ଦଦରା ହଷ୍ଟେଲରେ ଦହଗଞ୍ଜ

ଢେଙ୍କାନାଳ ଅଫିସ, ୨୪।୯: ଛାତ୍ରାବାସକୁ ବିତିଲାଣି ୪୦ବର୍ଷ। କେଉଁଠି କୋଠା ଛାତ ଫାଟି ଆଁ କରିଛି ତ ଆଉ କେଉଁଠି କାନ୍ଥ। ସମୟେ ସମୟେ ମୁଣ୍ଡା ମୁଣ୍ଡା ହୋଇ ଖସୁଛି ସିମେଣ୍ଟ କଂକ୍ରିଟ୍‌। କବାଟ, ଝରକା ଅବସ୍ଥା ନ କହିବା ଭଲ। କେବଳ ହଷ୍ଟେଲ ନୁହେଁ, ଷ୍ଟାଫ୍‌ କ୍ୱାର୍ଟର୍ସ ସ୍ଥିତି ମଧ୍ୟ ସଙ୍ଗିନ। ମାଳମାଳ ବିଷଧର ସର୍ପ, ବିଷାକ୍ତ କୀଟପତଙ୍ଗଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି। ଏମିତି ନୁହେଁ, ଛାତ୍ରାବାସ ପାଇଁ ବିକଳ୍ପ ହୋଇନି। ୩ ବର୍ଷ ହେଲା ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହଷ୍ଟେଲ ଲୋକାର୍ପଣ ହୋଇ ଅନ୍ତେବାସୀଙ୍କ ଅପେକ୍ଷାରେ ରହଛି। ହେଲେ ଶଯ୍ୟା, ରୋଷେଇ ସାମଗ୍ରୀ ଉପଲବ୍ଧ ନ ଥିବାରୁ ଏହାର ତାଲା ଖୋଲୁନି କି କୌଣସି କାମରେ ଲାଗୁନି। ଫଳରେ ଭଙ୍ଗା ଦଦରା କୋଠାରେ ଅତି ଦୟନୀୟ ଅବସ୍ଥାରେ ବିପଦ ମୁଣ୍ଡାଇ ରହୁଛନ୍ତି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅନ୍ତେବାସୀ ଏବଂ କର୍ମଚାରୀ।
ଦୀର୍ଘ ୪୦ ବର୍ଷ ତଳେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ କରାଯାଇଥିଲା ୨୦ରୁ ଊର୍ଦ୍ଧ୍ୱ ଦୁଇ ମହଲା ବିଶିଷ୍ଟ ଷ୍ଟାଫ୍‌ କ୍ୱାର୍ଟର୍ସ। ଗୋଟିଏ ବ୍ଲକ୍‌ରେ ୪ କ୍ୱାର୍ଟର୍ସ ଅର୍ଥାତ୍‌ ୪ ପରିବାର ରହିବା ଭଳି ବ୍ୟବସ୍ଥା କରାଯାଇଥିଲା। ତେବେ ଦୀର୍ଘଦିନ ଧରି ମରାମତି ଅଭାବରୁ ଏସବୁ କୋଠା ଅତିମାତ୍ରାରେ ବିପଦସଙ୍କୁଳ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି। କବାଟ, ଝରକା ନଷ୍ଟ ହୋଇଗଲାଣି। ପାହାଡ଼କୁ ଲାଗି ରହିଥିବାରୁ ଘରେ ବଡ଼ ବଡ଼ ବିଷାକ୍ତ ସାପ ପଶୁଛନ୍ତି। ଖୋଦ୍‌ ଅଧ୍ୟକ୍ଷ ମଧ୍ୟ ଜରାଜୀର୍ଣ୍ଣ କ୍ୱାର୍ଟର୍ସରେ ରହୁଛନ୍ତି। ଅନୁରୂପ ସମସ୍ୟା ଦେଖିବାକୁ ମିଳିଛି ‘ବାଜି ରାଉତ ଛାତ୍ରାବାସ-୧’ରେ। ହଷ୍ଟେଲ ଛାତ, କାନ୍ଥ ସବୁ ଭାଙ୍ଗିରୁଜି ଗଲାଣି। ଅନ୍ତେବାସୀମାନେ ଜୀବନକୁ ପାଣି ଛଡ଼ାଇ ରହୁଛନ୍ତି। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ରହିଥିବାରୁ ବିକଳ୍ପ ସ୍ବରୂପ ଛାତ୍ରାବାସ ନିକଟରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩୦୦ ଶଯ୍ୟାବିଶିଷ୍ଟ ‘କପିଳାସ ଛାତ୍ରାବାସ-୨’ ନିର୍ମାଣ କରାଯାଇଛି। ୨୦୧୯ ଜାନୁୟାରୀ ୨୮ରୁ ଲୋକାର୍ପଣ ହୋଇ ଏହା ବ୍ୟବହାର ଅପେକ୍ଷାରେ ରହିଛି। ହେଲେ ଅନ୍ତେବାସୀଙ୍କ ପାଇଁ ଆବଶ୍ୟକ ଶଯ୍ୟା କିମ୍ବା ରୋଷେଇ ଉପକରଣ ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକାର୍ପଣର ୩ବର୍ଷ ପରେ ବି ଏହି ଛାତ୍ରାବାସ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଛାତ୍ରାବାସ ଉପରେ ନିର୍ଭରଶୀଳ ଅନ୍ତେବାସୀ ପୁରୁଣା ହଷ୍ଟେଲରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଜରାଜୀର୍ଣ୍ଣ କ୍ୱାର୍ଟର୍ସରେ ଜୀବନ ପ୍ରତି ବିପଦ ଥିବାରୁ ଅଧିକାଂଶ ଅଧ୍ୟାପିକା, ଅଧ୍ୟାପକ ରହୁନାହାନ୍ତି। ସେମାନେ କଟକ ଓ ଭୁବନେଶ୍ୱରରୁ ଯିବାଆସିବା କରୁଛନ୍ତି। ସମସ୍ୟା ସମ୍ପର୍କରେ ପ୍ରତିବର୍ଷ କଲେଜ କର୍ତ୍ତୃପକ୍ଷ ରାଜ୍ୟ ସରକାର, ଉଚ୍ଚ ଶିକ୍ଷା ବିଭାଗକୁ ଜଣାଉଥିଲେ ମଧ୍ୟ ଏହି ପୁରାତନ ଶିକ୍ଷାନୁଷ୍ଠାନର ସମସ୍ୟା ସମାଧାନ ଦିଗରେ କେହି ଆନ୍ତରିକତା ଦେଖାଉନାହାନ୍ତି, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ରଞ୍ଜିତ ପ୍ରଧାନ କୁହନ୍ତି, ବହୁ ପୁରୁଣା ଷ୍ଟାଫ୍‌ କ୍ୱାର୍ଟର୍ସ ମରାମତି ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଦୁଇଦିନ ତଳେ ପରିଦର୍ଶନ କରି ଯାଇଛନ୍ତି। ନୂତନ କ୍ୱାର୍ଟର୍ସ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ସେମାନେ କହିଛନ୍ତି। ସେହିପରି ବାଜି ରାଉତ ଛାତ୍ରାବାସ-୧କୁ ମରାମତି କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ନୂତନ କପିଳାସ ଛାତ୍ରାବାସ-୨ରେ ଶଯ୍ୟା ଅଭାବ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଶ୍ୱବ୍ୟାଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ଟେଣ୍ଡର କରି ଶଯ୍ୟା ଏବଂ ରୋଷେଇ ସାମଗ୍ରୀ ବ୍ୟବସ୍ଥା କରାଯିବ। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ଷ୍ଟାଫ୍‌ କ୍ୱାର୍ଟର୍ସଗୁଡ଼ିକ ପ୍ରାୟ ୪୦-୫୦ ବର୍ଷ ପୁରୁଣା। ସେସବୁ ଆଉ ମରାମତି ହେବା ଅବସ୍ଥାରେ ନାହିଁ। ନୂଆ କ୍ୱାର୍ଟର୍ସ ନିର୍ମାଣ ପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ତେବେ ୨୦୧୯ରୁ ନୂତନ ହଷ୍ଟେଲ କୋଠା କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?