ମାଟିରେ ମିଶିଲା ୨୫୬ ମିଟର ଉଚ୍ଚ ଚିମିନୀ

ଢେଙ୍କାନାଳ ଅଫିସ,୨୦ା୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମ ନିକଟରେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ ହୋଇଯାଇଥିବା ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ବିକ୍ରି ସରିଥିଲେ ମଧ୍ୟ ଏହା ପରିସରରେ ଥିବା ୨୫୬ ମିଟର ଉଚ୍ଚ ଚିମିନୀ ଭଙ୍ଗାଯାଇ ନ ଥିଲା। ଫଳରେ ଏହାକୁ ନେଇ ବିପଦ ଆଶଙ୍କା କରି କୁରୁଣ୍ଟି ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗିବାକୁ ରାଜସ୍ଥାନର ଏକ୍ସକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ପୂର୍ବରୁ ୨ ଥର ବିଫଳ ହୋଇଥିବା ଉକ୍ତ ସଂସ୍ଥା ସୋମବାର ତୃତୀୟ ଉଦ୍ୟମରେ ସଫଳ ହେବା ସହ ମାତ୍ର କିଛି କ୍ଷଣ ମଧ୍ୟରେ ବିଶାଳ ଚିମିନୀକୁ ବ୍ଲାଷ୍ଟିଂ କରି ମାଟିରେ ମିଶାଇ ଦେଇଥିଲା।
ପ୍ରକାଶ ଯେ, ପରିଚାଳନାଗତ ତ୍ରୁଟି ଏବଂ ଅବ୍ୟବସ୍ଥା ଯୋଗୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଥିଲା। ଫଳରେ ୨୦୨୧ ମସିହାରେ ଏନ୍‌ସିଏଲ୍‌ଟି ଦ୍ୱାରା ଏହି ପ୍ଲାଣ୍ଟକୁ ନିନାରା ନାମକ ଏକ କମ୍ପାନୀକୁ ବିକ୍ରି କରିଦିଆଯାଇଥିଲା। କିଣିଥିବା କମ୍ପାନୀ ଏହାର ସମସ୍ତ ଯନ୍ତ୍ରାଂଶ କାଟି ନେଇଥିଲା। ହେଲେ ଏହା ପରିସରରେ ଥିବା ୨୫୬ ମିଟର ଉଚ୍ଚ ଚିମିନୀକୁ ଭାଙ୍ଗି ନ ଥିଲା। ଫଳରେ ଏହାକୁ ନେଇ କୁରୁଣ୍ଟି ଗ୍ରାମବାସୀ ବିପଦ ଆଶଙ୍କା କରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନ ଏହାକୁ ନନ୍‌ ଇଲେକ୍ଟ୍ରିକାଲ ସିଷ୍ଟିମରେ ଭାଙ୍ଗିବା ପାଇଁ ରାଜସ୍ଥାନର ଏକ୍ସକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଅଭିଜ୍ଞ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରିଥିଲା। ଉକ୍ତ ସଂସ୍ଥା ପ୍ରଥମେ ଗତ ଅକ୍ଟୋବର ୧୩ରେ ଚିମିନୀ ଭାଙ୍ଗିବାକୁ ଉଦ୍ୟମ କରିଥିଲା। ୩୫୦ କେଜିର ବିସ୍ଫୋରକ ଲଗାଇ ବ୍ଲାଷ୍ଟିଂ କରିଥିଲେ ମଧ୍ୟ ଫେଲ ମାରିଥିଲା। ନଭେମ୍ବର ୧୭ରେ ଦୁଇଗୁଣା ଅଧିକ ଆର୍ଥାତ ୭୫୦ କେଜିର ବିସ୍ଫୋରକ ଲଗାଇ ଭାଙ୍ଗିବାକୁ ଉଦ୍ୟମ କରିଥିଲା। ହେଲେ ଏହାର ନିମ୍ନାଂଶରୁ କିଛି ଅଂଶ ଭାଙ୍ଗି ଯାଇଥିଲା। ଶେଷରେ ସୋମବାର ସଂସ୍ଥାର ନିର୍ଦ୍ଦେଶକ ଆନନ୍ଦ ଶର୍ମୀଙ୍କ ନେତୃତ୍ୱରେ ୨୦ ଜଣିଆ ବିଶେଷଜ୍ଞ ଦଳ ୭୫୦ କେଜି ବିସ୍ଫୋରକ ଲଗାଇ ୬ରୁ ୭ ସେକେଣ୍ଡ ମଧ୍ୟରେ ଚିମିନୀକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇବାରେ ସଫଳ ହୋଇଥିଲେ। ଏହା ଦେଶର ସବୁଠାରୁ ବଡ ଚିମିନି ବ୍ଲାଷ୍ଟିଂ ସଫଳତା ବୋଲି ସଂସ୍ଥାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ା ତେବେ ଧ୍ୱଂସ ପୂର୍ବରୁ ନିକଟସ୍ଥ ଗ୍ରାମବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା। ଚିମିନୀ ନିକଟରେ ବିରାଟକାୟ ଗାତ ଖୋଳାଯାଇ ସେଥିରେ ପାଣି ଭରାଯାଇଥିଲା। ଯୋଜନା ସଫଳ ହେବା କ୍ଷଣି ସଂସ୍ଥାର ନିର୍ଦ୍ଦେଶକ, ଇଞ୍ଜିନିୟର ଓ କର୍ମଚାରୀ ଖୁସିରେ ନାଚି ଉଠିଥିବା ଦେଖାଯାଇଥିଲା। ଘଟଣା ସ୍ଥଳରେ ପ୍ରଶାସନ ପକ୍ଷରୁ ଓଡାପଡା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ମୋଟଙ୍ଗା ଥାନା ଅଧିକାରୀ ନିରଞ୍ଜନ ସେଠୀଙ୍କ ସମେତ ଅଗ୍ନିଶମ ସେବା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?