ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…

ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ ଥାନ୍ତି। ବରଯାତ୍ରୀ ଡ୍ୟାନ୍ସ ନ ଥିଲେ ବିବାହ ଯେମିତି ଅସମ୍ପୂର୍ଣ୍ଣ ଲାଗେ। ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରଯାତ୍ରୀ ନୁହେଁ, କନ୍ୟା ନିଜେ ଏତେ ଜୋରରେ ଡ୍ୟାନ୍ସ କରୁଛନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ବୋଧେ ସେ ଜମାନା ଗଲାଣି। ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବର ଆସୁଥିଲେ। ଆଉ ବରଯାତ୍ରୀମାନେ ଡ୍ୟାନ୍ସ କରୁଥିଲେ। ଏବେ ବିବାହ ଆଧୁନିକ ହୋଇଛି। ଆଉ ଲାଜ ନ କରି କନ୍ୟା ନିଜେ ବରଯାତ୍ରୀଙ୍କ ସହ ଡିଜେର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି କନ୍ୟା ‘ଗଦର’ ଡ୍ୟାନ୍ସ କରିବା ସମୟରେ ତାଙ୍କ ପାଖରେ ଠିଆ ହୋଇଥିବା ବର ହସ ରୋକି ପାରୁନାହାନ୍ତି।

 

View this post on Instagram

 

A post shared by piya shani (@i_love_yau_1430)

ଭିଡିଓରେ ଆପଣ ଦେଖିବେ ବର ଏବଂ କନ୍ୟା ମଣ୍ଡପ ଉପରେ ଅଛନ୍ତି। ଏହି ସମୟରେ ଏକ ଗୀତ ବାଜୁଛି। ସେଠାରେ ଉପସ୍ଥିତ ଛୋଟ ଝିଅମାନେ ଡ୍ୟାନ୍ସ ଆରମ୍ଭ କରିବା କ୍ଷଣି କନ୍ୟା ମଧ୍ୟ ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ସେ ବର କିମ୍ବା ଅତିଥିମାନଙ୍କ ବିଷୟରେ ଚିନ୍ତା କରୁନାହାନ୍ତି। ସେ ଡ୍ୟାନ୍ସ କରିଚାଲିଛନ୍ତି। ତାଙ୍କର ଅଜବ ଡ୍ୟାନ୍ସ ଦେଖି ବର ହସିବା ବନ୍ଦ କରୁନାହାନ୍ତି। କନ୍ୟା ସଙ୍ଗେ ସଙ୍ଗେ ବରଙ୍କ ହାତ ଧରି ଟାଣି ଆଣୁଛନ୍ତି ଡ୍ୟାନ୍ସ କରିବା ପାଇଁ କହୁଛନ୍ତି। କିନ୍ତୁ ବର ହସି ଦେଇ ଡ୍ୟାନ୍ସ କରିବାକୁ ମନା କରୁଛନ୍ତି।

ଏହି ମଜାଳିଆ ଭିଡିଓଟି i_love_yau_୧୪୩୦ ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଡିସେମ୍ବର ୧୫ରେ ଶେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬.୭ ମିଲିୟନ ଅର୍ଥାତ୍‌ ୬୭ ଲକ୍ଷ ଥର ଦେଖାସରିଲାଣି। ୧ ଲକ୍ଷ ୨୭ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଲୋକମାନେ କହିଛନ୍ତି, କନ୍ୟା ବହୁତ ଖୁସି ଦେଖାଯାଉଛନ୍ତି। ଆଉ କିଛି ୟୁଜର କହିଛନ୍ତି, ଭଉଣୀ ଟିକେ ଭଲ ଡ୍ୟାନ୍ସ କରିଥାନ୍ତେ। ଅନ୍ୟ ଜଣେ ୟୁଜର କହିଛନ୍ତି, ବର୍ତ୍ତମାନ ୟାଙ୍କୁ ଭଉଣୀ କର।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?