Home Left

ଇରାନ ସମର୍ଥିତ ଇସ୍‌ଲାମିକ ଜେହାଦ

ତେଲ ଆଭିଭ୍‌, ୭ା୮: ଗତ ବର୍ଷ ଇସ୍ରାଏଲ ଏବଂ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ସଦସ୍ୟଙ୍କ ମଧ୍ୟରେ ୧୧ ଦିନ ଧରି ସୀମାରେ ସଂଘର୍ଷ ରହିବା ପରେ ଏବେ ୨ ଦିନ ହେଲା ପୁଣି ଅନୁରୂପ ସ୍ଥିତି ଉପୁଜିଛି। ଇରାନ୍‌ ସମର୍ଥିତ ପାଲେଷ୍ଟିନୀୟ…

ବଦଳିଗଲା ସ୍ମାର୍ଟସିଟିର ଚିତ୍ର

ଭୁବନେଶ୍ୱର, ୭।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି। ଫଳରେ ଖୋର୍ଦ୍ଧା, ପୁରୀ, କଟକ ଆଦି ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ସହ ଜଳବନ୍ଦୀ ସ୍ଥିତି ଉପୁଜିଛି। ଦିନତମାମ ବର୍ଷା…

ହସ୍ତତନ୍ତର ଆଧୁନିକ ଅଧ୍ୟାୟ

ଭୁବନେଶ୍ୱର,୭।୮(ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ଆଜି ବିଶ୍ୱବିଦିତ। ଭାରତ ସମେତ ବିଭିନ୍ନ ଦେଶରେ ଏହାର ଭଲ ଚାହିଦା ରହିଛି। ସମ୍ବଲପୁରୀ ଶାଢ଼ୀ, ଖୋର୍ଦ୍ଧା ଗାମୁଛା, ବରମପୁରୀ ପାଟ, ବମକେଇ ପାଟ, ବାନ୍ଧ, ସୋନପୁରୀ, ହାବସ୍‌ପୁରୀ ପ୍ରମୁଖ ବିଶ୍ୱ ବଜାରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ…

ଲୟୋଲାରେ ସିନର୍ଜୀ -୨୦୨୨

ଭୁବନେଶ୍ୱର, ୭।୮(ବ୍ୟୁରୋ): ଲୟୋଲା ସ୍କୁଲ ପରିସରରେ ଶନିବାର ଷଷ୍ଠ ବାର୍ଷିକ ପ୍ରଦର୍ଶନୀ ସିନର୍ଜୀ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଦୁଇ ବର୍ଷ ପରେ ନିଜ ଲୁକ୍‌କାୟିତ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ…

ଆଜି ଆସୁଛନ୍ତି ଶାହା

ଭୁବନେଶ୍ୱର,୭।୮(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ଭାଜପା ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଶନିବାର…

ୟୁନିଫାଏଡ୍‌ ପଲିସି, ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା

ପୁରୀ ଅଫିସ,୭।୮: ନୀଳାଦ୍ରି ଭକ୍ତନିବାସରେ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ରଥଯାତ୍ରା ଓ ସ୍ନାନଯାତ୍ରା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏଥିସହ ଆଦର୍ଶ ଗୁରୁକୁଳ, ସେବକ ବାସଗୃହ…

‘ସ୍ବର ଶାଣିତ ହୋଇପାରିଲେ ସୁରକ୍ଷା ସମ୍ଭବ’

କେନ୍ଦୁଝର, ୭।୮(ସ୍ବ.ପ୍ର.): ଦୃଢ଼ ଆତ୍ମବିଶ୍ୱାସ ହିଁ ସଫଳତା ଆଣିଥାଏ। ପିଲାମାନେ କାହାକୁ ଭୟ ନ କରି ନିଜ ସ୍ବରକୁ ଶାଣିତ କରିପାରିଲେ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷା ଦେଇପାରିବେ। ବିଶେଷକରି ଝିଅ ପିଲାମାନେ ଏ ଦିଗରେ ଅଧିକ ଯତ୍ନବାନ ହେବା ଜରୁରୀ।…

କ୍ୟୁବା ତେଲ ଡିପୋରେ ଲାଗିଲା ନିଆଁ: ଜଣେ ମୃତ ୧୨୧ ଆହତ

ହୱାନା,୭ ।୮: କ୍ୟୁବାର ମତଂଜସ ସହରରେ ଶନିବାର ଏକ ତେଲ ଡିପୋରେ ବଜ୍ରପାତ ହେବାରୁ ନିଆଁ ଲାଗି ଯାଇଥିଲା । ଏହା ନିୟନ୍ତ୍ରଣ ବାହାରେ ଥିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି ।…

ଗୁଣପୁର କୋର୍ଟରେ ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ

ଗୁଣପୁର,୭।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ଶନିବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ହାଜର ହୋଇଥିଲେ। ବିଜେଡି ନେତା ଯଯାତି କେଶରୀ ସାହୁ ହତ୍ୟାକାଣ୍ଡ ମାମଲାରେ ସବ୍ୟସାଚୀଙ୍କ ବୟାନ ରେକର୍ଡ କରାଯାଇଛି। ସମସ୍ତ ସାକ୍ଷୀଙ୍କ ବିଚାରଣା ପରେ ଏହି ପ୍ରକ୍ରିୟା…

ହାତୀପଲ ପାଇଁ ଅଟକିଲା ଟ୍ରେନ୍‌

ଢେଙ୍କାନାଳ ଅଫିସ, ୭।୮: ହାତୀପଲ ପାଇଁ ଅଟକିଲା ବଲାଙ୍ଗୀର-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌। ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ଅଧୀନ ମେରାମଣ୍ଡଳୀ ରେଳଷ୍ଟେଶନ ଏବଂ ହଳଦିଆବାହାଳ ମଝିରେ ଶନିବାର ରାତି ପ୍ରାୟ ୯ଟାରେ ଏହି ଘଟଣା ଘଟିଛି। ଫଳରେ ଟ୍ରେନ୍‌…

ସ୍ବସ୍ତିକ ଷ୍ଟିଭେଡର୍ସ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ

ପାରାଦୀପ,୭।୮(ସ୍ବ.ପ୍ର.): ପାରାଦୀପ ବନ୍ଦରର ପ୍ରଶାସନିକସ୍ତରରେ ଲାଞ୍ଚ କାରବାର ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୩ ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ୬ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ବନ୍ଦର ଚିଫ୍‌ ମେକାନିକାଲ ଇଞ୍ଜିନିୟର(ସିଏମ୍‌ଇ) ସରୋଜ ଦାସ, ଶିଳ୍ପପତି…

ଗର୍ଭବତୀଙ୍କ ୩ ଥର ଅଲ୍‌ଟ୍ରାସାଉଣ୍ଡ ମାଗଣା

ଛତ୍ରପୁର, ୭।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ମାତୃ ମୃତ୍ୟୁ ରୋକିବା ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ମେଡିକାଲରୁ ରେଫର ହୋଇଥିବା ଗର୍ଭବତୀମାନଙ୍କୁ ଘରୋଇ କ୍ଲିନିକରେ ମାଗଣାରେ ଅଲଟ୍ରାସାଉଣ୍ଡ କରିବାକ୍‌ୁ ସୁବିଧା ମିଳିବ। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri