ଲଜ୍‌ରୁ ଯୁବକଙ୍କ ମୃତଦେହ ଜବତ

ଆରଡି, ୨୪।୧୧( ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ଆରଡି ବସ୍‌ଷ୍ଟାଣ୍ଡରେ ଥିବା ଏକ ଲଜ୍‌ରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣଙ୍କ ହେଲେ ଧାମରା ଅଞ୍ଚଳର ଦୋସିଙ୍ଗା, ବାଲିସାହିର ନାରଣ ସାହୁ (୨୫)। ସେ ସ୍ଥାନୀୟ ଗେଲ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ। ପୋଲିସ ସୂଚନା ମୁତାବକ, ସେ ଲଜ୍‌ରେ ୩ ମାସ ହେଲା ଭଡ଼ାରେ ରହିଆସୁଥିଲେ। ଗୁରୁବାର ଦିନ ୧୧ଟା ପର୍ଯ୍ୟନ୍ତ ତାଙ୍କ କବାଟ ବନ୍ଦ ରହିଥିଲା। ଲଜ କର୍ମଚାରୀଙ୍କ ସନ୍ଦେହ ହେବାରୁ କବାଟ ବାଡ଼େଇଥିଲେ ବି କୌଣସି ଉତ୍ତର ମିଳି ନ ଥିଲା। ଖବର ପାଇ ଆରଡ଼ି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲ ଓ ଚାନ୍ଦବାଲି ଅତିରିକ୍ତ ତହସିଲଦାର ଦୀପ୍ତିରଞ୍ଜନ ଜେନାଙ୍କ ଉପସ୍ଥିତିରେ ସ୍ଥାନୀୟ ଯୁବକ କବାଟ ତାଡ଼ିଥିଲେ। ପୋଲିସ ମୃତଦେହ ଜବତ କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତଙ୍କ ପରିବାର ଲୋକ ସେଠାରେ ଉପସ୍ଥିତ ଥିଲେ। ମୃତକଙ୍କ ମୃତ୍ୟୁ ସନ୍ଦେହ ଜନକ, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ କେଶ ନଂ. ୩୫/୨୨ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri