Posted inଜାତୀୟ

ମହିଳାଙ୍କୁ ୩ କି.ମି. ଟାଣିନେଲା ଟ୍ରକ୍‌

ଲକ୍ଷ୍ନୌ,୬।୧: ଦିଲ୍ଲୀରେ ଜଣେ ଯୁବତୀଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହାର ପୁନରାବୃତ୍ତି ଘଟିଛି ଉତ୍ତରପ୍ରଦେଶରେ। ବନ୍ଦା ଜିଲାର ମାଓ୍ବାଇ ବୁଜୁର୍ଗ ଗ୍ରାମରେ ସ୍କୁଟିରେ ଯାଉଥିବା ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଟ୍ରକ୍‌ ଧକ୍କା ଦେବା ସହ ମୃତଦେହକୁ ୩.୫ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି। ମୃତଦେହ ସହ ସ୍କୁଟି ଚେସିସ୍‌ରେ ଲାଖିରହି ଘର୍ଷଣ ଯୋଗୁ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ମହିଳାଙ୍କ ସ୍କୁଟି ମଧ୍ୟ ଜଳିଯାଇଛି। ମୃତା ପୁଷ୍ପା କୃଷି ବିଶ୍ୱବିଦ୍ୟାଳୟରେ କିରାଣି ଥିଲେ। ୨୦୨୦ରେ ସ୍ବାମୀ ରଞ୍ଜିତ କୁମାରଙ୍କ ମୃତ୍ୟୁ ପରେ ପୁଷ୍ପାଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା। ସେ ବୁଧବାର ସନ୍ଧ୍ୟାରେ ପରିବା କିଣିବାକୁ ବଜାର ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଡ୍ରାଇଭର ଅଖିଳେଶ ଯାଦବଙ୍କୁ ଧରିବା ଲାଗି ପୋଲିସ ଟିମ୍‌ ଗଠନ କରାଯାଇଥିବା କୋଟଓ୍ବାଲି ଏସ୍‌ଏଚ୍‌ଓ ଶ୍ୟାମବାବୁ ଶୁକ୍ଳା କହିଛନ୍ତି। ମହିଳାଙ୍କ ଶରୀର ଜଳିଯାଇଥିବାବେଳେ ପୋଷାକ ଓ ଗାଡ଼ିରୁ ତାଙ୍କୁ ଚିହ୍ନଟ କରାଯାଇଥିଲା। ଏଭଳି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଉକ୍ତ ରାସ୍ତାରେ ହମ୍ପ୍‌ସ ନିର୍ମାଣ ଦାବିରେ ଗ୍ରାମବାସୀ ଓ ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଗେହଲଟ ଗ୍ରହଣ କଲେ ୩ ମନ୍ତ୍ରୀଙ୍କ ଇସ୍ତଫା ପତ୍ର, ଗୋଟିଏ ଦିନ ପରେ ଶପଥଗ୍ରହଣ

ଜୟପୁର,୨୦ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ୩ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ...

ସିଏଏ, ଏନ୍‌ଆର୍‌ସିକୁ ଭୟ କରନି: ଉଦ୍ଧବ

ନୂଆଦିଲ୍ଲୀ, ୨୨ା୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭାଜପା ହାତ ଛାଡ଼ି ମହାରାଷ୍ଟ୍ରରେ...

ପ୍ରଥମଥର ଭୋଟ ଦେଇ ଅନୁଭୂତି କହିଲେ ପ୍ରିୟଙ୍କାଙ୍କ ପୁଅ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅନେକ ନୂଆ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ବେଳେ କଂଗ୍ରେସ...

ଟିକାକରଣରେ ଇତିହାସ ରଚିବ ଭାରତ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧ ।୧୦: ଦେଶରେ କରୋନା ମହାମାରୀକୁ ଦୂରେଇବା ପାଇଁ ଦ୍ରୁତ ଗତିରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏବେସୁଦ୍ଧା ଦେଶରେ ଏହି ଟିକାକରଣ ୯୫ କୋଟି...

‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’

କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍‌ସି...

ବର୍ଷକରେ ୨୩୦ କେ.ଜି. ସୁନା ଚାଲାଣ

ଥିରୁଭାନନ୍ତପୁରମ,୨୦ା୭: କେରଳ ସୁନା ଚାଲାଣ ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି। ଏହାର ତଦନ୍ତ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାତରେ ଲାଗିଛି...

ଚାଲିଗଲା ଦୁର୍ଦ୍ଧର୍ଷ ଆର୍ମି କୁକୁର ‘ଜୁମ’

ଶ୍ରୀନଗର,୧୩।୧୦: ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍‌ଭିଏଚ୍‌...

ୟୁପି ନିର୍ବାଚନ: ସପା, ଭାଜପା କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୮ ।୭: ଉତ୍ତର ପ୍ରଦେଶରେ ଗୁରୁବାର ୮୨୫ ପଞ୍ଚାୟତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିଲା । ଜିଲା ପଞ୍ଚାୟତ ନିର୍ବାଚନରେ ହୋଇଥିବା...

Advertisement
Archives

Model This Week