ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି, ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର,୩୦ା୧(ବ୍ୟୁରୋ):କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ କରି ବହୁ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନେ ନବଙ୍କ ମରଶରୀର ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ନବ କିଶୋର ଦାସ ପଶ୍ଚିମ ଓଡ଼ିଶାର ଜଣେ ଆଗଧାଡ଼ିର ନେତା ଥିଲେ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ସେ ଅନେକ କିଛି ପଦକ୍ଷେପ ନେଇଛନ୍ତି। ତାଙ୍କର ଦୃଢ ସାଙ୍ଗଠନିକ ଦକ୍ଷତା ରହିଥିଲା। ତାଙ୍କ ଅକାଳ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ। ପରେ ନବଙ୍କ ମରଶରୀରକୁ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କ ଶେଷ ଦର୍ଶନ କରିଥିଲେ। ସୋମବାର ସକାଳ ସାଢ଼େ ୮ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଙ୍କ ସରକାରୀ ବାସଭବନକୁ ଆସି ଶେଷ ଦର୍ଶନ କରିବା ପରେ ମରଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ। ସେଠାରେ କିଛି ସମୟ ରହିବା ପରେ ମରଶରୀରୁ ଏକ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ନିଆଯିବ। ଅପରାହ୍ନରେ ତାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ପ୍ରୋଟେଷ୍ଟ ପିଟିଶନ ଦାଖଲ

ଭୁବନେଶ୍ୱର,୮।୭(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ବର୍ଷେ ପରେ ବି କ୍ରାଇମବ୍ରାଞ୍ଚର ତଦନ୍ତ ଶେଷ ହୋଇନାହିଁ। ଏପରି କି କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ...

ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୧ା୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତି ଶୁକ୍ରବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତ ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ...

୧୬ରେ ଓଡ଼ିଶା ଆସିବ ଡାକୋଟା ବିମାନ

ଭୁବନେଶ୍ୱର,୧୧l୧(ବ୍ୟୁରୋ): ସବୁ କଳ୍ପନାର ଅନ୍ତ ଘଟାଇ ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ। କୋଲକାତାରେ ଥିବା ଏହି ବିମାନ...

ଭାଜପା ପତାକା ଚିରି ଗାଡ଼ି ଭାଙ୍ଗିଲେ

ପିପିଲି/ଡେଲାଙ୍ଗ,୨୨।୯(ସ୍ବ.ପ୍ର./ଡି.ଏନ୍‌.ଏ.):ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି। ୩୦ତାରିଖରେ ଭୋଟ ହେବାକୁ ଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୭ଦିନ ।...

ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ତିନି ଗ୍ରାମବାସୀଙ୍କୁ ଉଠାଇନେବା ଘଟଣା: ଜଣଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଛାଡିଦେଲେ

ମାଲକାନଗିରି,୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା କୁକୁରକୁଣ୍ଡର ୩ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସେମାନଙ୍କୁ ଉଠାଇନେଇଥିବା ବେଳେ ସେମାନଙ୍କ...

ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ଜଣ

ଭୁବନେଶ୍ୱର, ୫। ୧୦(ବ୍ୟୁରୋ):  କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦୈନିକ ସଂକ୍ରମଣ ମଧ୍ୟ ଏବେ ହ୍ରାସ ପାଇଛି। ତେବେ...

କରୋନା ପ୍ରତିରୋଧ ଲାଗି ସ୍କାଉଟ ଗାଇଡ୍‌ ବ୍ରିଗେଡ ଗଠନ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ପକ୍ଷରୁ ସ୍କାଉଟ ଗାଇଡ୍‌ ବ୍ରିଗେଡ ଗଠନ...

ବିଜେଡି ନେତାଙ୍କ ଘରକୁ ବୋମା ମାଡ଼

କାମାକ୍ଷାନଗର, ୧୯।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ୨ନଂ. ଓ୍ବାର୍ଡରେ ରହୁଥିବା ବିଜେଡି ନେତା ତଥା ଠିକାଦାର କାହ୍ନୁ ସାହୁଙ୍କ ଘର ଉପରକୁ ସୋମବାର ବିଳମ୍ବିତ...

Advertisement
Archives

Model This Week