ଆମେରିକାରେ ତାଣ୍ଡବ ରଚିଛି ‘ଇୟାନ’, ସଡ଼କ ଜଳମଗ୍ନ, ହସ୍ପିଟାଲର ଛାତ ଉଡିଲା, ଫ୍ଲୋରିଡାରେ ବନ୍ୟା, ବିଜୁଳି ସଙ୍କଟ

ସେଣ୍ଟ ପିଟର୍ସବର୍ଗ,୩୦ ।୯: ଘୂର୍ଣ୍ଣିଝଡ଼ ‘ଇୟାନ’ ଆମେରିକାରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ସହ ବଜୁଳି ସଙ୍କଟ ଦେଖାଦେଇଛି । ଷ୍ଟେକ ଦ୍ୱିପ ନିକଟରେ ୨ରୁ ୭ ମିଟର ଉ୍‌ଚ୍ଚତାର ସମୁଦ୍ର ଲହଡି ଆସିବାରୁ ଡଙ୍ଗା ବୁଡି ୨୩ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଫ୍ଲୋରିଡାରେ ଥିବା ଏକ ହସ୍ପିଟାଲ ଜଳମଗ୍ନ ହୋଇଯିବା ସହ ଚତୁର୍ଥ ମହଲାରେ ଥିବା ଆଇସିୟୁର ଛାତ ଉଡିଯାଇଥିବା ଜଣାପଡିଛି । ଘୁର୍ଣ୍ଣିଝଡ଼ ‘ଇୟାନ’ ଫ୍ଲୋରିଡା ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଏଠାରେ ପବନର ବେଗ ଘଣ୍ଟାପ୍ରତି ୨୪୦ କିଲୋମିଟର ଥିଲା । ଏହାପରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା ।

କାଟାଗୋରୀ-୪ର ଏହି ବିନାଶକାରୀ ଘୂର୍ଣ୍ଣିଝଡ ‘ଇୟାନ’ ଫଳରେ ଦକ୍ଷିଣ-ପଶ୍ଚିମ ଉପକୂଳ ଜଳମଗ୍ନ ହୋଇଯାଇଛି । ଜର୍ଜିଆ ଓ ଦକ୍ଷିଣ କ୍ୟାରୋଲିନା ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ଏହାଦ୍ୱାରା ପୋର୍ଟ ମାୟର୍ସ ସହର ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ପ୍ରାୟ ୮.୫ ଲକ୍ଷ ଘରର ବିଳୁଜି ସଂଯୋଗକୁ କାଟି ଦିଆଯାଇଛି । ପ୍ରାୟ ୨୦ ଲକ୍ଷ ଲୋକ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ।
ଘୁର୍ଣ୍ଣିଝଡ଼ ‘ଇୟାନ’କୁ ନେଇ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ସଡ଼କରେ ବର୍ଷା ଓ ବନ୍ୟାଜଳ ସହ ଶାର୍କ ନଜର ଆସିଛନ୍ତି । ଆଉ ଏକ ଭିଡିଓରେ ଜଣେ ଖବରଦାତା ପ୍ରବଳ ପବନରେ ନିଜକୁ ସମ୍ଭାଳୁଥିବା ଦେଖାଯାଇଛି । ଅନେକ ସ୍ଥାନରେ ବଡ ବଡ ଗଛ ଓ ଖୁଣ୍ଟ ସବୁ ଉପୁଡି ପଡିଛି ।
ବିଶେଷଜ୍ଞମାନେ କହିଛନ୍ତି, ଘୂର୍ଣ୍ଣିଝଡ଼ ‘ଇୟାନ’ରେ ପାଖାପାଖି ୨୬୦ ଅରବ ଡଲାରରୁ ଅଧିକ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି । ଦୀର୍ଘ ପ୍ରାୟ ୫୦୦ ବର୍ଷ ପରେ ଆମେରିକାବାସୀ ଏମିତି ଘୂର୍ଣ୍ଣିଝଡ଼ର ସାମ୍ନା କରିଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ...

ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ…

ଓ୍ବାଶିଂଟନ/ମସ୍କୋ, ୨୩।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪ ମାସ ବିତିଛି। ଯୁଦ୍ଧ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ ହେବାରେ ଲାଗିଛି।...

ନେପାଳରେ ପୁଣି ରାଜନୈତିକ ସଙ୍କଟ

କାଠମାଣ୍ଡୁ, ୨୩।୫(ଆଇଏଏନ୍‌ଏସ୍‌): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଶୁକ୍ରବାର ମଧ୍ୟରାତ୍ରରେ ପାର୍ଲାମେଣ୍ଟ ଭଙ୍ଗ କରିବା ସହ ନଭେମ୍ବର ୧୨...

ଆର୍କଟିକରେ କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ, ପୃଥିବୀ ପାଇଁ ବିପଦ ମାଡ଼ି ଆସୁଛି…

ଓ୍ବାଶିଂଟନ/ବର୍ଲିନ, ୬।୪ : ପୃଥିବୀର ସବୁଠାରୁ ଜନଶୂନ୍ୟ ଏବଂ ବରଫ ଅଞ୍ଚଳ ମଧ୍ୟରୁ ଆର୍କଟିକ ଅନ୍ୟତମ। ମାତ୍ର ସେଠାରେ ଏବେ ପୃଥିବୀର ଅନ୍ୟ ଅଞ୍ଚଳ ଭଳି...

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୬୦ ସନ୍ଦିଗ୍ଧଙ୍କୁ...

ଭାରତ-ଇସ୍ରାଏଲ ସମ୍ପର୍କ ହେବ ଆହୁରି ମଜଭୁତ

ନୂଆଦିଲ୍ଲୀ/ଜେରୁଜେଲମ,୮।୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଟୁଇଟ୍‌ ଯୋଗେ ସେ ଏନେଇ ସୂଚନା ଦେଇଛନ୍ତି। ସେ...

ପାର୍କରେ ଗୁଳି: ୨ ମୃତ, ୫ ଆହତ

ଲସ୍‌ ଆଞ୍ଜେଲ୍‌ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

୨.୫ ଲକ୍ଷ ଟୁଇଟର ଅକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାରି କହିଥିଲେ: ଏଲନ ମସ୍କ…

ଓ୍ବାଶିଂଟନ,୪।୧ : ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୨.୫ ଲକ୍ଷ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଆମେରିକା...

Advertisement
Archives

Model This Week