ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ଆମ ଦଳ ଲୋକଙ୍କ ସାଥିରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ଉପରେ ଧ୍ୟାନ ଦିଅ। ଗୁରୁବାର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକକୁ ବେଙ୍ଗାଲୁରୁରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧନ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଏମିତି ବାର୍ତ୍ତା ଦେଇଛନ୍ତି। ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜେଡିର ୧ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଦେଶର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହି ବରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଲୋକଙ୍କୁ ସ୍ମରଣ କରାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି ସମାବେଶରେ ଅଧ୍ୟକ୍ଷତା କରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ୨୫ ବର୍ଷ ତଳେ ନବୀନବାବୁ ବିଜେଡିର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି। ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି। ଏତେ ବର୍ଷ ପରେ ବି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନାହିଁ। ବିଜୁବାବୁଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସେଦିନ ସେ ସଂକଳ୍ପ ନେଇଥିଲେ। ସେବେଠୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରି ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା ଓ ଭରସାର ପ୍ରତୀକ ସାଜିଛନ୍ତି। ଏହି ପ୍ରତିବଦ୍ଧତାକୁ ଆଗକୁ ନେବା ଆମର ଉତ୍ତରଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି।
ଏହି ବୈଠକରେ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ , ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ, ଯୁବ ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ପଦଯାତ୍ରାକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି। ସମାବେଶର ଦ୍ୱିତୀୟ ଅଧିବେଶନରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଉଜ୍ଜ୍ୱଳ ପଟନୀ ନବୀନବାବୁଙ୍କୁ ଦେଶର ତିନି ଜଣ ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଜଣେ ବୋଲି ଅଭିହିତ କରିଛନ୍ତି। ବୈଠକ ପ୍ରାରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ସମାବେଶକୁ ଉଦ୍‌ଘାଟନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗାନ ହେଲା ପରେ ବୈଠକ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅକୁ କଚାଡି ମାରିଦେବାକୁ ବସିଥିଲା ବାପା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ନିଶା ସେବନ କରି ପରିବାର ଲୋକଙ୍କୁ ଗାଳି ଦେବା ସହ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ। ବାମମ୍ବାର କ୍ଷମା ମାଗି ମଧ୍ୟ ପୁନର୍ବାର ସେହି କାମ...

କେବଳ ଅର୍ଥ ପାଇଁ ଉଦ୍ୟୋଗୀ ହୋଇନି

ରାଜ୍ୟରେ ଇଲେକ୍ଟ୍ରୋନିକ୍‌ ଯାନ (ଇଭିଏସ୍‌) ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ଓମ୍‌ଜୟ ଇଭି ଲିଃ ପ୍ରଥମ ଓଡ଼ିଶାଭିତ୍ତିକ କମ୍ପାନୀ। ୨୦୧୮ରେ କମ୍ପାନୀ ନିଜ ବ୍ରାଣ୍ଡ୍‌ ନେମ୍‌...

ପିଡିଏସ୍‌ ସାମଗ୍ରୀ ବିକ୍ରି ବେଳେ ଠକିଥିବା ଅଭିଯୋଗ: ଟୁଇଟର ଅଭିଯୋଗ ଉପରେ ଯୋଗାଣ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ସ୍ବରୂପ ହିତାଧିକାରୀଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ପହଞ୍ଚାଯିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଲକ୍‌ଡାଉନ କାରଣରୁ ସାଧାରଣ...

ଅଣନିଃଶ୍ୱାସୀ କରୁଛି ଓଏମ୍‌ସି ଡମ୍ପ

ଯାଜପୁର ଅଫିସ, ୯।୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ଅଧୀନ ହାଟସାହି (ଗୁରୁଜଙ୍ଗପାଳ) ଗ୍ରାମ ପଟକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି...

ଫେରିଯିବ ମୌସୁମୀ

ଭୁବନେଶ୍ବର,୯।୧୦(ବ୍ୟୁରୋ): ମୌସୁମୀ ଓଡ଼ିଶାରୁ ଫେରିଯିବ। ଏହି ପ୍ରକ୍ରିୟା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି।...

କୋରାପୁଟ୍‌ କଫି କାଫେ ଉଦ୍‌ଘାଟିତ

ଭୁବନେଶ୍ୱର(ବ୍ୟୁରୋ)/ କୋରାପୁଟ (ସ୍ବ.ପ୍ର.), ୨।୧୦: ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ‘କୋରାପୁଟ କଫି କାଫେ’ର ଉଦ୍‌ଘାଟନ କରିବା ସହ www.koraputcoffee.org...

ହାଇଦର ଫେରାର ହୋଇଥିବା କାର୍‌ କଟକ ଅଣାଗଲା

କଟକ ଅଫିସ, ୧୯ା୪:କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ବେଳେ ବ୍ୟବହାର ହୋଇଥିବା କାର୍‌(ନଂ. ଓଡି୦୨ଏଏସ୍‌-୬୭୭୦)କୁ କମିଶନରେଟ୍‌ ପୋଲିସ ତେଲଙ୍ଗାନାରୁ ଓଡ଼ିଶା ଆଣିଛି।...

ଜାମିନ ଆବେଦନ କଲେ ଖଗେଶ୍ୱର

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ମଙ୍ଗଳବାର ଜିଲା ଜଜ୍‌ଙ୍କ...

Advertisement
Archives

Model This Week