ବଡ଼ଖେମୁଣ୍ଡି ରାଣୀଙ୍କ ପରଲୋକ

ଦିଗପହଣ୍ଡି,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିର ବଡ଼ଖେମୁଣ୍ଡି ରାଣୀ ତଥା ଯୁବରାଜ ସ୍ବର୍ଗତ ମାଣିକେଶ୍ବରୀ ପ୍ରସାଦ ଦେବଙ୍କ ଧର୍ମପତ୍ନୀ ପୂର୍ଣ୍ଣେଶ୍ବରୀ ଦେବୀଙ୍କ ୭୪ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ବ୍ରହ୍ମପୁରସ୍ଥିତ ବଡ଼ଖେମୁଣ୍ଡି ବଙ୍ଗଳା ବାସଭବନରେ ତାଙ୍କର ଦେହାନ୍ତ ହେବା ପରେ ମରଶରୀରକୁ ଦିଗପହଣ୍ଡିସ୍ଥିତ ରାଜବାଟୀକୁ ଅଣାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଣୀଙ୍କ ଶେଷଦର୍ଶନ କରିଥିଲେ। ମରଶରୀରକୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ ନିକଟ ରାଜ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା। ଜ୍ୟେଷ୍ଠପୁତ୍ର ଲକ୍ଷ୍ମୀ ନାରାୟଣ ଦେବ ମୁଖାଗ୍ନି ଦେଇଥିବା ବେଳେ ମଧ୍ୟମ ପୁତ୍ର ଧର୍ମପ୍ରତାପ ଦେବ ଏବଂ କନିଷ୍ଠ ପୁତ୍ର ଦେବବ୍ରତ ଦେବଙ୍କ ସମେତ ସମ୍ପର୍କୀୟ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ଜିତିଲେ ଅଞ୍ଜଳି

ଛତ୍ରପୁର,୧୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ନବର୍ନିବାଚିତ ଜିଲା ପରିଷଦ...

ଠେଙ୍ଗା ଧରି ଜଗିଛନ୍ତି ଅଙ୍ଗନୱାଡ଼ି, ଆଶା କର୍ମୀ

ଭଦ୍ରକ ଅଫିସ, ୨୫ା୭- ଭଦ୍ରକ ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୮୪ ଛୁଇଁଥିବା...

ସଫେଇ କର୍ମଚାରୀଙ୍କୁ ପାଣି, ଫୁଲ ପକାଇ ସମ୍ମାନିତ

ଜଟଣୀ ୨୧ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାରେ ଅଗ୍ରଦୂତ ସାଜିଥିବା ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀ ଜୀବନକୁ ବାଜି ଲଗାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ...

ଏମ୍‌ପିଙ୍କ ଅଚାନକ ନବୋଦୟ ବିଦ୍ୟାଳୟ ପରିଦର୍ଶନ: ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସହାୟତା ଦେବାକୁ ପ୍ରତିଶ୍ରୁତି

ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.) କଳାହାଣ୍ଡି ଏମ୍‌ପି ତଥା ରାଜ୍ୟ ଭାଜପା ସଭାପତି ବସନ୍ତ କୁମାର ପଣ୍ଡା ଜିଲା ଗସ୍ତ ସମୟରେ ବୁଧବାର ଅଚାନକ ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟ...

ଶାଶୁ ଘର ଲୋକେ ମୋ ଝିଅକୁ ହତ୍ୟା କରିଛନ୍ତି

ବାସୁଦେବପୁର,୨୮।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ନଟିଆପାଳ ଗ୍ରାମରେ ଶନିବାର ରାହାସ ମଞ୍ଜରୀ ପୁହାଣ ନାମ୍ନୀ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।...

ନିର୍ମାଣ ଶ୍ରମିକଙ୍କ ପ୍ରତି ଅବହେଳା

କେନ୍ଦ୍ରାପଡ଼ା ଅଫିସ,୨୫ା୧୧: ଶ୍ରମିକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ସରକାରଙ୍କ ଯୋଜନା ପ୍ରଣୟନ ହୋଇଛି। ତାହାକୁ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସମେତ କର୍ମଚାରୀ...

ସୋରଡା ଅଞ୍ଚଳରେ ଘରଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ

ସୋରଡା,୧୦ା୪(ଡି.ଏନ୍‌.ଏ.)- ସୋରଡା ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ୍‌ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଶିକ୍ଷକ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀମାନେ...

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ହଟାଯାଉନି ହୋର୍ଡିଂ

ଭଣ୍ଡାରିପୋଖରୀ,୩୧।୧(ଡି.ଏନ.ଏ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ତିନି ପ୍ରମୁଖ ଦଳ ପକ୍ଷରୁ ଲୋକଙ୍କୁ ଭେଟି ଭୋଟ୍‌ ଭିକ୍ଷା ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନା...

Advertisement
Archives

Model This Week