ଶିଶିର ସରସ ମେଳାରେ ୨୪ କୋଟିରୁ ଉର୍ଦ୍ଧ୍ୱ ବେପାର

ଭୁବନେଶ୍ୱର,୩୦।୧(ବ୍ୟୁରୋ):ବରମୁଣ୍ଡାସ୍ଥିତ ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଚାଲିଥିବା ଶିଶିର ସରସ ମେଳା ରବିବାର ଶେଷ ହୋଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ପକ୍ଷରୁ ଗ୍ରାମୀଣ କାରିଗର ଓ ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀର ବିକ୍ରିବଟା ନିମନ୍ତେ ଏହି ମେଳା ବଡ଼ ପ୍ଲାଟ୍‌ଫର୍ମ ସୃଷ୍ଟି କରିଥିଲା। ଏହି ମେଳାରେ ୨୪ଟି ରାଜ୍ୟ ସହ ଓଡ଼ିଶାର ୩୦ଟି ଜିଲାରୁ କାରିଗରମାନେ ଅଂଶଗ୍ରହଣ କରିଥିଲେ। ମୋଟ ୮୫୭ଜଣ କାରିଗର ମେଳାରେ ଅଂଶଗ୍ରହଣ କରିବା ସହ ନିଜ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କରିଥିଲେ। ଓଡ଼ିଶା ସମେତ ଅନ୍ୟ ରାଜ୍ୟର ୩୫୬ଟି ଷ୍ଟଲ୍‌ ଖୋଲିଥିଲା। ଓରମାସ୍‌, ସହଯୋଗୀ ସଂସ୍ଥା ମିଶନ ଶକ୍ତି, ନାବାର୍ଡ ପକ୍ଷରୁ ମୋଟ୍‌ ୬୩ଟି ଷ୍ଟଲ୍‌ ସ୍ଥାନ ପାଇଥିଲା। ଚଳିତବର୍ଷ ୨୪କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି ବୋଲି ଓର୍‌ମାସ୍‌ ତରଫରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ୨୭ଟି ପଲ୍ଲିଶ୍ରୀ ମେଳା ଓ ୨ଟି ଶିଶିର ସରସ ମେଳାର ଆୟୋଜନ କରାଯାଇଥିଲା। ସେହିପରି ଆୟୋଜିତ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସମୁଦାୟ ୩୭କୋଟି ଟଙ୍କାର ବ୍ୟବସାୟ ହୋଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉପତ୍ାଦିତ ଗ୍ରାମୀଣ ସାମଗ୍ରୀର ବିକ୍ରିବଟାରେ ମୋଟ ୬୦କୋଟି ଟଙ୍କାର ବ୍ୟବସାୟ ହୋଇପାରିଛି। ଉଦ୍‌ଯାପନୀ ସାର ବିଭିନ୍ନ ବର୍ଗରେ ଉତ୍କର୍ଷ ପ୍ରଦାନ କରିଥିବା ୧୦ଟି ଷ୍ଟଲକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଇନୋଭେଟିଭ୍‌ ଷ୍ଟଲ୍‌ ଭାବେ ଖୋର୍ଦ୍ଧାର ଜୟଦେବ ବନାନା ଫାମର୍ସ ଆଣ୍ଡ୍‌ ଆର୍ଟିସାନ୍‌, ଶ୍ରେଷ୍ଠ ପ୍ରଦର୍ଶନ ଷ୍ଟଲ୍‌ ଭାବେ କଳାହାଣ୍ଡିର ଉପତ୍ାଦକ ଗୋଷ୍ଠୀ, ଶ୍ରେଷ୍ଠ ବିକ୍ରୟଶୈଳୀ ପାଇଁ ଗୁଜରାଟର ମିଲନ୍‌ ଶକ୍ତି ସ୍ବୟଂସହାୟକ ଗୋଷ୍ଠୀ, ସର୍ବାଧିକ ବିକ୍ରୟ ପାଇଁ ଉତ୍ତରପ୍ରଦେଶର ଜୟଦୁର୍ଗା ମହିଳା ସ୍ବୟଂ ସହାୟିକା ଆଦିକୁ ପୁରସ୍କୃତ କରାଯାଇଥିଲା। ସେହିପରି ଫୁଡ୍‌ ଷ୍ଟଲରେ ସର୍ବାଧିକ ବିକ୍ରିି ପାଇଁ ମୟୂରଭଞ୍ଜର ବାରିପଦା ମୁଢି ମାଂସ ଷ୍ଟଲକୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri