Posted inଫୁରସତ

ପର୍ଯ୍ୟଟକଙ୍କ କାର ଡୋର୍‌କୁ ମୁହଁରେ ଖୋଲିଦେଲା ସିଂହ, ଆଉ ତା’ ପରେ…

ସିଂହ ପରି ଭୟାନକ ପ୍ରାଣୀ ଟିଭିରେ ହେଉ କି ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ହେଉ, ଯେଉଁଠି ବି ଦେଖିଲେ ମଣିଷ ସମାନ ପ୍ରକାରର ଭୟ ଅନୁଭବ କରେ। ଥରେ ଭାବିଲେ ଯଦି ସିଂହ ଆସି ଆପଣଙ୍କ ସାମ୍ନାରେ ଠିଆ ହେବ, ସେତେବେଳେ ଅବସ୍ଥା କ’ଣ ହେବ? ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କିଛି ପର୍ଯ୍ୟଟକ ଜଙ୍ଗଲ ଭିତରେ ବୁଲୁଥିଲେ। ଏହି ସମୟରେ ଏକ ସିଂହ ତାଙ୍କ ଗାଡ଼ି ନିକଟକୁ ଆସି କାରର୍‌ ଡୋର୍‌କୁ ମୁହଁରେ ଖୋଲି ଦେଉଛି। ଫଳରେ ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଛନ୍ତି।

 

@TansuYegen ନାମକ ଏକ ଟୁଇଟର ପେଜ୍‌ରେ ଜଙ୍ଗଲ ସହ ଜଡ଼ିତ ଭିଡିଓ ପୋଷ୍ଟ କରାଯାଏ। ଏବେ ସେମିତି ଏକ ଭିଡିଓ ଶେୟାର ହୋଇଛି। ଭିଡିଓର କେବଳ ଏକ ଛୋଟ ଅଂଶ ପୋଷ୍ଟ ହୋଇଛି। ଭିଡିଓରେ କିଛି ଲୋକ କାର୍‌ରେ ଜଙ୍ଗଲରେ ବୁଲୁଥିବାର ନଜର ଆସିଛନ୍ତି। ପଛରେ ବସିଥିବା ଲୋକମାନେ ଭିଡିଓ ରେକର୍ଡିଂ କରୁଛନ୍ତି। ସେମାନଙ୍କ ସମ୍ମୁଖକୁ ଏକ ସିଂହ ଆସୁଛି। ପରେ ସେମାନେ ରେକର୍ଡିଂ ଆରମ୍ଭ କରନ୍ତି। ସେମାନେ ସେହି ସିଂହର ଅତି ନିକଟତର ହୁଅନ୍ତି,ଯେତେବେଳେ ସିଂହ ଗାଡ଼ିର ମିରର ପାଖକୁ ଆସେ। ହଠାତ୍‌ ସିଂହଟି ତା’ ପାଟିରେ କାର୍‌ର ଡୋର୍‌ ଖୋଲିଦେଲା। ଫଳରେ ଭିତରେ ବସିଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ। କିଛି କ୍ଷଣ ପାଇଁ ତାଙ୍କ ନିଃଶ୍ୱାସ ଯେମିତି ବନ୍ଦ ହୋଇଗଲା। ପରେ ସିଂହଟି ସେ ସ୍ଥାନ ଛାଡ଼ି ଚାଲିଗଲା।

ସାମାନ୍ୟ ଭୁଲ୍‌ ପାଇଁ ଏକ ବଡ଼ ବିପଦର ସାମ୍ନା କରିଥାନ୍ତେ ପର୍ଯ୍ୟଟକ। ସୌଭାଗ୍ୟବଶତଃ ସିଂହଟି ବାଟ ଭାଙ୍ଗି ଚାଲିଗଲା। ତେଣୁ ଅଳ୍ପକେ କିଛି ଜୀବନ ରକ୍ଷା ହୋଇଗଲା। ତେଣୁ ଯେତେବେଳେ ବି ଜଙ୍ଗଲୀ ଜୀବଜନ୍ତୁ ଦେଖିବାକୁ ଯାଉଛନ୍ତି, ସତର୍କତାର ସହ ଯାଆନ୍ତୁ। କାର୍‌ର ଡୋର୍‌ ଭଲ ଭାବେ ବନ୍ଦ କରନ୍ତୁ। ଫଳରେ ସୁରକ୍ଷିତ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?