ଥରିଲା ଆଣ୍ଡାମାନ
ପୋର୍ଟ ବ୍ଲେୟାର,୨୧।୬: ଆଣ୍ଡାମାନ ନିକୋବର ଦ୍ୱୀପରେ ମଙ୍ଗଳବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଏହାର କେନ୍ଦ୍ରସ୍ଥଳ ପୋର୍ଟ ବ୍ଲୋୟାରର ଦକ୍ଷିଣ-ପଶ୍ଚିମରୁ ୧୮୩ କିଲୋମିଟରରେ ଦୂରରେ ରହିଥିଲା ବୋଲି ଜାତୀୟ ଭୂ-କମ୍ପ ଗବେଷଣା କେନ୍ଦ୍ର…
‘କୌଣସି ଝଡ଼ ଆସିବ ନାହିଁ’
ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଏକ ବଡ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଏମ୍ଏଲସି ନିର୍ବାଚନ ଫଳାଫଳ ଆସିବା ପରଠାରୁ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନାର ବହୁ ସଂଖ୍ୟକ ବିଧାୟକ ଏହି ନିର୍ବାଚନରେ…
୧୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ହେବ ଜରୁରୀ ଅବତରଣ
ନୂଆଦିଲ୍ଲୀ,୨୧।୬: ବିମାନ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥାଏ। ନିକଟରେ ଏକ ସ୍ପାଇସ୍ ଜେଟ୍ ବିମାନରେ ନିଆଁ ଲାଗିବାରୁ ବିହାରର ପାଟନା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର…
ବାହୁବଳୀ ବିଧାୟକଙ୍କୁ ୧୦ ବର୍ଷ ଜେଲ୍
ପାଟନା,୨୧।୬: ବିହାରର ମୋକମା ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ପାଟନାର ସ୍ବତନ୍ତ୍ର ଏମ୍ପି-ବିଧାୟକ କୋର୍ଟ ଅନନ୍ତ ସିଂଙ୍କୁ ଦଣ୍ଡିତ କରିଛନ୍ତି। ଏହି…
ଗାଈକୁ ଟାଣିନେଲା କୁମ୍ଭୀର
ଆରଡି,୨୧।୬,(ଡି.ଏନ୍.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନ ଆରଡି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡା ଗ୍ରାମର ସହଦେବ ପଲାଇଙ୍କ ଗାଈକୁ କୁମ୍ଭୀର ଟାଣିନେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ବୈତରଣୀ ନଦୀ ପଠାରେ ଗାଈଟି ଚରୁଥିଲା। ସେତିକିବେଳେ ଏକ କୁମ୍ଭୀର ଗାଈକୁ ଝାମ୍ପି…
ଯଶବନ୍ତ ସିହ୍ନା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ!
ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇପଡିଛି। ଏଭଳି ପରିସ୍ଥିତିରେ ବିରୋଧୀ ତଥା ଶାସକ ଭାଜପା ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ସମସ୍ତଙ୍କ ନଜର ରହିଛି। ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ ସେନେଇ…
୪୦ ବର୍ଷ ପରେ ନିଜକୁ ଫିଟ୍ ରଖିବାକୁ ଚାହୁଁଥିଲେ, ଏହିସବୁ ଅଭିନେତ୍ରୀଙ୍କ ଫିଟ୍ନେସ୍ ଟିପ୍ସ କରନ୍ତୁ ଫଲୋ
ବଲିଉଡ ସେଲିବ୍ରିଟିମାନେ ନିଜକୁ ଫିଟ୍ ରଖିବାକୁ କଠିନ ପରିଶ୍ରମ କରନ୍ତି। ଅନେକ ସେଲିବ୍ରିଟି ଫିଟ୍ ରହିବା ପାଇଁ ପ୍ରତିଦିନ ଯୋଗ କରିବାକୁ ଆଦୌ ଭୁଲନ୍ତି ନାହିଁ। ମଲାଇକା ଆରୋରାଙ୍କଠାରୁ ବିପାଶାଙ୍କ ପର୍ଯ୍ୟନ୍ତ ଅଭିନେତ୍ରୀମାନେ ୪୦ ବର୍ଷ ବୟସ ଅତିକ୍ରମ କରିଥିଲେ ମଧ୍ୟ…
ବାଲେଶ୍ୱରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ଯୋଗ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର ଅଫିସ,୨୧।୬: ଉତ୍ତର ଓଡ଼ିଶାର ବାଲେଶ୍ୱରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସକାଳ ୬ଟାରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବାଲେଶ୍ୱର ଆଇଟିଆଇ ପଡ଼ିଆରେ ପହଞ୍ଚି ଯୋଗ କରିଥିଲେ। ଏଥିରେ ବାଲେଶ୍ୱର ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ…
ମହାରାଷ୍ଟ୍ର ଏମ୍ଏଲ୍ସି ନିର୍ବାଚନ: ଭାଜପାକୁ ୫, ଶାସକ ମେଣ୍ଟକୁ ମିଳିଲା ୪ ଆସନ
ମୁମ୍ବାଇ,୨୧।୬: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶାସକ ମେଣ୍ଟର ୪ ପ୍ରାର୍ଥୀ ଏବଂ ଭାଜପାର ୫ ଜଣ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ସଦସ୍ୟ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ହୋଇଛି। ଗୋଟିଏ ଆସନର ଫଳାଫଳ ଘୋଷିତ ହୋଇନାହିଁ। ଉକ୍ତ ଆସନ ଲାଗି…
ଯୋଗ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସମଗ୍ର ଦେଶରେ ବ୍ୟାପକ ଆୟୋଜନ କରାଯାଇଛି । ଦେଶର ୭୫ଟି ପ୍ରମୁଖ ଐତିହ୍ୟସ୍ଥଳରେ ଯୋଗ ଓ ଆସନ ପ୍ରଦର୍ଶନ କରାଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି…
ସ୍କୁଟି ଚଲାଉଛି ହାତୀ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ରାଷ୍ଟ୍ରପତି ନିର୍ବାଚନ: ବସିବ ସଂସଦୀୟ ବୋର୍ଡ ବୈଠକ, ଅଧ୍ୟକ୍ଷତା କରିବେ ମୋଦି
ନୂଆଦିଲ୍ଲୀ,୨୧।୬ : ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି। ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ମଙ୍ଗଳବାର ଭାଜପା ମୁଖ୍ୟାଳୟରେ ସଂସଦୀୟ ବୋର୍ଡ ବୈଠକ ବସିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା…
Archives


