ଆମେରିକାରେ ତାଣ୍ଡବ ରଚିଛି ‘ଇୟାନ’, ସଡ଼କ ଜଳମଗ୍ନ, ହସ୍ପିଟାଲର ଛାତ ଉଡିଲା, ଫ୍ଲୋରିଡାରେ ବନ୍ୟା, ବିଜୁଳି ସଙ୍କଟ

ସେଣ୍ଟ ପିଟର୍ସବର୍ଗ,୩୦ ।୯: ଘୂର୍ଣ୍ଣିଝଡ଼ ‘ଇୟାନ’ ଆମେରିକାରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ସହ ବଜୁଳି ସଙ୍କଟ ଦେଖାଦେଇଛି । ଷ୍ଟେକ ଦ୍ୱିପ ନିକଟରେ ୨ରୁ ୭ ମିଟର ଉ୍‌ଚ୍ଚତାର ସମୁଦ୍ର ଲହଡି ଆସିବାରୁ ଡଙ୍ଗା ବୁଡି ୨୩ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଫ୍ଲୋରିଡାରେ ଥିବା ଏକ ହସ୍ପିଟାଲ ଜଳମଗ୍ନ ହୋଇଯିବା ସହ ଚତୁର୍ଥ ମହଲାରେ ଥିବା ଆଇସିୟୁର ଛାତ ଉଡିଯାଇଥିବା ଜଣାପଡିଛି । ଘୁର୍ଣ୍ଣିଝଡ଼ ‘ଇୟାନ’ ଫ୍ଲୋରିଡା ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଏଠାରେ ପବନର ବେଗ ଘଣ୍ଟାପ୍ରତି ୨୪୦ କିଲୋମିଟର ଥିଲା । ଏହାପରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା ।

କାଟାଗୋରୀ-୪ର ଏହି ବିନାଶକାରୀ ଘୂର୍ଣ୍ଣିଝଡ ‘ଇୟାନ’ ଫଳରେ ଦକ୍ଷିଣ-ପଶ୍ଚିମ ଉପକୂଳ ଜଳମଗ୍ନ ହୋଇଯାଇଛି । ଜର୍ଜିଆ ଓ ଦକ୍ଷିଣ କ୍ୟାରୋଲିନା ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ଏହାଦ୍ୱାରା ପୋର୍ଟ ମାୟର୍ସ ସହର ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ପ୍ରାୟ ୮.୫ ଲକ୍ଷ ଘରର ବିଳୁଜି ସଂଯୋଗକୁ କାଟି ଦିଆଯାଇଛି । ପ୍ରାୟ ୨୦ ଲକ୍ଷ ଲୋକ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ।
ଘୁର୍ଣ୍ଣିଝଡ଼ ‘ଇୟାନ’କୁ ନେଇ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ସଡ଼କରେ ବର୍ଷା ଓ ବନ୍ୟାଜଳ ସହ ଶାର୍କ ନଜର ଆସିଛନ୍ତି । ଆଉ ଏକ ଭିଡିଓରେ ଜଣେ ଖବରଦାତା ପ୍ରବଳ ପବନରେ ନିଜକୁ ସମ୍ଭାଳୁଥିବା ଦେଖାଯାଇଛି । ଅନେକ ସ୍ଥାନରେ ବଡ ବଡ ଗଛ ଓ ଖୁଣ୍ଟ ସବୁ ଉପୁଡି ପଡିଛି ।
ବିଶେଷଜ୍ଞମାନେ କହିଛନ୍ତି, ଘୂର୍ଣ୍ଣିଝଡ଼ ‘ଇୟାନ’ରେ ପାଖାପାଖି ୨୬୦ ଅରବ ଡଲାରରୁ ଅଧିକ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି । ଦୀର୍ଘ ପ୍ରାୟ ୫୦୦ ବର୍ଷ ପରେ ଆମେରିକାବାସୀ ଏମିତି ଘୂର୍ଣ୍ଣିଝଡ଼ର ସାମ୍ନା କରିଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଠକ ମାଫିଆଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରାଯିବ

ନୂଆଦିଲ୍ଲୀ,୨୪।୭: କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେପର ଲିକ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ବିପଦର ମୁକାବିଲା ପାଇଁ…

ବାଂଲାଦେଶକୁ ବଡ଼ ଝଟକା, ଇସ୍ତଫା ଦେଲେ ରାଷ୍ଟ୍ରପତି

ଢାକା,୨୪।୭: ବାଂଲାଦେଶ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୨୪ ଜୁଲାଇ, ୨୦୨୬ରେ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ସଂସଦର ବାଚସ୍ପତିଙ୍କୁ ଏକ…

ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସି ପଡ଼ିଲା ମାଟି ଅତଡ଼ା, ୧୩ ମୃତ

ପାଙ୍ଗି,୨୪।୭: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। କିଛି ଅଞ୍ଚଳ ଏବେ ବି ବର୍ଷା ଅପେକ୍ଷାରେ ଥିବା ବେଳେ, ପାହାଡ଼ି ରାଜ୍ୟ ସମେତ ଅନ୍ୟାନ୍ୟ ଅନେକ…

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଗୁଜରାଟରେ ବର୍ଷା ତାଣ୍ଡବ, ପାଣି ଘେରରେ ସୁରତ

ଅହମଦାବାଦ,୨୪ା୭: ଗୁଜରାଟର ଦକ୍ଷିଣ ଭାଗ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri