ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ଖଣ୍ଡଗିରି, ଜମୁଛି ବେପାର

ଭୁବନେଶ୍ୱର, ୩୦।୧ (ବ୍ୟୁରୋ):ପବିତ୍ର କୁମ୍ଭମେଳାର ଦ୍ୱିତୀୟ ଦିନରେ ମନ୍ତ୍ରଧ୍ୱନି, ପାରାୟଣ, ପ୍ରବଚନ ଓ ଭଜନ କୀର୍ତ୍ତନରେ ଖଣ୍ଡଗିରି ପାହାଡ଼ ପ୍ରକମ୍ପିତ ହେଉଛି। ସକାଳରୁ ରାତି ଯାଏ ଭକ୍ତମାନେ ବାରଭୂଜା ପୀଠରେ ରାମଚରିତ ମାନସ ପାଠ ଶୁଣୁଛନ୍ତି। ସାରା ଦେଶରୁ ସାଧୁ ଓ ସନ୍ନ୍ୟାସିନୀ ଯୋଗ ଦେଇଥିବାବେଳେ ଶ୍ରଦ୍ଧାଳୁମାନେ ସେମାନଙ୍କ ଆଶୀର୍ବାଦ ନେଉଛନ୍ତି। ଦିନରେ ନାରୟଣ ସେବା ଓ ସାଧୁ ସେବାରେ ହଜାର ହଜାର ଲୋକ ସାମିଲ ହେଉଛନ୍ତି। ରଙ୍ଗୀନ ଆଲୋକରେ ସଜ୍ଜିତ ଉଦୟଗିରି ରାଣୀ ଗୁମ୍ଫା ଓ ହାତୀ ଗୁମ୍ଫାର ରାତି ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି। ସେପଟେ ଟ୍ରାଫିକ ଛକରୁ ଚାରିଛକ ପର୍ଯ୍ୟନ୍ତ ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ…ହରେକ୍‌ ମାଲ ଡ଼ାକରେ ଫାଟି ପଡୁଛି ଅଞ୍ଚଳ। ରବିବାରଠାରୁ ଦୋକାନ ବଜାର ଖୋଲିଥିବାବେଳେ ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଆଖିଦୃଶିଆ ଭିଡ଼ ଦେଖିବାକୁ ମିଳିଛି। ମନ ପସନ୍ଦର ଘରୋଇ ଉପକରଣ, ପ୍ରସାଧନ ସାମଗ୍ରୀ, ଖେଳଣା ଆଦିି କିଣାକିଣିର ସୁଯୋଗ ପାଇଛନ୍ତି ସହରବାସୀ। କହିବାକୁ ଗଲେ, ଆଧ୍ୟାମିତ୍କ, ସାଂସ୍କୃତିକ ଓ ବ୍ୟବସାୟିକ ପରିବେଶ ମଧ୍ୟରେ ଜମୁଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା।

ମୌନ ବ୍ରତଧାରୀ ଷ୍ଟାଣ୍ଡିଂ ବାବା

ସବୁ କୁମ୍ଭମେଳାରେ ଚର୍ଚ୍ଚାରେ ଥିବା ଷ୍ଟାଣ୍ଡିଂ ବାବା ଚନ୍ଦନ ଗିରି ଚଳିତବର୍ଷ ମଧ୍ୟ ସମାନ ଢ଼ଙ୍ଗରେ ତପସ୍ୟା କରୁଛନ୍ତି। ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ସେ ଗୋଟିଏ ଗୋଡ଼ରେ ଠିଆ ହୋଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ନବରାତ୍ର କୁମ୍ଭମେଳାରେ ପ୍ରତିବର୍ଷ ସେ ଏପରି ତପସ୍ୟା ଜାରି ରଖିବେ ବୋଲି ବାବାଙ୍କ ସହଯୋଗୀ କହିନ୍ତି। ଏହି ତପସ୍ୟା କାଳରେ ସେ ସମ୍ପୂର୍ଣ୍ଣ ମୌନ ରହିଥା’ନ୍ତି । ଦୀର୍ଘ ୩୩ ବର୍ଷ ଧରି ଏହି ନାଗା ସାଧୁଙ୍କ ଏପରି ତପସ୍ୟା ଜାରି ରହିଛି। ତେବେ ଏହାକୁ ସେ ବୃକ୍ଷାସନ ବୋଲି କହିଛନ୍ତି। ସେହିପରି ରୁଦ୍ରାକ୍ଷ ବାବା, କଦଳୀ ବାବା, ଡ଼ାକ୍ତର ବାବା, ବିଭୂତି ବାବାଙ୍କ ସମେତ ବଙ୍ଗାଳି ମାତା, ଜଟାଧାରୀ ମାତା ଓ ଅନ୍ୟ ସନ୍ନ୍ୟାସୀ ମଧ୍ୟ ଭକ୍ତଙ୍କୁ ଆଶୀର୍ବଚନ ଦେଉଛନ୍ତି।

ଆଜିଠାରୁ ଯାତ୍ରା ମହାସମର

ସୋମବାରଠାରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହେବାକୁଯାଉଛି ଯାାତ୍ରା ମହାସମର। ୬ଟି ପେଣ୍ଡାଲରେ ନାଚଗୀତ ସହ ଶୁଭିବ ଦମଦାର୍‌ ସଂଳାପ। ଡ. ହରେକୃଷ୍ଣ ମହତାବ ପେଣ୍ଡାଲରେ ୩୦ରୁ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରାଶ୍ରୀ ବିଶ୍ୱ ଦରବାର, ୪ରୁ ୬ ତାରିଖ ଯାଏ ସାଇ ସମ୍ରାଟ ଓ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ମନୋରଞ୍ଜନ କରିବ। ସେହିପରି ସନାତନ ମଣ୍ଡପରେ ୩୦ରୁ ୪ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ଏବଂ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ଦମଦାର ନାଟକ ପରିଦର୍ଶନ କରିବ। ଅନ୍ୟପଟେ ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ୩୦ରୁ ୬ ତାରିଖ ଯାଏ ଶିବାନୀ ଗଣନାଟ୍ୟ ଏବଂ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ମଞ୍ଚ ଦୁଲୁକାଇବ। ମା’ ମଙ୍ଗଳା ମଣ୍ଡପରେ ରାଜଧାନୀ ଅପେରା ୩୧ରୁ ୪ ତାରିଖ ପର୍ଯ୍ୟନ୍ତ ଏବଂ ସ୍ବର୍ଣ୍ଣ ମହଲ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବ। ତେବେ ଜୟଦୁର୍ଗା ମଣ୍ଡପରେ ୧ରୁ ୧୦ ତାରିଖ ଯାଏ ରଙ୍ଗମହଲ ଗଣନାଟ୍ୟ ପ୍ରସ୍ତୁତ ନାଟକ ଦେଖିବାକୁ ମିଳିବ।

ମେଳା ବୁଲିଲେ ବିଏମ୍‌ସି କମିଶନର
ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ବିଜୟ ଅମୃତା କୁଳାଙ୍ଗେ ଖଣ୍ଡଗରି ପାହାଡ଼ ବୁଲି ମେଳା ଆୟୋଜନର ତଦାରଖ କରିଛନ୍ତି। କମିଶନରଙ୍କ ସହ ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀ ଏବଂ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ପ୍ରମୁଖ ସ୍ଥିତି ସମୀକ୍ଷା କରିଥିଲେ। ତେବେ ମେଳାର ସୁପରିଚାଳନା ପାଇଁ ବିଏମସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଜେଡିସି ଜେଠୀ ସୂଚନା ଦେଇଛନ୍ତି। ଆବଶ୍ୟକସ୍ଥଳେ ଅଧିକ ମାନବ ସମ୍ବଳ ବିନିଯୋଗ କରାଯିବ। ପାର୍କିଂ, ସ୍ବଚ୍ଛତା ଓ ଅନ୍ୟାନ୍ୟ କ୍ଷେତ୍ରରେ ନଜର ରଖାଯାଇଥିବା ସେ କହିଛନ୍ତି।

୩୧ରୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ପୂର୍ବ ସ୍ଥାନ ଖଣ୍ଡଗିରିସ୍ଥିତ ପାନ୍ଥିକାକୁ ଫେରିଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଏହି ୩ ଦିନିଆ ମହୋତ୍ସବରେ ଓଡ଼ିଶାରୁ ବଛାବଛା କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭୁବନେଶ୍ୱର ଆଞ୍ଚଳିକ କମିଟି ପକ୍ଷରୁ ଏହାର ଆୟୋଜନ କରାଯାଇଛି। ପୂର୍ବରୁ ଖାରବେଳ ମହୋତ୍ସବ ନାମରେ ପାନ୍ଥିକା ପରିସରରେ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ପରବର୍ତ୍ତୀ ସମୟରେ ବିଜୁପଟ୍ଟନାୟକ ଶକ୍ତି ଉଦ୍ୟାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପରେ ମହୋତ୍ସବର ନାମ ପରିବର୍ତ୍ତନ ହୋଇ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ରଖାଯାଇଥିଲା। ଶେଷ ୨ ବର୍ଷ ଧରି ଗାନ୍ଧି ଶାନ୍ତି କେନ୍ଦ୍ରରେ ଏହି ମହୋତ୍ସବ ଆୟୋଜନ ହୋଇଥିଲେ ମଧ୍ୟ ସେଠାରେ ସଂଗ୍ରହାଳୟ ନିର୍ମାଣ ପରଠାରୁ ବନ୍ଦ ହୋଇଯାଇଥିଲା। ଗତ ୨ ବର୍ଷରେ କରୋନା କଟକଣା ପାଇଁ ଉତ୍ସବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri