ଶିବସେନା ବିବାଦକୁ ନେଇ ସୁପିମକୋର୍ଟଙ୍କ ବଡ ନିଷ୍ପତ୍ତି, ୫ ଜଜଙ୍କ ସମ୍ବିଧାନ ପୀଠକୁ ଦିଆଗଲା ମାମଲା
ନୂଆଦିଲ୍ଲୀ,୨୩ ।୮: ଶିବସେନା କାହାର? ଏବେ ଏହି ମାମଲା ସୁପ୍ରିମକାର୍ଟରେ । ମଙ୍ଗଳବାର ଏହାର ଏକ ଶୁଣାଣି କରି କୋର୍ଟ ଏହି ମାମଲାକୁ ୫ ଜଜଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଏହାର ଶୁଣାଣି ହେବ…
ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୩।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ସୋନିଆ ଗାନ୍ଧୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସାକ୍ଷାତକାରକୁ କଂଗ୍ରେସ ପକ୍ଷରୁ ସୌଜନ୍ୟମୂଳକ ଓ ଔପଚାରିକ ବୋଲି କୁହାଯାଇଛି।…
ଲଶ୍କର-ଏ-ତୋଏବାର ୨ଆତଙ୍କବାଦୀ ଗିରଫ: ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଜବତ
ବଡ଼ଗାମ,୨୩।୮: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ୨ଆତଙ୍କବାଦୀ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ବିପୁଳ ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ, ସେନା ଓ ପୋଲିସର ମିଳିତ ଉଦ୍ୟମରେ…
ଆଧାର ଲିଙ୍କ୍ କରିବାକୁ ବାଧ୍ୟ କରାଯାଉଛି: ଟିଏମ୍ସି ମୁଖପାତ୍ର
ନୂଆଦିଲ୍ଲୀ,୨୩।୮: ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଲାଗି ଲୋକଙ୍କୁ ବାଧ୍ୟ କରାଯାଉଥିବା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖପାତ୍ର ସାକେତ ଗୋଖ୍ଲେ ଅଭିଯୋଗ କରିଛନ୍ତି। ଏଥିପାଇଁ ନିର୍ବାଚନ ଅଧିକାରୀମାନେ ଲୋକଙ୍କୁ ଡାକିବା ସହ ଚାପ ପକାଉଥିବା ଇଣ୍ଟରନେଟ ଫ୍ରିଡମ୍…
ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା କରିଥିଲେ ୧୫ ଥର କଲ୍
ଭୁବନେଶ୍ବର ୨୩।୮: ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ପୋଲିସ ହାତରେ ସିଡିଆର୍ ରିପୋର୍ଟ ଲାଗିଥିବା ବେଳେ ଶ୍ୱେତା ମୃତ୍ୟୁ ପୂର୍ବରୁ ୧୫ ଥର କଲ କରିଥିବା ଜଣାପଡ଼ିଛି । ତେବେ ଶେଷ କଲ…
୧୦ ଫୁଟର ଅଜଗର ଉଦ୍ଧାର
ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ବେଗନା ଗ୍ରାମର ଛକ ନିକଟରୁ ବିଳମ୍ବିତ ରାତିରେ ଏକ ୧୦ ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି। ରାତିରେ ସାପଟିକୁ ଗାଁ ନିକଟରେ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗ …
୪ ଦିନିଆ ତାଇଓ୍ବାନ ଗସ୍ତରେ ଆମେରିକୀୟ ଗଭର୍ନର
ତାଇପେଇ,୨୩।୮: ନିକଟରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ଉତ୍ତେଜିତ ହୋଇପଡିଥିଲା। ଏଭଳି ସ୍ଥିତିରେ ଆମେରିକାର ଇଣ୍ଡିଆନା ପ୍ରଦେଶର ଗଭର୍ନର ଏରିକ୍ ହୋଲକମ୍ବ ତାଇପେଇରେ ପହଞ୍ଚିଛନ୍ତି। ଏରିକ୍ଙ୍କ ୪ ଦିନିଆ କାର୍ଯ୍ୟକ୍ରମ ଥିବାବେଳେ ସେ ସେମିକଣ୍ଡକ୍ଟର…
ନ୍ୟାୟ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ ଶ୍ୱେତାଙ୍କ ମା’
ଭୁବନେଶ୍ୱର,୨୩।୮(ବ୍ୟୁରୋ): ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳକୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣା ରହସ୍ୟ ସୃଷ୍ଟି କରିଛି। ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଶ୍ୱେତାଙ୍କ ମୃତ୍ୟୁ ମାମଲାରେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା…
କଳା ଚଷମା ଗୀତରେ ନାଚିଲେ ଭାରତୀୟ ଖେଳାଳି
ହରାରେ,୨୩।୮: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜକୁ ୩-୦ ବ୍ୟବଧାନରେ ଜିତିବା ପରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଅଧିନାୟକ ଲୋକେଶ ରାହୁଲଙ୍କ ଠାରୁ ଆରମ୍ଭ କରି ଶିଖର ଧାୱନ ଏବଂ ଇଶାନ କିଶନ ପର୍ଯ୍ୟନ୍ତ ସମସ୍ତ ଖେଳାଳି ବହୁତ…
ବର୍ଷାଦିନେ ଦିଶିବେ ଷ୍ଟାଇଲିଶ୍
ସୁନ୍ଦର ଦେଖାଯିବା ସହିତ ଆରାମଦାୟକ ଅନୁଭବ ପାଇଁ ବର୍ଷାଦିନେ ଠିକ୍ ପୋଷାକ ଚୟନ କରିବା ନିହାତି ଆବଶ୍ୟକ। ତେଣୁ ଏହି ଋତୁରେ କେଉଁ ଫାବ୍ରିକର ପୋଷାକ ପିନ୍ଧିବେ ଜାଣିରଖନ୍ତୁ… ବର୍ଷାଦିନେ ଶୀଘ୍ର ଶୁଖିଯାଉଥିବା ଭଳି ଫାବ୍ରିକ ବ୍ୟବହାର କରନ୍ତୁ। କିନ୍ତୁ ଟ୍ରାନ୍ସପରେଣ୍ଟ…
କଫିରୁ ମିଳିବ ସୁନ୍ଦର ତ୍ୱଚା
କଫି ବ୍ୟବହାର କରି ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରାଯାଇପାରିବ। ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାର କଳାଦାଗ ଦୂରକରିବା ସହିତ ଉଜ୍ଜ୍ୱଳତା ବୃଦ୍ଧି କରିିଥାଏ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ … କଫିକୁ ଫେସ୍ ମାସ୍କଭାବେ ବ୍ୟବହାର କରାଯାଇପାରିବ।…
ହୋମ୍ ମ୍ୟାନେଜର
କିଏ କହେ କଞ୍ଜୁସ୍ ତ କିଏ କହେ ମିତବ୍ୟୟୀ। କିନ୍ତୁ ସାମ୍ପ୍ରତିକ ବଜାର ସ୍ଥିତିକୁ ଦେଖି ଏବେ ସତର୍କ ହୋଇଛନ୍ତି ସେମାନେ। ଆବଶ୍ୟକତା ଦେଖି କିଣାକିଣି କରିବାକୁ ପଡୁଛି। ଏମିତି ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରି ଘର ବଜେଟକୁ ସଜାଡ଼ି ସେମାନେ…
Archives


