ସ୍ତ୍ରୀଙ୍କୁ ହତ୍ୟା ନ କରି ୭ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ,୬ା୧: ପୋଲିସ ଉପରେ ସମସ୍ତଙ୍କ ବିଶ୍ୱାସ ଥାଏ। କୌଣସି ଅପରାଧ ଘଟିଲେ ତାହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହେଲେ ପୋଲିସ ଠିକ୍‌ ଢଙ୍ଗରେ ତଦନ୍ତ ନ କରି ଅପରାଧ କରି ନ ଥିବା ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ସଜାଇ ଥିଲା। ଫଳରେ ବିନା ଅପରାଧରେ ଜଣେ ବ୍ୟକ୍ତିଙ୍କୁ ବିଚାରାଧୀନ କଏଦୀ ଭାବେ ୭ ବର୍ଷ ଜେଲ ଭୋଗିବାକୁ ପଡିଛି। ସେ ଜାମିନ ପାଇ ଏବେ ଘରେ ଅଛନ୍ତି। ଜେଲରେ ରହିଥିବା ବ୍ୟକ୍ତି ଜଣକ ଘଟଣାକୁ ନେଇ ମାନବ ଅଧିକାର କର୍ମୀଙ୍କୁ ଜଣାଇଥିଲେ। କର୍ମୀ ଜଣକ ଏ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ପକ୍ଷରୁ ଘଟଣାର ବିଚାର କରାଯାଇ ତଦନ୍ତରେ ଖିଲାପ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନାରେ। ପାଟକୁରା ପୋଲିସ ୨୦୧୩ ମସିହାର ଏକ ମୃତ୍ୟୁ ମାମଲାର ଠିକ୍‌ ତଦନ୍ତ କରି ନ ଥିଲା। ସ୍ତ୍ରୀ ବଞ୍ଚତ୍ଥିଲେ ମଧ୍ୟ ମୃତ୍ୟୁ ଅଭିଯୋଗରେ ସ୍ବାମୀଙ୍କୁ ଜେଲରେ ଭର୍ତ୍ତି କରିଥିଲେ। ଏପରି ଏକ ଘଟଣାକୁ ମାନବ ଅଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ (୧୧୭୯/୨୨) ପରେ ଆଇନ ବିଭାଗ କଠୋର ହୋଇଛି। ଓଡ଼ିଶା ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୨୨ ଡିସେମ୍ବର ୩୦ରେ ଏନ୍‌ଏଚ୍‌ଆର୍‌ସି ଡେପୁଟି ରେଜିଷ୍ଟ୍ରାର ମୁକେଶ ନିର୍ଦ୍ଦେଶ ଦେଇଛନ୍ତି।
ଆଇନଜୀବୀ ରାଧାକାନ୍ତଙ୍କ ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ସମାଗୋଳ ଗ୍ରାମର ପ୍ରହଲ୍ଲାଦ ମହାରଣା ୨୦୧୩ ମେ ୧୪ରେ ପାଟକୁରା ଥାନାରେ ଏକ ଅଭିଯୋଗ ପତ୍ର ଦେଇଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କ ଝିଅ ମିଲି ପାଟକୁରା ଥାନା ଅଞ୍ଚଳର ଚାଉଳିଆ ଗଁାର ଅଭୟ ସୂତାରଙ୍କୁ ବିବାହ କରିଥିଲେ। ଫେବୃୟାରୀ ୨୨ରେ ମିଲି ତାଙ୍କ ବାପା ପ୍ରହଲ୍ଲାଦଙ୍କୁ ଶାଶୁଘର ପକ୍ଷରୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ସୂଚନା ଦେବା ପରଦିନ ନିଖୋଜ ହୋଇଯାଇଥିଲେ। ଦ୍ୱିତୀୟ ବିବାହ ଉଦ୍ଦେଶ୍ୟରେ ଝିଅକୁ ସ୍ବାମୀ ଅଭୟ ମାରି ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହି ମାମଲାରେ ଅଭୟଙ୍କୁ ପାଟକୁରା ପୋଲିସ ଆଇପିସି ଦଫା ୪୯୮ (କ), ୪୯୪, ୩୦୨, ୩୦୪ (ଖ), ୩୪ ଓ ଡାଉରି ପ୍ରୋଟେକ୍ସନ ଆକ୍ଟ ୪ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମିଲିଙ୍କୁ ଅଭୟ ମାରି ନ ଥିବା ସେ ସମୟରେ ପୋଲିସକୁ ଜଣାଇଥିଲେ ମଧ୍ୟ ଏ ନେଇ କିଛି ସୁଫଳ ମିଳି ନ ଥିଲା। ତେବେ ଚାର୍ଜଶିଟ ସମୟରେ ଆଇପିସିର ଦଫା ୩୦୨ ଓ ୩୦୪କୁ ଉଠାଇ ଦେଇଥିଲେ। ଏହି ମାମଲା ପାଇଁ ଅଭୟଙ୍କୁ ୭ ବର୍ଷ ବିଚାରାଧୀନ କଏଦୀ ଜୀବନ ବିତାଇବାକୁ ପଡିଛି। ଅପରପକ୍ଷରେ ୨୦୨୦ ଫେବୃୟାରୀରେ ମିଲିଙ୍କୁ ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ପୁରୀ ଜିଲା ପିପିଲିରୁ ଉଦ୍ଧାର କରିଥିଲା। ମିଲି ପୂର୍ବତନ ପ୍ରେମିକ ସହ ମହାରାଷ୍ଟ୍ରକୁ ୭ବର୍ଷ ଧରି ପଳାଇ ଯାଇଥିବା ଥାନା ଅଧିକାରୀଙ୍କୁ କହିଥିଲେ। ଏଥିସହ ଅଭୟଙ୍କ ଘରେ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ରେକର୍ଡ କରାଇଥିଲେ। ଏହି ଘଟଣାରେ ଅଭୟଙ୍କୁ ୭ ବର୍ଷ ସ୍ବାଧୀନ ଭାବେ ବଞ୍ଚତ୍ବା ଅଧିକାର ଛଡାଇ ନିଆଯାଇଥିବା ଓ ୩ ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ହୋଇଥିଲା। ଏହାକୁ ଶୁଣାଣି କରି ସମ୍ପୃକ୍ତ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା ଆଇନଜୀବୀ ତ୍ରିପାଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?