Advertisement

ବାପାଙ୍କୁ ପିଟି ମାରିଦେଲେ ସ୍ତ୍ରୀ-ପିଲା

ଭଦ୍ରକ ଅଫିସ,୨୪ା୧୧: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା ପାରିବାରିକ କଳହ ଶେଷରେ ଉଗ୍ରରୂପ ନେଇଛି। ଶେଷରେ ସ୍ବାମୀର ଜୀବନ ନେବାକୁ ପଛଘୁଞ୍ଚା ଦେଲା ନାହିଁ ସ୍ତ୍ରୀ। ପୁଅ, ଝିଅ ମଧ୍ୟ ମା’ଙ୍କ ସହ ମିଶି ବାପାକୁ ପିଟି ପିଟି ମାରିଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ପୀରହାଟ ଥାନା ବାମନବିନ୍ଧା ପଞ୍ଚାୟତ ଖେଦରପୁର ଗାଁରେ। ମୃତବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ଗ୍ରାମର ବାବୁଆ ଦାସ (୪୭)। ଏ ନେଇ ବାବୁଆଙ୍କ ମା’ ବେଙ୍ଗ ଦାସଙ୍କ ଅଭିଯୋଗ ଆଧାରରେ ପୀରହାଟ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।
ପୋଲିସ ସୂଚନା ମୁତାବକ, ବାବୁଆ ଓ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ପରକ୍ରିୟା ପ୍ରୀତିକୁ ନେଇ କଳହ ଲାଗି ରହୁଥିଲା। ବୁଧବାର ରାତିରେ ଉଭୟ ପରସ୍ପରର ଚରିତ୍ରକୁ ଆକ୍ଷେପ କରି ଝଗଡ଼ା ଲାଗିଥିଲେ। ବାସନ୍ତୀ ଉତ୍‌କ୍ଷିପ୍ତ ହୋଇ ତାଙ୍କ ୩ ପୁଅ ମଣ୍ଟୁ, ମାନିଆ, ସନିଆ ଓ ଝିଅ ସୁନ୍ଦରୀ ସହ ମିଶି ବାବୁଆଙ୍କୁ ଏକ ଶାବଳ ଓ କତାରେ ଆକ୍ରମଣ କରିଥିଲେ। ସେ ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଦ୍ରକ ମୁଖ୍ୟ ଚିକିସତ୍ାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଭୋର ୪ଟାରେ ମୃତ୍ୟୁ ଘଟିଥିଲା। ଘଟଣାରେ ପୋଲିସ କେସ୍‌ ନଂ. ୧୯୬/୨୨ରେ ମାଲା ରୁଜୁ କରି ସାନପୁଅ ସନିଆଙ୍କୁ ଅଟକ ରଖି ତଦନ୍ତ କରୁଛି। ଅନ୍ୟ ଅଭିଯୁକ୍ତମାନେ ଫେରାରଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କରୋନାର ସ୍ଥିତି ଚିନ୍ତାଜନକ

ଭବାନୀପାଟଣା,୭।୪: କଳାହାଣ୍ଡିରେ ମାଡିଲାଣି କରୋନା। ଚଳିତ ମାସ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଛନ୍ତି ୨୮୧ନୂଆ ଆକ୍ରାନ୍ତ। ଗତ ୧ ତାରିଖରେ ୨୬ଜଣ, ୨ରେ ୨୨, ୩ରେ...

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସ୍ନାନବେଦିକୁ ଯାଇପାରିବେ ଭକ୍ତ, ହେଲେ ଛୁଇଁବା ମନା

ପୁରୀ ଅଫିସ,୭।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ସ୍ନାନଯାତ୍ରା ପ୍ରଥମେ ଥିବାରୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏହି...

ଓଲଟିଲା ବରଯାତ୍ରୀ ଗାଡ଼ି

ସାରସକଣା,୧ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସଙ୍କୁଚା ନିକଟରେ ଏକ ବରଯାତ୍ରୀ ଗାଡ଼ି ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨...

ନୟାଗଡ଼ରେ ଭୂକମ୍ପ ଝଟକା

ନୟାଗଡ଼ ଅଫିସ,୧୫।୪: ନୟାଗଡ଼ ଜିଲା ଦଶପଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ୧୧ଟା ୫ ମିନିଟ...

ଖୋଲିଲା ବାଙ୍କିଶୋଳ କୋଭିଡ୍‌ ହସ୍ପିିଟାଲ

ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲାରେ କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟସେବା ନିମନ୍ତେ ବାରିପଦା ଉପକଣ୍ଠ ବାଙ୍କିଶୋଳସ୍ଥିତ ଘରୋଇ କୋଭିଡ୍‌ ହସ୍ପିିଟାଲ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଜିଲାପାଳ ବିନୀତ...

ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଭଦ୍ରକ ଅଫିସ, ୧୧।୮ – ଭଦ୍ରକ ପୁରୁଣାବଜାର ଥାନା ପୋଲିସ ପକ୍ଷରୁ ଶନିବାର ଅପରାହ୍ନରେ ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆସନ୍ତା ସୋମବାର ପବିତ୍ର ଇଦ୍‌-ଉଲ୍‌-ଜୁହା...

ବାର୍‌ହା ଉପଦ୍ରବ, ଜମି ହୁଡ଼ାରେ ଚାଷୀଙ୍କ ମଞ୍ଚା

ମହାକାଳପଡ଼ା,୧୯ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳିଛି। ପାଚିଲା ଧାନକୁ ଖାଇବାକୁ ଦଳ ଦଳ...

ଖଣି ଖନନ ପାଇଁ ୧୭ରେ ଜନଶୁଣାଣି

ପଟ୍ଟାଙ୍ଗି,୧୬।୧୨(ଡି.ଏନ୍‌.ଏ.) ପଟ୍ଟାଙ୍ଗି ବ୍ଲକର କୋଟିଆ, ମାଳିପୁଟ, ପଟ୍ଟାଙ୍ଗି ଓ ନୂଆଗାଁ ପଞ୍ଚାୟତକୁ ଲାଗି ରହିଛି ସେରୁବନ୍ଧ ବକ୍ସାଇଟ ପାହାଡ଼। ଏଠାରେ ଖଣି ଖନନ ପାଇଁ ନାଲ୍‌କୋ ଅନୁମତି...

Advertisement
Archives

Model This Week