ଅଙ୍କିତା ହତ୍ୟା ମାମଲାର ଯାଞ୍ଚ କରିବ ଏସ୍ଆଇଟି: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀଙ୍କୁ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ…
ଶୌଚାଳୟ ସଫା କଲେ ଭାଜପା ଏମ୍ପି, ଭାଇରାଲ ହେଉଛି ଭିଡିଓ
ଭୋପାଳ,୨୪।୯: ମଧ୍ୟପ୍ରଦେଶର ରେୱା ଜିଲାର ଏକ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରୁଛନ୍ତି ଭାଜପା ଏମ୍ପି ଜନାର୍ଦନ ମିଶ୍ର। ଏହାକୁ ନେଇ ଏମ୍ପି ନିଜେ ଏକ ଭିଡିଓ ଟୁଇଟ୍ରରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି କହିଛନ୍ତି, ଯୁବ ମୋର୍ଚ୍ଚାର ସେବା…
ଦୋକାନ ଉପରେ ମାଡିଗଲା ଟ୍ରକ୍
ନିଶ୍ଚିନ୍ତକୋଇଲି,୨୪।୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନିଶ୍ଚିନ୍ତ କୋଇଲି ବଜାରରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଦୁଇଟି ସାର ବୋଝେଇ ଟ୍ରକ୍ ବଜାର ଉପରେ ଥିବା ୫ଟି ବଡ଼ ଦୋକାନ ଉପରେ ମାଡିଯାଇଛି। ତେବେ ଦୋକାନରେ ଥିବା ୧୪ଜଣ କର୍ମଚାରୀ…
ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଧର୍ମ ଜାଣିଲେ ସ୍ବାମୀ
ଲକ୍ଷ୍ନୌ, ୨୩।୯: ଉତ୍ତର ପ୍ରଦେଶ ଅଯୋଧ୍ୟା ଶହନଓ୍ବାଜପୁର ଜଗବୀର କୋରି ସ୍ତ୍ରୀ ପୂଜା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବାହାଘରର ୧୨ ବର୍ଷ ପରେ ଜାଣିବାକୁ ପାଇଛନ୍ତି। ସ୍ତ୍ରୀଙ୍କ ପ୍ରକୃତ ନାମ ହସିନା ବନୋ। ସ୍ତ୍ରୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଧର୍ମ…
ଅଢ଼େଇ ବର୍ଷ ଝିଅଙ୍କ ବୟାନ ଭିତ୍ତିରେ ଅଭିଯୁକ୍ତ ଗିରଫ
ଉମରକୋଟ, ୨୪।୯(ସ୍ବ.ପ୍ର.): କାମ କରିବାକୁ ଉମରକୋଟର ସିଲାଟି ଗ୍ରାମର ମାଣିକ ଘୋଷ ସପରିବାର ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡ଼ା। ସେଠାରେ କିନ୍ତୁ ସ୍ତ୍ରୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଥିବା ଅଢ଼େଇବର୍ଷର ଝିଅ ପୋଲିସ ଆଗରେ ଘଟଣା ସମ୍ପର୍କରେ ସବୁ…
ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ
ନୂଆଦିଲ୍ଲୀ,୨୪।୯: ଦୁର୍ନୀତି ମାମଲାରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି.ଏସ୍. ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୟେଦୁରପ୍ପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ଡି.ଓ୍ବାଇ.…
ଇଏଲ୍ରେ ଥାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା
ନବରଙ୍ଗପୁର,୨୪୩ା୯(ବି.ପ୍ର.): ସରକାରୀ ନିୟମ ଉଲ୍ଲଂଘନ କରୁଛି ଜିଲା ଶିକ୍ଷା ବିଭାଗ। ମାସେରୁ ଅଧିକ ସମୟ ଇଏଲ୍ରେ ଥିଲେ ମଧ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା। ଏଭଳି ଘଟଣାକୁ ନେଇ ଜିଲା ଶିକ୍ଷା ବିଭାଗ ଏବେ ଚର୍ଚ୍ଚାରେ। ନବରଙ୍ଗପୁର ଜିଲା ମେଣ୍ଟ୍ରି…
ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଆଗରେ ଲାଞ୍ଜିଆ ସୌରାଙ୍କ ଧାରଣା
ଗୁଣପୁର,୨୩ା୯(ଡି.ଏନ୍.ଏ.): ଆଦିମ ଜନଜାତି ଲାଞ୍ଜିଆ ସୌରା ବର୍ଗର ଲୋକଙ୍କ ଜୀବନ ଜୀବିକା, ସାମାଜିକ, ଆର୍ଥିକ, କୃଷି ଭିତ୍ତିକ ଉନ୍ନତି ସାଧନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା(ଏଲ୍ଏସ୍ଡିଏ), ଓଡ଼ିଶା ସଶକ୍ତୀକରଣ ଓ ଜୀବିକା ମିଶନ ଭଳି…
ହାତଠାରି ଡାକେ କାଶତଣ୍ଡି…
ବିଷମକଟକ,୨୪ା୯(ଡି.ଏନ୍.ଏ.): ଶରତ ଆକାଶରେ ଏବେ କାଶତଣ୍ଡୀର ସମ୍ଭାର। ସବୁଜ ଧାନକ୍ଷେତର ହାତଠାରି ଡାକରା ଧରାପୃଷ୍ଠକୁ ମା’ ଜଗଜ୍ଜନନୀ ଦଶଭୁଜାଙ୍କ ଆଗମନର ଦେଲାଣି ସୂଚନା। ମେଘମୁକ୍ତ ଆକାଶରେ ଚହଟିଲାଣି ପରିବେଶ। ଦିଗ୍ବଳୟ ଫାଙ୍କରୁ ଓଢ଼ଣା ଟେକି ମୁହଁ ଦେଖାଇଲାଣି ଶୀତ। ପ୍ରତିବର୍ଷ ମା’…
ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେଡି ଜିଲା ପରିଷଦ ସଭ୍ୟଙ୍କ ମୃତଦେହ
ପୁରୀ ଅଫିସ,୨୪।୯: ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଶନିବାର ଭୁବନେଶ୍ୱରସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ…
ବୁକର ବିଜୟିନୀ ହିଲାରି ମାଣ୍ଟେଲ୍ଙ୍କ ବିୟୋଗ
ଇଂଲଣ୍ଡ: ବୁକର୍ ପୁରସ୍କାର ବିଜୟିନୀ ହିଲାରି ମାଣ୍ଟେଲ୍ଙ୍କ ବିୟୋଗ ଗୁରୁବାର ଇଂଲଣ୍ଡରେ ଥିବା ତାଙ୍କ ବାସଭବନରେ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ବହୁଲୋକପ୍ରୀୟ ପୁସ୍ତକ ‘ଓଲ୍ଫ ହଲ୍’ର ଲେଖିକା ହେଉଛନ୍ତି ହିଲାରି। ଉଚ୍ଚକୋଟିର ଲେଖନୀ ପାଇଁ ସେ ଦୁଇଥର…
ସତ ହେଲା ସନାୟାଙ୍କ ସ୍ବପ୍ନ
ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର। ଫିଲ୍ମ ‘ବେଧଡ଼କ’ ଜରିଆରେ ସନାୟା ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପିଲାବେଳର ସ୍ବପ୍ନ ସତ ହେବାକୁ ଯାଉଥିବା ସନାୟା ଏକ ସାକ୍ଷାତ୍କାରରେ…
Archives


