ବୃଦ୍ଧାଙ୍କୁ ହତ୍ୟା କରି ସୁନା ଅଳଙ୍କାର, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୧୧ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି କଲେଜ ଛକ ନିକଟ ଗଡ଼ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟାକରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ସୁନା ଅଳଙ୍କାର ଓ ନଗଦ ଟଙ୍କା।…
କୋରାପୁଟରେ ପ୍ରବଳ ବର୍ଷା: ୨୬ ନଂ ଜାତୀୟ ରାଜପଥରେ ୨ ଫୁଟର ପାଣି
କୋରାପୁଟ,୧୧ା୯(ସ୍ବ.ପ୍ର.): ଲଘୁଚାପ ଯୋଗୁ କୋରାପୁଟରେ ରବିବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ବର୍ଷା ଜାରି ରହିଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଜଳପୂର୍ଣ୍ଣ ହୋଇଥିବା ଦେଖାଯାଇଛି। ବିଶେଷକରି ଏହି ବର୍ଷା ଯୋଗୁ…
୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ ଗିରଫ
କୋରାପୁଟ,୧୧ା୯(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଆନ୍ଧ୍ର ସୀମାବର୍ତ୍ତୀ ଜଲାପୁଟ ଅଞ୍ଚଳରୁ ୨ଟି ବୋଲେରୋରେ ଆନ୍ଧ୍ରରୁ ହାଇଦ୍ରାବାଦକୁ ଚୋରା ଚାଲାଣବେଳେ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଏଥିସହ ଏହି ମାମଲାରେ ଜଡ଼ିତ ୪ଅଭିଯୁକ୍ତଙ୍କୁ ରବିବାର ଭୋର୍ରୁ ମାଛକୁଣ୍ଡ…
ଆଜି ଫାଇନାଲ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍
ନୂଆଦିଲ୍ଲୀ,୧୧।୯: ଏସିଆ କପ୍ ୨୦୨୨ର ଫାଇନାଲ ମୁକାବିଲା ଆଜି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉଭୟ ଟିମ୍ର ପରିସଂଖ୍ୟାନକୁ ଦେଖିଲେ ପାକିସ୍ତାନ ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏଯାବତ ଉଭୟ ଦେଶ ମଧ୍ୟରେ ୨୧ ଟି୨୦…
ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ
ବଲାଙ୍ଗୀର ଅଫିସ, ୧୧।୯- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁ ଦାଣ୍ଡରେ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗାଁର କୁମ୍ଭାର ଗଳିରେ ରହୁଥିବା ସୁରେଶ ଭୁଏ…
ଆଜି ଚିହ୍ନଟ ହେଲେ ୨୪୫ ଆକ୍ରାନ୍ତ
ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୪ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୧୦୧ ଲୋକାଲ କେସ୍ ରହିଛି। ଏହାଛଡ଼ା ୪୩ଜଣ ସଂକ୍ରମିତ ୧୮ ବର୍ଷରୁ କମ୍ ଥିବା ନେଇ ରବିବାର ରାଜ୍ୟ…
ଦକ୍ଷିଣ ଭାରତୀୟ ଅଭିନେତା କ୍ରିଷ୍ଣାମ ରାଜୁଙ୍କ ପରଲୋକ…
ହାଇଦ୍ରାବାଦ, ୧୧।୯ : ଭେଟେରାନ ଦକ୍ଷିଣ ଭାରତୀୟ ଅପପାଲପତି ଭେଙ୍କଟା କୃଷ୍ଣମ ରାଜୁଙ୍କର ସେପ୍ଟେମ୍ବର ୧୧ ରବିବାର ହାଇଦ୍ରାବାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଯାହାକି କୃଷ୍ଣ ରାଜୁ ନାମରେ ବେଶ୍ ଜଣାଶୁଣା ଥିଲେ।…
ପୂର୍ବ ପ୍ରସିଦ୍ଧି ଅପେକ୍ଷାରେ ‘ଅନ୍ନପୂର୍ଣ୍ଣା ଥିଏଟର’
କଟକ ଅଫିସ, ୧୧ା୯: ମଞ୍ଚନାଟକ ତଥା କଳାକାର ଓ ସଂସ୍କୃତିର ଉତ୍ପତ୍ତି ସ୍ଥଳର ଅନ୍ୟନାମ ହେଉଛି ଅନ୍ନପୂର୍ଣ୍ଣା ଥିଏଟର। କଟକସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ୧୯୩୮ରେ ପ୍ରତିଷ୍ଠା ହୋଇଥିଲା। ବହୁ କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ଏହି ଥିଏଟର। ରଙ୍ଗୀନ ପରଦାରେ ଆଜି…
କତା ଆଣିଛୁ କି ନାହିଁ
ସେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥାଏ। ସେଦିନ ଥାଏ ଗୁରୁଦିବସ। ପ୍ରତିବର୍ଷ ଭଳି ସେଦିନ ବି ଗୁରୁଦିବସ ପାଇଁ ସ୍କୁଲ୍ରେ ସଭା ଆୟୋଜନ ହୋଇଥାଏ। ଆମ ସାମ୍ନାରେ ଚଉକିରେ ଗୁରୁଜୀ ଗୁରୁମା’ ବସିଥାଆନ୍ତି। ଆମେ ସବୁ ଛାତ୍ରୀଛାତ୍ର ଧାଡ଼ି ଧାଡ଼ି ହୋଇ…
ବର୍ଷାରେ ଗାଡ଼ି ଚଲାଉଥିଲେ …
ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ ଗାଡ଼ି ଚଲାଇ ଯିବା ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ କେତେକ…
ଓଭର ଏକ୍ସରସାଇଜ୍
ଆଜିର ଦିନରେ ସଭିଏଁ କାର୍ଯ୍ୟବ୍ୟସ୍ତ। ଆଉ ଏହି ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା କୌଣସି ବରଦାନଠୁ କମ୍ ନୁହେଁ। ଏମିତିରେ ଅନେକଙ୍କ ପାଇଁ ଫିଟ୍ନେସ୍ ମନ୍ତ୍ର ପାଲଟିଛି ଏକ୍ସରସାଇଜ୍। ହେଲେ କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍, ଅର୍ଥାତ୍ ବର୍ତ୍ତମାନ ଫିଟ୍ନେସ୍…
ଦୃଷ୍ଟି ଆଢ଼ୁଆଳରେ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା
ବାଲେଶ୍ୱର ଅଫିସ, ୧୧।୯: ବାଲେଶ୍ୱର ବାଲିଆ ଅଞ୍ଚଳର ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ରହିଥିବା ଜୈବନିୟନ୍ତ୍ରଣ ପ୍ରୟୋଗଶାଳା ଏବେ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହି ପ୍ରୟୋଗଶାଳାରେ ପରାଶ୍ରୟୀ କୀଟକୁ କୃତ୍ରିମ ଉପାୟରେ ବଂଶବିସ୍ତାର କରାଯାଇ ଚାଷୀମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ…
Archives


