ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ଖଣ୍ଡଗିରି, ଜମୁଛି ବେପାର

ଭୁବନେଶ୍ୱର, ୩୦।୧ (ବ୍ୟୁରୋ):ପବିତ୍ର କୁମ୍ଭମେଳାର ଦ୍ୱିତୀୟ ଦିନରେ ମନ୍ତ୍ରଧ୍ୱନି, ପାରାୟଣ, ପ୍ରବଚନ ଓ ଭଜନ କୀର୍ତ୍ତନରେ ଖଣ୍ଡଗିରି ପାହାଡ଼ ପ୍ରକମ୍ପିତ ହେଉଛି। ସକାଳରୁ ରାତି ଯାଏ ଭକ୍ତମାନେ ବାରଭୂଜା ପୀଠରେ ରାମଚରିତ ମାନସ ପାଠ ଶୁଣୁଛନ୍ତି। ସାରା ଦେଶରୁ ସାଧୁ ଓ ସନ୍ନ୍ୟାସିନୀ ଯୋଗ ଦେଇଥିବାବେଳେ ଶ୍ରଦ୍ଧାଳୁମାନେ ସେମାନଙ୍କ ଆଶୀର୍ବାଦ ନେଉଛନ୍ତି। ଦିନରେ ନାରୟଣ ସେବା ଓ ସାଧୁ ସେବାରେ ହଜାର ହଜାର ଲୋକ ସାମିଲ ହେଉଛନ୍ତି। ରଙ୍ଗୀନ ଆଲୋକରେ ସଜ୍ଜିତ ଉଦୟଗିରି ରାଣୀ ଗୁମ୍ଫା ଓ ହାତୀ ଗୁମ୍ଫାର ରାତି ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି। ସେପଟେ ଟ୍ରାଫିକ ଛକରୁ ଚାରିଛକ ପର୍ଯ୍ୟନ୍ତ ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ…ହରେକ୍‌ ମାଲ ଡ଼ାକରେ ଫାଟି ପଡୁଛି ଅଞ୍ଚଳ। ରବିବାରଠାରୁ ଦୋକାନ ବଜାର ଖୋଲିଥିବାବେଳେ ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଆଖିଦୃଶିଆ ଭିଡ଼ ଦେଖିବାକୁ ମିଳିଛି। ମନ ପସନ୍ଦର ଘରୋଇ ଉପକରଣ, ପ୍ରସାଧନ ସାମଗ୍ରୀ, ଖେଳଣା ଆଦିି କିଣାକିଣିର ସୁଯୋଗ ପାଇଛନ୍ତି ସହରବାସୀ। କହିବାକୁ ଗଲେ, ଆଧ୍ୟାମିତ୍କ, ସାଂସ୍କୃତିକ ଓ ବ୍ୟବସାୟିକ ପରିବେଶ ମଧ୍ୟରେ ଜମୁଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା।

ମୌନ ବ୍ରତଧାରୀ ଷ୍ଟାଣ୍ଡିଂ ବାବା

ସବୁ କୁମ୍ଭମେଳାରେ ଚର୍ଚ୍ଚାରେ ଥିବା ଷ୍ଟାଣ୍ଡିଂ ବାବା ଚନ୍ଦନ ଗିରି ଚଳିତବର୍ଷ ମଧ୍ୟ ସମାନ ଢ଼ଙ୍ଗରେ ତପସ୍ୟା କରୁଛନ୍ତି। ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ସେ ଗୋଟିଏ ଗୋଡ଼ରେ ଠିଆ ହୋଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ନବରାତ୍ର କୁମ୍ଭମେଳାରେ ପ୍ରତିବର୍ଷ ସେ ଏପରି ତପସ୍ୟା ଜାରି ରଖିବେ ବୋଲି ବାବାଙ୍କ ସହଯୋଗୀ କହିନ୍ତି। ଏହି ତପସ୍ୟା କାଳରେ ସେ ସମ୍ପୂର୍ଣ୍ଣ ମୌନ ରହିଥା’ନ୍ତି । ଦୀର୍ଘ ୩୩ ବର୍ଷ ଧରି ଏହି ନାଗା ସାଧୁଙ୍କ ଏପରି ତପସ୍ୟା ଜାରି ରହିଛି। ତେବେ ଏହାକୁ ସେ ବୃକ୍ଷାସନ ବୋଲି କହିଛନ୍ତି। ସେହିପରି ରୁଦ୍ରାକ୍ଷ ବାବା, କଦଳୀ ବାବା, ଡ଼ାକ୍ତର ବାବା, ବିଭୂତି ବାବାଙ୍କ ସମେତ ବଙ୍ଗାଳି ମାତା, ଜଟାଧାରୀ ମାତା ଓ ଅନ୍ୟ ସନ୍ନ୍ୟାସୀ ମଧ୍ୟ ଭକ୍ତଙ୍କୁ ଆଶୀର୍ବଚନ ଦେଉଛନ୍ତି।

ଆଜିଠାରୁ ଯାତ୍ରା ମହାସମର

ସୋମବାରଠାରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହେବାକୁଯାଉଛି ଯାାତ୍ରା ମହାସମର। ୬ଟି ପେଣ୍ଡାଲରେ ନାଚଗୀତ ସହ ଶୁଭିବ ଦମଦାର୍‌ ସଂଳାପ। ଡ. ହରେକୃଷ୍ଣ ମହତାବ ପେଣ୍ଡାଲରେ ୩୦ରୁ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରାଶ୍ରୀ ବିଶ୍ୱ ଦରବାର, ୪ରୁ ୬ ତାରିଖ ଯାଏ ସାଇ ସମ୍ରାଟ ଓ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ମନୋରଞ୍ଜନ କରିବ। ସେହିପରି ସନାତନ ମଣ୍ଡପରେ ୩୦ରୁ ୪ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ଏବଂ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ଦମଦାର ନାଟକ ପରିଦର୍ଶନ କରିବ। ଅନ୍ୟପଟେ ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ୩୦ରୁ ୬ ତାରିଖ ଯାଏ ଶିବାନୀ ଗଣନାଟ୍ୟ ଏବଂ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ମଞ୍ଚ ଦୁଲୁକାଇବ। ମା’ ମଙ୍ଗଳା ମଣ୍ଡପରେ ରାଜଧାନୀ ଅପେରା ୩୧ରୁ ୪ ତାରିଖ ପର୍ଯ୍ୟନ୍ତ ଏବଂ ସ୍ବର୍ଣ୍ଣ ମହଲ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବ। ତେବେ ଜୟଦୁର୍ଗା ମଣ୍ଡପରେ ୧ରୁ ୧୦ ତାରିଖ ଯାଏ ରଙ୍ଗମହଲ ଗଣନାଟ୍ୟ ପ୍ରସ୍ତୁତ ନାଟକ ଦେଖିବାକୁ ମିଳିବ।

ମେଳା ବୁଲିଲେ ବିଏମ୍‌ସି କମିଶନର
ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ବିଜୟ ଅମୃତା କୁଳାଙ୍ଗେ ଖଣ୍ଡଗରି ପାହାଡ଼ ବୁଲି ମେଳା ଆୟୋଜନର ତଦାରଖ କରିଛନ୍ତି। କମିଶନରଙ୍କ ସହ ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀ ଏବଂ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ପ୍ରମୁଖ ସ୍ଥିତି ସମୀକ୍ଷା କରିଥିଲେ। ତେବେ ମେଳାର ସୁପରିଚାଳନା ପାଇଁ ବିଏମସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଜେଡିସି ଜେଠୀ ସୂଚନା ଦେଇଛନ୍ତି। ଆବଶ୍ୟକସ୍ଥଳେ ଅଧିକ ମାନବ ସମ୍ବଳ ବିନିଯୋଗ କରାଯିବ। ପାର୍କିଂ, ସ୍ବଚ୍ଛତା ଓ ଅନ୍ୟାନ୍ୟ କ୍ଷେତ୍ରରେ ନଜର ରଖାଯାଇଥିବା ସେ କହିଛନ୍ତି।

୩୧ରୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ପୂର୍ବ ସ୍ଥାନ ଖଣ୍ଡଗିରିସ୍ଥିତ ପାନ୍ଥିକାକୁ ଫେରିଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଏହି ୩ ଦିନିଆ ମହୋତ୍ସବରେ ଓଡ଼ିଶାରୁ ବଛାବଛା କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭୁବନେଶ୍ୱର ଆଞ୍ଚଳିକ କମିଟି ପକ୍ଷରୁ ଏହାର ଆୟୋଜନ କରାଯାଇଛି। ପୂର୍ବରୁ ଖାରବେଳ ମହୋତ୍ସବ ନାମରେ ପାନ୍ଥିକା ପରିସରରେ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ପରବର୍ତ୍ତୀ ସମୟରେ ବିଜୁପଟ୍ଟନାୟକ ଶକ୍ତି ଉଦ୍ୟାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପରେ ମହୋତ୍ସବର ନାମ ପରିବର୍ତ୍ତନ ହୋଇ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ରଖାଯାଇଥିଲା। ଶେଷ ୨ ବର୍ଷ ଧରି ଗାନ୍ଧି ଶାନ୍ତି କେନ୍ଦ୍ରରେ ଏହି ମହୋତ୍ସବ ଆୟୋଜନ ହୋଇଥିଲେ ମଧ୍ୟ ସେଠାରେ ସଂଗ୍ରହାଳୟ ନିର୍ମାଣ ପରଠାରୁ ବନ୍ଦ ହୋଇଯାଇଥିଲା। ଗତ ୨ ବର୍ଷରେ କରୋନା କଟକଣା ପାଇଁ ଉତ୍ସବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍‌

ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?