ଆଇସିଆଇସିଆଇ ବ୍ୟାଙ୍କ୍‌ର ‘ଫେଷ୍ଟିଭ୍‌ ବୋନାଞ୍ଜା’

ନୂଆଦିଲ୍ଲୀ,୨୪ା୯: ଚଳିତ ବର୍ଷର ପାର୍ବଣଋତୁକୁ ନଜରରେ ରଖି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଫେଷ୍ଟିଭ୍‌ ବୋନାଞ୍ଜା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ବ୍ୟାପକ ପ୍ରକାର ଅଫର ସହ ରିହାତି ଓ ୨୫ହଜାର ଟଙ୍କାର କ୍ୟାଶବ୍ୟାକ୍‌ ସୁବିଧାକୁ ମଧ୍ୟ ବ୍ୟାଙ୍କର ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, କଞ୍ଜୁମର ଫାଇନାନ୍ସ ଓ କାର୍ଡଲେସ୍‌ ଇଏମ୍‌ଆଇକୁ ବ୍ୟବହାର କରି ଉପଭୋଗ କରିପାରିବେ। ଏପରିକି ବ୍ୟାଙ୍କର ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡକୁ ବ୍ୟବହାରକରି ଇଏମ୍‌ଆଇ ଜରିଆରେ ମଧ୍ୟ ଗ୍ରାହକମାନେ ଉପରୋକ୍ତ ଅଫରଗୁଡ଼ିକୁ ହାସଲ କରିପାରିବେ। ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା କହିଛନ୍ତି, ଆମ ଗ୍ରାହକମାନଙ୍କ ପାଇଁ ଫେଷ୍ଟିଭ୍‌ ବୋନାଞ୍ଜା ଅଫର ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣାକରି ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ। ଯେଉଁଥିରେ କିଣାକିଣି ଓ ବ୍ୟୟ ଉପରେ ବ୍ୟାପକ ଅଫର,ରିହାତି ଓ କ୍ୟାଶ୍‌ବ୍ୟାକ୍‌ ସୁବିଧା ରହିଛି। ସେହିଭଳି ବିଭିନ୍ନ ପ୍ରକାର ଉପତ୍ାଦ ଓ ସେବା ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରିବା ଲାଗି ଆମେ ଅଗ୍ରଣୀ ବ୍ରାଣ୍ଡ୍‌ ଓ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ସହ ସହଯୋଗିତା ମଧ୍ୟ ସ୍ଥାପନ କରିଛୁ। ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍‌-କ୍ରେଡିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ କଞ୍ଜୁମର ଫାଇନାନ୍ସକୁ ବ୍ୟବହାରକରି ଗ୍ରାହକମାନେ ଉକ୍ତ ଅଫରର ସୁବିଧା ହାସଲ କରିପାରିବେ। ତା’ ସହ ପସନ୍ଦର ଗାଜେଟ୍‌,ହୋମ୍‌ ଆପ୍ଲାଏନ୍‌ସେସ୍‌ ଓ ଅନ୍ୟାନ୍ୟ ଜିନିଷ କିଣିବା ଲାଗି ନୋ କଷ୍ଟ ଇଏମ୍‌ଆଇଠାରୁ ଫାଇନାନ୍ସ ପର୍ଯ୍ୟନ୍ତ ଏବଂ ଆମର ବ୍ୟାଙ୍କିଙ୍ଗ୍‌ ସମାଧାନଗୁଡ଼ିକ ଯଥା ଗୃହ ଋଣ, ବାଲାନ୍ସ ଟ୍ରାନ୍ସଫର୍‌, ସମ୍ପତ୍ତି ବଦଳରେ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ଦୁଇଚକିଆ ଋଣ, କାର୍ଡଲେସ୍‌ ଇଏମ୍‌ଆଇ ଆଦି ଉପରେ ଆମେ ଉତ୍ସବ ଲାଭ ଉପସ୍ଥାପନ କରିଛୁ। ଆମେ ଆଶା କରୁଛୁ ଯେ ଏହି ଅଫରଗୁଡ଼ିକ ଗ୍ରାହକମାନଙ୍କୁ ଅଧିକ ଖୁସି ଓ ଉତ୍ସାହ ପ୍ରଦାନ କରିବ।
ସେହିପରି ପ୍ରମୁଖ ଅନ୍‌ଲାଇନ ଶପିଙ୍ଗ୍‌ ସାଇଟ୍‌ରେ ଶପିଙ୍ଗ୍‌ କଲେ ଗ୍ରାହକମାନେ ୧୦% ରିହାତି ପାଇବେ। ଏପରିକି ଇଲେକ୍ଟ୍ରୋନିକ୍ସ ଓ ଗାଜେଟ୍‌ ଶପିଙ୍ଗ୍‌ ଉପରେ ୧୦% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?