ମାଟିରେ ମିଶିଲା ୨୫୬ ମିଟର ଉଚ୍ଚ ଚିମିନୀ

ଢେଙ୍କାନାଳ ଅଫିସ,୨୦ା୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମ ନିକଟରେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ ହୋଇଯାଇଥିବା ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ବିକ୍ରି ସରିଥିଲେ ମଧ୍ୟ ଏହା ପରିସରରେ ଥିବା ୨୫୬ ମିଟର ଉଚ୍ଚ ଚିମିନୀ ଭଙ୍ଗାଯାଇ ନ ଥିଲା। ଫଳରେ ଏହାକୁ ନେଇ ବିପଦ ଆଶଙ୍କା କରି କୁରୁଣ୍ଟି ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗିବାକୁ ରାଜସ୍ଥାନର ଏକ୍ସକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ପୂର୍ବରୁ ୨ ଥର ବିଫଳ ହୋଇଥିବା ଉକ୍ତ ସଂସ୍ଥା ସୋମବାର ତୃତୀୟ ଉଦ୍ୟମରେ ସଫଳ ହେବା ସହ ମାତ୍ର କିଛି କ୍ଷଣ ମଧ୍ୟରେ ବିଶାଳ ଚିମିନୀକୁ ବ୍ଲାଷ୍ଟିଂ କରି ମାଟିରେ ମିଶାଇ ଦେଇଥିଲା।
ପ୍ରକାଶ ଯେ, ପରିଚାଳନାଗତ ତ୍ରୁଟି ଏବଂ ଅବ୍ୟବସ୍ଥା ଯୋଗୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଥିଲା। ଫଳରେ ୨୦୨୧ ମସିହାରେ ଏନ୍‌ସିଏଲ୍‌ଟି ଦ୍ୱାରା ଏହି ପ୍ଲାଣ୍ଟକୁ ନିନାରା ନାମକ ଏକ କମ୍ପାନୀକୁ ବିକ୍ରି କରିଦିଆଯାଇଥିଲା। କିଣିଥିବା କମ୍ପାନୀ ଏହାର ସମସ୍ତ ଯନ୍ତ୍ରାଂଶ କାଟି ନେଇଥିଲା। ହେଲେ ଏହା ପରିସରରେ ଥିବା ୨୫୬ ମିଟର ଉଚ୍ଚ ଚିମିନୀକୁ ଭାଙ୍ଗି ନ ଥିଲା। ଫଳରେ ଏହାକୁ ନେଇ କୁରୁଣ୍ଟି ଗ୍ରାମବାସୀ ବିପଦ ଆଶଙ୍କା କରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନ ଏହାକୁ ନନ୍‌ ଇଲେକ୍ଟ୍ରିକାଲ ସିଷ୍ଟିମରେ ଭାଙ୍ଗିବା ପାଇଁ ରାଜସ୍ଥାନର ଏକ୍ସକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଅଭିଜ୍ଞ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରିଥିଲା। ଉକ୍ତ ସଂସ୍ଥା ପ୍ରଥମେ ଗତ ଅକ୍ଟୋବର ୧୩ରେ ଚିମିନୀ ଭାଙ୍ଗିବାକୁ ଉଦ୍ୟମ କରିଥିଲା। ୩୫୦ କେଜିର ବିସ୍ଫୋରକ ଲଗାଇ ବ୍ଲାଷ୍ଟିଂ କରିଥିଲେ ମଧ୍ୟ ଫେଲ ମାରିଥିଲା। ନଭେମ୍ବର ୧୭ରେ ଦୁଇଗୁଣା ଅଧିକ ଆର୍ଥାତ ୭୫୦ କେଜିର ବିସ୍ଫୋରକ ଲଗାଇ ଭାଙ୍ଗିବାକୁ ଉଦ୍ୟମ କରିଥିଲା। ହେଲେ ଏହାର ନିମ୍ନାଂଶରୁ କିଛି ଅଂଶ ଭାଙ୍ଗି ଯାଇଥିଲା। ଶେଷରେ ସୋମବାର ସଂସ୍ଥାର ନିର୍ଦ୍ଦେଶକ ଆନନ୍ଦ ଶର୍ମୀଙ୍କ ନେତୃତ୍ୱରେ ୨୦ ଜଣିଆ ବିଶେଷଜ୍ଞ ଦଳ ୭୫୦ କେଜି ବିସ୍ଫୋରକ ଲଗାଇ ୬ରୁ ୭ ସେକେଣ୍ଡ ମଧ୍ୟରେ ଚିମିନୀକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇବାରେ ସଫଳ ହୋଇଥିଲେ। ଏହା ଦେଶର ସବୁଠାରୁ ବଡ ଚିମିନି ବ୍ଲାଷ୍ଟିଂ ସଫଳତା ବୋଲି ସଂସ୍ଥାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ା ତେବେ ଧ୍ୱଂସ ପୂର୍ବରୁ ନିକଟସ୍ଥ ଗ୍ରାମବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା। ଚିମିନୀ ନିକଟରେ ବିରାଟକାୟ ଗାତ ଖୋଳାଯାଇ ସେଥିରେ ପାଣି ଭରାଯାଇଥିଲା। ଯୋଜନା ସଫଳ ହେବା କ୍ଷଣି ସଂସ୍ଥାର ନିର୍ଦ୍ଦେଶକ, ଇଞ୍ଜିନିୟର ଓ କର୍ମଚାରୀ ଖୁସିରେ ନାଚି ଉଠିଥିବା ଦେଖାଯାଇଥିଲା। ଘଟଣା ସ୍ଥଳରେ ପ୍ରଶାସନ ପକ୍ଷରୁ ଓଡାପଡା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ମୋଟଙ୍ଗା ଥାନା ଅଧିକାରୀ ନିରଞ୍ଜନ ସେଠୀଙ୍କ ସମେତ ଅଗ୍ନିଶମ ସେବା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri