଼ାଇ ଦିଆଯାଉଛି। ତେଣୁ ସେମାନେ ବାଧ୍ୟ ହୋଇ ବାହାରୁ ଟଙ୍କା ଦେଇ ଇଞ୍ଜେକ୍ସନ କିଣୁଛନ୍ତି। ଏବେ ଗ୍ୟାଷ୍ଟ୍ରିକ୍‌ ଏବଂ ପେଟକାମୁଡ଼ା ରୋଗୀ ସଂଖ୍ୟା ବଢୁଥିବାରୁ ଏ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ନେଇ ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ କୁହନ୍ତି, ବୋଧେହୁଏ ଇଣ୍ଡେନ୍‌ ଅନୁଯାୟୀ ଇଞ୍ଜେକ୍ସନ ଆସି ନ ଥିବ। ସେଥିପାଇଁ ଅସୁବିଧା ହେଉଥିବ। ଅନୁଧ୍ୟାନ କରି ଦେଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ଫସିଥିବା ୩୩ ଶ୍ରମିକ ଘରକୁ ଫେରିଲେ

ବରଗଡ଼ ଅଫିସ, ୨୯।୨: ତେଲଙ୍ଗାନା ରାଜ୍ୟର ଏକ ଇଟାଭାଟିରେ ଦୀର୍ଘଦିନ ଧରି ବନ୍ଧା ପଡ଼ିଥିବା ଶ୍ରମିକମାନେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବରଗଡ଼ ଜିଲା ପାଇକମାଳ...

୫ ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୫ା୨: କେନ୍ଦ୍ରାପଡ଼ା ଜିଲାରେ ଆସନ୍ତା ୨୨ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ। କେନ୍ଦ୍ରାପଡ଼ା ବ୍ଲକ ୫...

କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ

ନୟାଗଡ଼ ଅଫିସ,୬ା୯-ବହୁଦିନର ଦାବି ଓ ଆନ୍ଦୋଳନ ପରେ ଶେଷରେ ବୁଧବାର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିଛି ା ଏହାକୁ...

ନିର୍ବାଚନ ବେଳେ ମନେପଡ଼େ ମହୁଲପଦା ଗାଁ

କଳିଙ୍ଗନଗର,୧୫ା୨(ଡି.ଏନ.ଏ.):ଧାତବ ଶିଳ୍ପର ରାଜଧାନୀ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ପଞ୍ଚାୟତ ମଧ୍ୟରୁ ଯଖପୁରା ଅନ୍ୟତମ। ଏହି ପଞ୍ଚାୟତର ମହୁଲପଦା ଗଁାକୁ ଦେଖିଲେ ତାହା ବିକାଶ...

ଇବ୍‌ ନଦୀରେ ଭାସିଗଲେ ୩ ଯୁବକ, ଜଣେ ଉଦ୍ଧାର, ୨ ନିଖୋଜ

ସୁନ୍ଦରଗଡ଼,୪ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍‌ ନଦୀର କନାକୁଣ୍ଡ ଘାଟରେ ପୁଣି ଘଟିଛି ଅଘଟଣ। ବୁଧବାର ଏଠାକୁ ଆସି ଥିବା ୩ଜଣ ଯୁବକ...

ମହଙ୍ଗା ପଡ଼ିଲା ଫେସ୍‌ବୁକ ପ୍ରେମ: ଛଦ୍ମବେଶୀ ଯୁବକଙ୍କ ଚୁଟି କାଟିଦେଲେ ଗ୍ରାମବାସୀ

ବାସୁଦେବପୁର, ୨୭।୫(ଡି.ଏନ.ଏ.): ଫେସ୍‌ବୁକରୁ ପ୍ରେମ ଓ ପରେ ବିବାହ। ଜଣେ ଛଦ୍ମବେଶୀ ଯୁବକଙ୍କୁ ମହଙ୍ଗା ପଡ଼ିଛି ପ୍ରେମ କରିବା କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି...

ଶିକ୍ଷାବିତ୍‌ ବେଣୁମାଧବଙ୍କ ପରଲୋକ

ବାଲେଶ୍ବର,୧୭।୬: ବାଲେଶ୍ୱର ଜିଲାର ବରିଷ୍ଠ ଶିକ୍ଷାବିତ୍‌ ତଥା ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିଚାଳନା ନିର୍ଦ୍ଦେଶକ ବେଣୁମାଧବ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ବୁଧବାର ରାତି ପ୍ରାୟ ୧୨ଟାରେ...

ସମ୍ପର୍କ ଯୋଡ଼ିଛି ମାନକୁଣ୍ଡା ହାଟ

ଭୋଗରାଇ,୨୭ା୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ସାପ୍ତାହିକ ହାଟ ଓଡ଼ିଶା ଓ ପଶ୍ଚିମବଙ୍ଗ ଅଧିବାସୀଙ୍କ ମଧ୍ୟରେ ଭାଇଚାରାର ସେତୁ ବାନ୍ଧିଛି। ୧ଏକର...

Advertisement
Archives

Model This Week