ଦରମା ନ ଦେଇ ନିର୍ଯାତନା, ବିଷପିଇଲେ ବନ ଜଗୁଆଳି

ରିଆମାଳ,୨୯।୯ (ଡି.ଏନ୍‌.ଏ.): ଦରମା ବଦଳରେ ମିଳିଲା ନିର୍ଯାତନା। ଦରମା ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଚାକିରିରୁ ବାହାର କରିଦେବାର ଭୟ ଦେଖାଇଲେ ଅଧିକାରୀ। ଫଳରେ ଚାପଗ୍ରସ୍ତ ହୋଇ ଦେବଗଡ଼ ଜିଲା ରିଆମାଳ ଥାନା କଙ୍କରଖୋଳ ଗ୍ରାମର ବନ ଜଗୁଆଳି ପୌଲସ୍ତି ପ୍ରଧାନ ବିଷପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି। ରିଆମାଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି।

ପ୍ରକାଶ ଯେ, ଦେବଗଡ଼ ବନବିଭାଗ ପକ୍ଷରୁ କଙ୍କରଖୋଳ ନିକଟସ୍ଥ ଜଙ୍ଗଲରେ ବନୀକରଣ କରାଯାଇଥିଲା। ସେଠାରେ ବନ ଜଗୁଆଳି ଭାବେ ଦୈନିକ ମଜୁରିରେ ପୌଲସ୍ତି ନିଯୁକ୍ତ ହୋଇଥିଲେ। ୯ ମାସ ହେଲା ସେଠାରେ କାମ କରୁଥିଲେ ମଧ୍ୟ ତାଙ୍କୁ ଦରମା ଟଙ୍କା ଦିଆଯାଇ ନ ଥିଲା। ଏଥିସହ ତାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଦରମା ଟଙ୍କା ମାଗିଲେ ବନବିଭାଗ ଅଧିକାରୀ ଗାଳିଗୁଲଜ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୌଲସ୍ତିଙ୍କର ପୁଅ ନ ଥିବାବେଳେ ଗୋଟିଏ ମାତ୍ର ଝିଅର ବାହାଘର ସରିଛି। ଫଳରେ ଦରମା ଟଙ୍କା ନ ପାଇ ପରିବାର ଚଳାଇବା ସମସ୍ୟା ହେଉଥିବା ବେଳେ ପୌଲସ୍ତି ଚାପଗ୍ରସ୍ତ ରହୁଥିଲେ। ଶେଷରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଥିବା ରିଆମାଳ ଥାନାରେ ତାଙ୍କ ପୁତୁରା ଅଭିଯୋଗ କରିଛନ୍ତି। ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ଏବଂ ଫରେଷ୍ଟର ଦୟାସାଗର ପ୍ରଧାନ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା, ପୁଅଙ୍କୁ ହତ୍ୟା : ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ମାଲକାନଗିରି,୨।୧୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଉଦୁଲିବେଡ଼ା ଗ୍ରାମର ପିତା-ପୁତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉଦୁଲିବେଡ଼ା ଗ୍ରାମର ନିଳେନ୍ଦ୍ର ଖିଲ ଓ ବାପା...

ବଜ୍ରପାତରେ ଯୁବକ ମୃତ

ଡେରାବିଶ, ୨୨।୪ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଦୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ପ୍ରଶାସନ-ଅଭିଯୋଗକାରୀଙ୍କ ଆଲୋଚନା, ୨୦ ସୁଦ୍ଧା ଫଳ

କେନ୍ଦ୍ରାପଡ଼ା ଅଫିସ, ୩ା୧୨: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ ହାଇକୋର୍ଟ ହସ୍ତକ୍ଷେପ ପରେ ପ୍ରଥମଥର ପାଇଁ ରାଜ୍ୟ ପ୍ରଶାସନ ଓ ଅଭିଯୋଗକାରୀଙ୍କ...

ପିପିଲି ଉପନିର୍ବାଚନ: ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର,୭।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତିକି ବୃଦ୍ଧି ପାଉଛି। ପିପିଲି ନିର୍ବାଚନ ପାଇଁ ସବୁ ଦଳର ନେତା ଓ କର୍ମୀମାନେ...

ସୁରଟରୁ ହାଟଡିହୀକୁ ଫେରୁଛନ୍ତି ୪୫ଜଣ ପ୍ରବାସୀ ଓଡ଼ିଆ

ହାଟଡିହୀ, ୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୪୫ଜଣ ପ୍ରବାସୀ ଓଡ଼ିଆ ସୁରଟରୁ ଫେରୁଛନ୍ତି। ଗତ ଏପ୍ରିଲ ୩୦ ତାରିଖରୁ ଗୁରୁବାର ନିଜସ୍ବ ଖର୍ଚ୍ଚରେ ସେମାନେ...

ଅନ୍ତଃରାଷ୍ଟ୍ରୀୟ ଖେଳାଳି ଏବେ ଚାଷୀ

ଉମରକୋଟ,୧।୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅନ୍ତଃରାଷ୍ଟ୍ରୀୟ ଭାରୋତ୍ତୋଳନକାରୀ ଅରୁଣ ସାନ୍ତା। ଦେଶ ପାଇଁ ପ୍ରତିନିଧିତ୍ୱ କରି ଦୁଇଥର ସ୍ବର୍ଣ୍ଣ...

ରାଜ୍ୟରୁ ପୁଣି ୨୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୮୮୪ କୁ ବୃଦ୍ଧି ପାଇଥିବା ରାଜ୍ୟ...

ନିଖୋଜ ସରପଞ୍ଚ ପ୍ରାର୍ଥୀ ଶ୍ୱଶୁରଘରୁ ଉଦ୍ଧାର

ଛେଣ୍ଡିପଦା,୧୦ା୨(ସ୍ବ.ପ୍ର.)  ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ନିଖୋଜ ହେବାର ୧୨ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି। ଛେଣ୍ଡିପଦା...

Advertisement
Archives

Model This Week