ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…

ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ ଥାନ୍ତି। ବରଯାତ୍ରୀ ଡ୍ୟାନ୍ସ ନ ଥିଲେ ବିବାହ ଯେମିତି ଅସମ୍ପୂର୍ଣ୍ଣ ଲାଗେ। ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରଯାତ୍ରୀ ନୁହେଁ, କନ୍ୟା ନିଜେ ଏତେ ଜୋରରେ ଡ୍ୟାନ୍ସ କରୁଛନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ବୋଧେ ସେ ଜମାନା ଗଲାଣି। ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବର ଆସୁଥିଲେ। ଆଉ ବରଯାତ୍ରୀମାନେ ଡ୍ୟାନ୍ସ କରୁଥିଲେ। ଏବେ ବିବାହ ଆଧୁନିକ ହୋଇଛି। ଆଉ ଲାଜ ନ କରି କନ୍ୟା ନିଜେ ବରଯାତ୍ରୀଙ୍କ ସହ ଡିଜେର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି କନ୍ୟା ‘ଗଦର’ ଡ୍ୟାନ୍ସ କରିବା ସମୟରେ ତାଙ୍କ ପାଖରେ ଠିଆ ହୋଇଥିବା ବର ହସ ରୋକି ପାରୁନାହାନ୍ତି।

 

View this post on Instagram

 

A post shared by piya shani (@i_love_yau_1430)

ଭିଡିଓରେ ଆପଣ ଦେଖିବେ ବର ଏବଂ କନ୍ୟା ମଣ୍ଡପ ଉପରେ ଅଛନ୍ତି। ଏହି ସମୟରେ ଏକ ଗୀତ ବାଜୁଛି। ସେଠାରେ ଉପସ୍ଥିତ ଛୋଟ ଝିଅମାନେ ଡ୍ୟାନ୍ସ ଆରମ୍ଭ କରିବା କ୍ଷଣି କନ୍ୟା ମଧ୍ୟ ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ସେ ବର କିମ୍ବା ଅତିଥିମାନଙ୍କ ବିଷୟରେ ଚିନ୍ତା କରୁନାହାନ୍ତି। ସେ ଡ୍ୟାନ୍ସ କରିଚାଲିଛନ୍ତି। ତାଙ୍କର ଅଜବ ଡ୍ୟାନ୍ସ ଦେଖି ବର ହସିବା ବନ୍ଦ କରୁନାହାନ୍ତି। କନ୍ୟା ସଙ୍ଗେ ସଙ୍ଗେ ବରଙ୍କ ହାତ ଧରି ଟାଣି ଆଣୁଛନ୍ତି ଡ୍ୟାନ୍ସ କରିବା ପାଇଁ କହୁଛନ୍ତି। କିନ୍ତୁ ବର ହସି ଦେଇ ଡ୍ୟାନ୍ସ କରିବାକୁ ମନା କରୁଛନ୍ତି।

ଏହି ମଜାଳିଆ ଭିଡିଓଟି i_love_yau_୧୪୩୦ ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଡିସେମ୍ବର ୧୫ରେ ଶେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬.୭ ମିଲିୟନ ଅର୍ଥାତ୍‌ ୬୭ ଲକ୍ଷ ଥର ଦେଖାସରିଲାଣି। ୧ ଲକ୍ଷ ୨୭ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଲୋକମାନେ କହିଛନ୍ତି, କନ୍ୟା ବହୁତ ଖୁସି ଦେଖାଯାଉଛନ୍ତି। ଆଉ କିଛି ୟୁଜର କହିଛନ୍ତି, ଭଉଣୀ ଟିକେ ଭଲ ଡ୍ୟାନ୍ସ କରିଥାନ୍ତେ। ଅନ୍ୟ ଜଣେ ୟୁଜର କହିଛନ୍ତି, ବର୍ତ୍ତମାନ ୟାଙ୍କୁ ଭଉଣୀ କର।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri