ବ୍ୟବସାୟୀଙ୍କୁ ବାନ୍ଧି ଲୁଟିନେଲେ ୧୮.୫ ଲକ୍ଷ
କଟକ ଅଫିସ,୨୨ା୧୦: କଟକ ଜିଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାର ଅଞ୍ଚଳର ଦୀପ୍ତିରଞ୍ଜନ ପଟ୍ଟନାୟକ ନାମକ ବ୍ୟବସାୟୀଙ୍କ ଘରୁ ଶୁକ୍ରବାର ସକାଳେ ଏକ ବଡଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦୀପ୍ତିରଞ୍ଜନ ଓ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧି ପକାଇବା ସହ ଘରର…
୬ ମାସ ହେଲା ଅନ୍ୟର ବାରଣ୍ଡାରେ ଚାଲିଛି ସ୍କୁଲ
ଟିକିରି,୨୨ା୧୦(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଅଧୀନରେ ବିଭିନ୍ନ ହାଇସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇ ରୁପାନ୍ତର କରାଯାଉଛି। ପିଲାଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି। ହେଲେ ରାୟଗଡ଼ା ଜିଲା ଉପାନ୍ତ କାଶୀପୁର ବ୍ଲକରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି।…
ଓସିଏ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ
କଟକ ଅଫିସ, ୨୨ା୧୦: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ୨୮ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା…
୨୦ କୋଟି ଦେଲେନି, ୧୦୦ କୋଟି ଦେବେ
ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଅଧିକାରୀମାନଙ୍କର ବେପରୁଆ ମନୋଭାବ ଏବଂ ତ୍ରୁଟି ଯୋଗୁ ରାଜ୍ୟ ସରକାର ଏଲ୍ଆଣ୍ଡଟି କମ୍ପାନୀକୁ ୨୦ କୋଟି ବଦଳରେ ରାଜକୋଷରୁ ୧୦୦.୦୬ କୋଟି ଟଙ୍କା ଗଣିବେ। ଶୁକ୍ରବାର ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛି। ୨୦୦୨ରେ ଏଲ୍ଆଣ୍ଡଟିର ୨୦କୋଟି ଟଙ୍କା ବକେୟା…
ଓଡ଼ିଆଙ୍କ ଦାନ୍ତ ନାହିଁ
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବିିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିନ୍ତୁ ପଛୁଆ ରହିଯାଇଥିବା ଦେଖାଯାଇଛି। ଏଠାରେ ଦାନ୍ତ ଚିକିତ୍ସା ସ୍ଥିତିକୁ ଦେଖିଲେ ବାସ୍ତବତା ବାରିହୋଇପଡୁଛି। ବଢ଼ିଚାଲିଛି ଦାନ୍ତ ରୋଗୀଙ୍କ ସଂଖ୍ୟା। ହେଲେ ରୋଗୀଙ୍କ ତୁଳନାରେ ନାହାନ୍ତି ପର୍ଯ୍ୟାପ୍ତ…
ନିଜେ ଧରା ଦେଲା ଚୋର
ଢାକା,୨୨।୧୦: ପୋଲିସର କର୍ତ୍ତବ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା। କୌଣସି ଝମେଲା କିମ୍ବା ଗଣ୍ଡଗୋଳରେ ଫସିଥିବା ବ୍ୟକ୍ତି ପ୍ରଥମେ ପୋଲିସର ସହାୟତା ହିଁ ଲୋଡ଼ିଥାନ୍ତି। ଏ ପ୍ରକାର ବ୍ୟବସ୍ଥାର ଫାଇଦା ଉଠାଇବା ଜଣେ ଚୋରଙ୍କ ପ୍ରତି ମହଙ୍ଗା ପଡ଼ିଛି। ଚୋର ଜଣଙ୍କ…
୧୨୫ ନୂଆ ଓଏଏସ୍ ପଦବୀ
ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଗ୍ରୁପ୍-ଏ ଜୁନିୟର ବ୍ରାଞ୍ଚରେ ୧୨୫ ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା ପାଇଁ ୨ଟି ଲେଖାଏ ଡେପୁଟି କଲେକ୍ଟର ପଦବୀ ସୃଷ୍ଟି…
ରାସ୍ତା ପାର ହେଉଥିବା ବେଳେ ପିଟିଲା ଟ୍ରକ୍: ଚାଲିଗଲା ଆରୋହୀଙ୍କ ଜୀବନ
ବରଗଡ ଅଫିସ,୨୧।୧୦- ବରଗଡ଼ ଦେଇ ଯାଇଥିବା ୫୩ ନଂଜାତୀୟ ରାଜପଥର ଘୁଲିପାଲି ଛକରେ ଶୁକ୍ରବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘୁଲିପାଲି ନିବାସୀ ୪୨ ବର୍ଷୀୟ ବିଶ୍ୱାମିତ୍ର ପଟେଲ…
‘ଜୟ ଶ୍ରୀରାମ’ ଗୀତ ଲଞ୍ଚ କରିବା ପୂର୍ବରୁ ପାଦରୁ ଚପଲ କାଢ଼ିଲେ ଖିଲାଡ଼ି କିଙ୍ଗ୍; ହୃଦୟ ଜିଣୁଛି ଭିଡିଓ…
ବମ୍ବେ: ଲଗାତାର ଭାବେ ଚର୍ଚ୍ଚାରେ ରହୁଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’। ଆସନ୍ତା ଦୀପାବଳିରେ ଏହା ପରଦାକୁ ଆସିବ। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏଥିରେ ଦର୍ଶକଙ୍କୁ ବ୍ୟାକ୍ଗ୍ରାଉଣ୍ଡରେ ଚାଲୁଥିବା ‘ଜୟ ଶ୍ରୀରାମ’ ଗୀତ ବେଶ ପସନ୍ଦ ଆସିଥିଲା।…
ସୁନା ଦୋକାନରେ ଜିଏସଟି ବିଭାଗର ଚଢ଼ାଉ
ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜିଏସଟି ବିଭାଗ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ସହରର ଗାନ୍ଧୀ ଛକରେ ଥିବା ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ଚଢ଼ାଉ କରାଯାଇଛି। ରାଜ୍ୟ ଜିଏସଟି ବିଭାଗ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଜିଲା ଜିଏସଟି ବିଭାଗର ଦୁଇଟି ଟିମ ଏହି ଚଢ଼ାଉରେ ସାମିଲ…
ନିର୍ବାଚନରେ ମିଥ୍ୟା ସତ୍ୟ ପାଠ ଦେବା ପଡ଼ିଲା ମହଙ୍ଗା: ୱାର୍ଡ ସଭ୍ୟାଙ୍କୁ ଅଯୋଗ୍ୟ ଘୋଷଣା କଲେ ଜିଲାପାଳ
ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ମାଲଗାଁ ପଞ୍ଚାୟତ ୱାର୍ଡ ନଂ-୧୩ର ୱାର୍ଡସଭ୍ୟା ମମତା ମହାନ୍ତି ମିଥ୍ୟା ସତ୍ୟପାଠ ଦେବା ମହଙ୍ଗା ପଡିଛି। ଏହି ଅଭିଯୋଗରେ ଜିଲାପାଳ ପି.ଅନ୍ବେଷା ରେଡ୍ଡୀ ଅଯୋଗ୍ୟ ଘୋଷଣା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…
ଟଙ୍କା ହଡ଼ପ କରି ଆକାଉଣ୍ଟାଣ୍ଟ ଫେରାର ଘଟଣା: ବ୍ୟାଙ୍କ ମ୍ୟାନେଜର, ରାଜସ୍ବ ନିରୀକ୍ଷକଙ୍କୁ ଜେରା
ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ ଭବାନୀପାଟଣା ନଜୁଲ ରାଜସ୍ବ ନିରୀକ୍ଷକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶୁଚିସ୍ମିତା ନିଜ ମା’ଙ୍କ ନାମରେ…
Archives


