ଦରମା ନ ଦେଇ ନିର୍ଯାତନା, ବିଷପିଇଲେ ବନ ଜଗୁଆଳି

ରିଆମାଳ,୨୯।୯ (ଡି.ଏନ୍‌.ଏ.): ଦରମା ବଦଳରେ ମିଳିଲା ନିର୍ଯାତନା। ଦରମା ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଚାକିରିରୁ ବାହାର କରିଦେବାର ଭୟ ଦେଖାଇଲେ ଅଧିକାରୀ। ଫଳରେ ଚାପଗ୍ରସ୍ତ ହୋଇ ଦେବଗଡ଼ ଜିଲା ରିଆମାଳ ଥାନା କଙ୍କରଖୋଳ ଗ୍ରାମର ବନ ଜଗୁଆଳି ପୌଲସ୍ତି ପ୍ରଧାନ ବିଷପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି। ରିଆମାଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି।

ପ୍ରକାଶ ଯେ, ଦେବଗଡ଼ ବନବିଭାଗ ପକ୍ଷରୁ କଙ୍କରଖୋଳ ନିକଟସ୍ଥ ଜଙ୍ଗଲରେ ବନୀକରଣ କରାଯାଇଥିଲା। ସେଠାରେ ବନ ଜଗୁଆଳି ଭାବେ ଦୈନିକ ମଜୁରିରେ ପୌଲସ୍ତି ନିଯୁକ୍ତ ହୋଇଥିଲେ। ୯ ମାସ ହେଲା ସେଠାରେ କାମ କରୁଥିଲେ ମଧ୍ୟ ତାଙ୍କୁ ଦରମା ଟଙ୍କା ଦିଆଯାଇ ନ ଥିଲା। ଏଥିସହ ତାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଦରମା ଟଙ୍କା ମାଗିଲେ ବନବିଭାଗ ଅଧିକାରୀ ଗାଳିଗୁଲଜ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୌଲସ୍ତିଙ୍କର ପୁଅ ନ ଥିବାବେଳେ ଗୋଟିଏ ମାତ୍ର ଝିଅର ବାହାଘର ସରିଛି। ଫଳରେ ଦରମା ଟଙ୍କା ନ ପାଇ ପରିବାର ଚଳାଇବା ସମସ୍ୟା ହେଉଥିବା ବେଳେ ପୌଲସ୍ତି ଚାପଗ୍ରସ୍ତ ରହୁଥିଲେ। ଶେଷରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଥିବା ରିଆମାଳ ଥାନାରେ ତାଙ୍କ ପୁତୁରା ଅଭିଯୋଗ କରିଛନ୍ତି। ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ଏବଂ ଫରେଷ୍ଟର ଦୟାସାଗର ପ୍ରଧାନ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା: ପେପର ଲିକ୍ ବିରୋଧରେ ସରକାରଙ୍କ କଠୋର ଆଇନ, କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ,୨୪ା୭: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ପେପର ଲିକ୍ ବିଲ୍ ସଂଶୋଧନ’କୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ପେପର ଲିକ୍ ମାଫିଆଙ୍କ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

Sonam Wangchuk: ସୋନମ ଓ୍ବାଙ୍ଗଚୁକଙ୍କ ଅନଶନ ଭାଙ୍ଗିବା ପଛରେ ଅଛି ସ୍ତ୍ରୀ ଗୀତାଞ୍ଜଳିଙ୍କ ହାତ, ଲଦାଖ ଯିବେ କି ଓ୍ବାଙ୍ଗଚୁକ? ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୬ ଦିନ ପରେ ଗୁରୁବାର ବିଳମ୍ବିତ ରାତିରେ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେ…

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରୁ ପଛକୁ ହଟୁନି CJP! ୨ ଦାବି ମାନିଲେ, ସରକାର କହିଲେ କାଲି ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ,୨୪ା୭: ପେପର ଲିକ୍ ବିବାଦ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ ଶୁକ୍ରବାର, ଦିଲ୍ଲୀର ବିଠଲ ହାଉସରେ କେନ୍ଦ୍ର ସରକାର ଏବଂ କୋକ୍ରୋଚ୍ ଜନତା ପାର୍ଟି (CJP)…

ଅନଶନ ଭାଙ୍ଗିବାର ଏହି ଦୁଇ ବଡ଼ ବିକଳ୍ପ କହିଲେ ସୋନମ ଓ୍ବାଙ୍ଗ୍‌ଚୁକ୍‌, ମୁଁ ଚାହୁଁଥିଲି…

ନୂଆଦିଲ୍ଲୀ,୨୪ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଆମରଣ ଅନଶନ ଜାରି ରଖିଥିବା ବିଶିଷ୍ଟ ପରିବେଶବିତ୍‌ ସୋନମ ଓ୍ବାଙ୍ଗ୍‌ଚୁକ୍‌ ଗୁରୁବାର ରାତିରେ ତାଙ୍କର ଅନଶନ ଭଙ୍ଗ କରିଛନ୍ତି।…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଗୀତାଞ୍ଜଳୀଙ୍କୁ କେମିତି ଭେଟିଥିଲେ ସୋନମ ଓ଼୍ବାଙ୍ଗଚୁକ୍‌, ଜାଣନ୍ତୁ ତାଙ୍କର ଲଭ୍‌ଷ୍ଟୋରୀ…

ନୂଆଦିଲ୍ଲୀ,୨୪ା୭: କ୍ଲାଇମେଟ୍ ଆକ୍ଟିଭିଷ୍ଟ ସୋନମ୍ ୱାଙ୍ଗଚୁକ୍ ଏବଂ ତାଙ୍କ ପତ୍ନୀ, ଶିକ୍ଷାବିତ୍ ସୋସିଆଲ୍ ଏଣ୍ଟରପ୍ରେନ୍ୟୋର୍ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ପ୍ରେମ କାହାଣୀ। brut ଅନୁଯାୟୀ, ସେମାନଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri