ପୁଟିନ୍‌ଙ୍କ ଘାତକ ଘୋଷଣା ଆଜି

ମସ୍କୋ/କିଭ୍‌,୩୦ା୯:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ରେଡ୍‌ ସ୍କୋୟାର ଭିକ୍ଟ୍ରି କନ୍‌ସର୍ଟରେ ଯୋଗଦେଇ ୟୁକ୍ରେନ୍‌ର ୪ ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ ଘୋଷଣା କରିବେ। ରୁଷିଆ ଦଖଲରେ ଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆରେ ୫ ଦିନ ଧରି ଚାଲିଥିବା ଗଣଭୋଟ ମଙ୍ଗଳବାର ଶେଷ ହେବା ପରେ ୟୁକ୍ରେନ୍‌ର ଏହି ୧୫% ଅଞ୍ଚଳଗୁଡ଼ିକ ଉପରେ ମସ୍କୋର ଆଧିପତ୍ୟ ଦସ୍ତାବିଜ ଉପରେ ସ୍ବାକ୍ଷର କରିବେ। ୟୁକ୍ରେନ୍‌ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବନ୍ଧୁକ ମୁନରେ କରାଯାଇଥିବା ଏହି ଗଣଭୋଟକୁ ବେଆଇନ ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିବାବେେଳେ ଓ୍ବାଶିଂଟନ ସହ ୟୁରୋପୀୟ ସଂଘ(ଇୟୁ) ରୁଷିଆ ଉପରେ ଆହୁରି କଠୋର କଟକଣା ଜାରି କରିବାକୁ ଚେତାବନୀ ଦେଇଛନ୍ତି। ଏପରି କି ସର୍ବିଆ ଓ କାଜାଖସ୍ତାନ ଭଳି ରୁଷିଆର ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହି ଆନେକ୍ସେଶନକୁ ସ୍ବୀକୃତି ଦେଇନାହାନ୍ତି। କ୍ରେମ୍‌ଲିନ୍‌ର ସେଣ୍ଟ ଜର୍ଜ ହଲ୍‌ରେ ହେବାକୁ ଥିବା ପୁଟିନ୍‌ଙ୍କ ଆନେକ୍ସେଶନ ସେରେମନିରେ ରୁଷିଆ ସମର୍ଥତ୍ତ ଚେହେରାଙ୍କୁ ଉକ୍ତ ୪ ଅଞ୍ଚଳର ନେତା ଘୋଷଣା କରାଯିବ। ନିକଟରେ ୟୁକ୍ରେନୀୟ ସୈନ୍ୟ ଦେଶର ଉତ୍ତର-ପୂର୍ବାଞ୍ଚଳ ଯୁଦ୍ଧଭୂମିରୁ ରୁଷୀୟ ସଶସ୍ତ୍ର ବଳକୁ ଘଉଡ଼ି ସମ୍ପୃକ୍ତ ଅଞ୍ଚଳକୁ ପୁନଃ ଦଖଲ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋରେ ଗତ ୨୧ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ପାଶ୍ଚାତ୍ୟକୁ ଆଣିବିକ ଅସ୍ତ୍ର ଭୟ ଦେଖାଇଥିଲେ। ପ୍ରକାଶ ଯେ, ୨୦୧୪ରେ ୟୁକ୍ରେନ୍‌ର କ୍ରିମିଆ ରିଜିୟନ୍‌କୁ ମସ୍କୋ ଦଖଲ କରିବା ପରେ ସେଠାରେ ଗଣଭୋଟ କରାଇଥିଲା। ଏହା ପରେ ଉକ୍ତ ଅଞ୍ଚଳକୁ ରୁଷିଆର ବୋଲି ଦାବି କରିଥିଲା।
ସେପଟେ ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ପୁଟିନ୍‌ଙ୍କ ଘୋଷଣା ପରଠୁ ରୁଷୀୟମାନେ ଦେଶଛାଡ଼ି ପଳାୟନ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଫିନ୍‌ଲାଣ୍ଡ ୟୁରୋପକୁ ଯିବା ପାଇଁ ଥିବା ଏକାଧିକ ପ୍ରବେଶପଥକୁ ବନ୍ଦ କରିଦେଇଛି। ଇୟୁ ଟୁରିଷ୍ଟ ଭିଜାଧାରୀ ରୁଷୀୟମାନଙ୍କୁ ଏହି ପଥ ଦେଇ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଫିନ୍‌ଲାଣ୍ଡ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri