‘ଗୁଣାତ୍ମକ ସେବା ସହ ସମ୍ପ୍ରସାରଣକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୩୦।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ତା’ର ଗ୍ରାହକମାନଙ୍କୁ ଗୁଣାତ୍ମକ ସେବା ସହ ବିକ୍ରି ପରବର୍ତ୍ତୀ ସେବା ପ୍ରାଥମିକତା ଦେଉଥିବା ବେଳେ ସେବା ଯୋଗାଇବା ପାଇଁ ଆବଶ୍ୟକ ବ୍ୟବସାୟିକ ସମ୍ପ୍ରସାରଣକୁ ମଧ୍ୟ ବେଶ ଗୁରୁତ୍ୱାରୋପ କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଉପରୋକ୍ତ କାର୍ଯ୍ୟକଳାପ ସହ ଗ୍ରାହକ ସମ୍ପର୍କ ବୃଦ୍ଧିକୁ ସୁଦୃଢ଼ କରିବା ଆଶାରେ ଟାଟା ମୋଟର୍ସର ଉପ ମହାନିର୍ଦ୍ଦେଶକ ରାଜେଶ କଉଲ ନିକଟରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ।

ଏହି ପରିପ୍ରେକ୍ଷୀରେ ସେ ସ୍ଥାନୀୟ ମଙ୍ଗୁଳି ଛକ ନିକଟସ୍ଥ ତୃପ୍ତି ଅଟୋ ମୋଟିଭସ ଶୋ ରୁମ୍‌କୁ ପରିଦର୍ଶନ କରିଥିଲେ। ଏହି ଅବସରରେ କଉଲଙ୍କ ସହ ଅରୁଣ ଜଲାଲି, ଦୀପାଞ୍ଜନ ରୟ, ରନଭିର କଅଁର, ରାଜୀବ ଘୋଷ, କପିଲ ନିଝୋନ, ବିକାଶ ସୋନି, ନୀରଜ ବର୍ମାଙ୍କ ସମେତ ଟାଟା ମୋଟର୍ସର ବହୁ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ଗ୍ରାହକମାନଙ୍କୁ ଗାଡ଼ି ଡେଲିଭରି, ବୃକ୍ଷରୋପଣ ଏବଂ ଦକ୍ଷ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ ଆଦି କାର୍ଯ୍ୟକ୍ରମରେ ଯୋଗ ଦେବା ସହ କଉଲ ଉପସ୍ଥିତ ଗ୍ରାହକ ଓ ତୃପ୍ତି ଅଟୋମୋଟିଭସର ସମସ୍ତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ। ଏହାପରେ ସେ ଯାଜପୁରଠାରେ ଟାଟା ମୋଟର୍ସର ନୂଆ ଶୋ’ରୁମ୍‌ ସାଇସୁଧା ମୋଟର୍ସକୁ ମଧ୍ୟ ଉଦ୍‌ଘାଟନ କରିଥିବା ଜଣାପଡିଛି। ସେହିପରି ତୃପ୍ତି ଅଟୋ ମୋଟିଭ୍‌ସ ଏବଂ ସାଇସୁଧା ମୋଟର୍ସ ପକ୍ଷରୁ ଶୁଭେନ୍ଦୁ ମହାନ୍ତି ଓ ଅଙ୍କିତ ମହାନ୍ତି ଉପସ୍ଥିତ ସମସ୍ତ ଟାଟା ମୋଟର୍ସ ଅଧିକାରୀଙ୍କୁ ସ୍ବାଗତ ଜଣାଇବା ସହ ଓଡ଼ିଶା ବଜାର ସହ ଗ୍ରାହକଙ୍କ ଆବଶ୍ୟକତା ଓ ଚାହିଦା ସମ୍ପର୍କରେ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri