Home Left

୨୧ରୁ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌

ଅନୁଗୋଳ ଅଫିସ,୨୦ା୧୨: ଅନୁଗୋଳ ଜିଲା କ୍ରିକେଟ୍‌ ସଂଘ (ଏଡିସିଏ) ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବ। ଏ ନେଇ ଆସନ୍ତା ବୁଧବାରଠାରୁ ସ୍ଥାନୀୟ କଦମ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ଟୁର୍ନାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରର ୮ଟି…

ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖ

ବ୍ରହ୍ମପୁର ଅଫିସ,୨୦ା୧୨: ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌ଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଏସ୍‌ପି କହିଛନ୍ତି, ଆଗକୁ ବଡ଼ଦିନ ପର୍ବ, ଜିରୋ ନାଇଟ୍‌ ସେଲିବ୍ରେଶନ, ନୂଆବର୍ଷ…

ଆମ ଆଦମୀ ପାର୍ଟିଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସକ୍ସେନା ଆମ ଆଦମୀ ପାର୍ଟିଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ଆଦମୀ ପାର୍ଟି ସରକାରୀ ବିଜ୍ଞାପନ ନାମରେ ଦଳୀୟ ବିଜ୍ଞାପନ ଛପାଇଥିବା ଅଭିଯୋଗ…

୬ ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଲାନି ନୂଆ ବସ୍‌ଷ୍ଟାଣ୍ଡ

ଗୋପାଳପୁର,୨୦ା୧୨(ଡି.ଏନ.ଏ.): ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁରର ସ୍ଥାନ ସ୍ବତନ୍ତ୍ର। ଏଠାକୁ ବିଭିନ୍ନ ସମୟରେ ବହୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ଲାଗି ୨୦୧୪ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ବ୍ରହ୍ମପୁର ଉନ୍ନୟନ ପରିଷଦ (ବିଡିଏ) ପକ୍ଷରୁ ଏହି…

ଡିଓ୍ବାଇ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ହେବାର ୧ ମାସ ୭ ଦିନ ମଧ୍ୟରେ ୬,୮୪୪ ମାମଲାର ସମାଧାନ

ନୂଆଦିଲ୍ଲୀ,୨୦।୧୨: ଗତ ନଭେମ୍ବର ୯ରେ ଭାରତର ନୂତନ ପ୍ରଧାନ ବିଚାରପତି (ସିଜେଇ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ଦାୟିତ୍ୱ ଗ୍ରହଣ ପରଠାରୁ ସୁପ୍ରିମକୋର୍ଟର ୬,୮୪୪ ମାମଲାର ସମାଧାନ ହୋଇଛି। ଏହି ଅବଧି ମଧ୍ୟରେ, ପଞ୍ଜୀକୃତ ମାମଲା ତୁଳନାରେ…

୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍‌

ବାଲେଶ୍ୱର ଅଫିସ,୨୦।୧୨: ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହଯୋଗିତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ସହ ଯୋଡ଼ି ହୋଇଛି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌)। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ‘ନି-କ୍ଷୟ ମିତ୍ର’ କାର୍ଯ୍ୟକ୍ରମକୁ ଲୋକାର୍ପଣ କରି ବିଭିନ୍ନ ଦିଗ…

ପର୍ଯ୍ୟଟକଙ୍କ ମନମୋହୁଛି ଗଣ୍ଡାହାତୀ

ପାରଳାଖେମୁଣ୍ଡି,୨୦ା୧୨(ଗିରିଧାରୀ ପରିଚ୍ଛା): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗଜପତିର ଗଣ୍ଡାହାତୀ ଜଳପ୍ରପାତ। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲାର ରହିଛି ସ୍ବତନ୍ତ୍ର ମାନ୍ୟତା। ଯେଉଁଠି ପ୍ରକୃତି ଅଜାଡ଼ି ଦେଇଛି ତା’ର ସବୁ କାରିଗରୀ, ତାହା ହେଉଛି ଗଣ୍ଡାହାତୀ ଜଳପ୍ରପାତ। ଜିଲା ସଦର ମହକୁମା…

‘ଭାରତୀୟ ସେନା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି’

ଇଟାନଗର,୨୦।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଲଗାତାର ଆଲୋଚନା ହେଉଛି। ଏହି ସମୟରେ, ତୱାଙ୍ଗ ମଠ ଏହି ପ୍ରସଙ୍ଗରେ ଭାରତୀୟ ସେନାକୁ ସମର୍ଥନ କରିଛି। ତୱାଙ୍ଗ ମଠର ଭିକ୍ଷୁ ଲାମା…

ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁଣି ଛାତ୍ର ଅଶାନ୍ତି

ବାରିପଦା ଅଫିସ,୨୦ା୧୨: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁନର୍ବାର ଛାତ୍ର ଅଶାନ୍ତି ଦେଖାଦେଇଛି। ପ୍ରତିଶ୍ରୁତି ମୁତାବକ ସମାଧାନ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ପୂର୍ବକ ବିକ୍ଷୋଭ…

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା ଅଫିସ,୨୦।୧୨: ଆଦିବାସୀ ଭାଷା ଓ ଲିପି ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ମଙ୍ଗଳବାର ମିଳିତ ଆଦିବାସୀ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ରହିବ।…

୨୨ରେ ବାଲେଶ୍ୱର ଆସିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର ଅଫିସ,୨୦।୧୨: ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସିବେ। ବିଭିନ୍ନ ବିଭାଗର ଉନ୍ନତିମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପୋଲିସ ରିଜର୍ଭ ପଡ଼ିଆରେ ଅବତରଣ କରି ଆୟୋଜିତ ସମାବେଶରେ ଜିଲାବାସୀଙ୍କୁ…

୨୦୦ ଟଙ୍କାର ହିସାବ ମିଳୁନି

ହାଟଡିହୀ,୨୦।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳା ସଂସ୍କୃତି ସଂଘକୁ ଆସିଥିବା ଅନୁଦାନ ଏବଂ ଉକ୍ତ ଅନୁଦାନର ଖର୍ଚ୍ଚରୁ ୨୦୦ ଟଙ୍କାର ହିସାବ ମିଳୁନି। ଖର୍ଚ୍ଚ ସମ୍ପର୍କିତ ରିପୋର୍ଟକୁ ଦେଖିଲେ ଏ କଥା ସ୍ପଷ୍ଟ ହୋଇଛି। ୨୦୦ ଟଙ୍କା ବଡ଼ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?