ସରିଲା ରଙ୍ଗାରଙ୍ଗ ଡଟ୍‌ଫେଷ୍ଟ

ଭୁବନେଶ୍ୱର, ୩୦।୧ (ବ୍ୟୁରୋ):ହକି ବିଶ୍ୱକପ୍‌ ସହ ରବିବାର ଶେଷ ହୋଇଛି ଡଟ୍‌ ଫେଷ୍ଟର ଦ୍ୱିତୀୟ ସଂସ୍କରଣ। ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅଂଶ ଭାବେ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସାଂସ୍କୃତିକ, ସଙ୍ଗୀତ, ନୃତ୍ୟ, ଖାଦ୍ୟ ଏବଂ କାହାଣୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଅଂଶଗ୍ରହଣ କରିଥିଲେ। ଜାନୁୟାରୀ ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୫ଦିନରେ ୬ ଲକ୍ଷରୁ ଅଧିକ ଲୋକ ଏହି ଉତ୍ସବର ମଜା ଉଠାଇଥିଲେ। ବିଡିଏ, ବିଏମ୍‌ସି, ପୋଲିସ ଏବଂ ଟ୍ରାଫିକ ପୋଲିସ୍‌ର ନିରବଚ୍ଛିନ୍ନ ଉଦ୍ୟମ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ଖଣି ନିଗମର ସହଯୋଗରେ ଉତ୍ସବ ବେଶ୍‌ ସଫଳ ହୋଇଥିବାବେଳେ ଶେଷଦିନ ମଧ୍ୟ ଜାକଜମକ ଥିଲା।
ସମୟରେ ଲୋକମାନେ ଖାଦ୍ୟ, ମନୋରଞ୍ଜନ, କଳା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଯେପରିକି ଭୁବନେଶ୍ୱର ଲାଇଭ୍‌, ଭୁଫେଷ୍ଟୋ, ଟ୍ରେଲ୍ସ ଏବଂ ରାଜଧାନୀକୁ ନେଇ ଚିତ୍ର ପ୍ରଦର୍ଶନୀ ‘ସେବେ-ଆଉ-ଏବେ’ରେ ଯୋଗ ଦେଇଥିଲେ। ଏଥିରେ ବହୁ ଅନ୍ତର୍ଜାତୀୟ ସଙ୍ଗୀତଜ୍ଞଙ୍କ ସହ ବଲିଉଡର ଖାତନାମା ତଥା ଆଞ୍ଚଳିକ ସଙ୍ଗୀତଜ୍ଞଙ୍କ ଦ୍ୱାରା ଚମତ୍କାର କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ୨ହଜାର ଲୋକ ଏକାମ୍ର ୱାକ୍‌ ଅନ୍ତର୍ଗତ ୮୦ ପ୍ରକାରର ଟ୍ରେଲ୍ସରେ ଭାଗ ନେଇଥିଲେ। ଏହି ଟ୍ରେଲ୍‌କୁ ୩ ବର୍ଗ ଯଥା ନେଚର୍‌ ଟ୍ରେଲ୍‌, ଫୁଡ୍‌ ଟ୍ରେଲ୍‌ ଏବଂ ମ୍ୟୁଜିୟମ୍‌ ଟ୍ରେଲ୍‌ରେ ବିଭକ୍ତ କରାଯାଇଥିଲା। ସେହିପରି ‘ସେବେ-ଆଉ-ଏବେ’ ଫଟୋ ପ୍ରଦର୍ଶନୀରେ ୪୫୦ରୁ ଅଧିକ ଫଟୋ ଭୁବନେଶ୍ୱରର ପରିବର୍ତ୍ତନଶୀଳ ଯାତ୍ରାକୁ ଦର୍ଶାଇଥିଲା। ଏହା ରାମକାନ୍ତ ସାମନ୍ତରାୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ପ୍ରତିଦିନ ପ୍ରାୟ ୪-୫ ହଜାର ଲୋକ ପ୍ରଦର୍ଶନୀ ଦେଖିବା ସହ ଭୁବନେଶ୍ୱରକୁ ଅତି ନିକଟରୁ ଜାଣିବାକୁ ପାଇଥିଲେ। ସେହିପରି ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବକୁ ମଧ୍ୟ ଜନସାଧାରଣ ଭରପୁର ଉପଭୋଗ କରିଥିଲେ। ଏଠାରେ ୧୬ଟି ହକି ବିଶ୍ୱକପ୍‌ ଅଂଶଗ୍ରହଣକାରୀ ଦେଶର ପ୍ରାୟ ୯୦ ପ୍ରକାରର ଖାଦ୍ୟ ଏକ୍ସଟ୍ରାଭାଗାନ୍‌ଜା ଭାବେ ସ୍ଥାନ ପାଇଥିଲା। ଏଥିରେ ମୋଟ୍‌ ୬ଟି ଅନ୍ତର୍ଜାତୀୟ ଷ୍ଟଲ୍‌ ଏବଂ ଭାରତର ୨୪ ରାଜ୍ୟର ସ୍ବତନ୍ତ୍ର ଷ୍ଟଲ୍‌ ରହିଥିଲା। ସେହିଭଳି ୪ଟି ସରକାରୀ ପରିଚାଳିତ ଷ୍ଟଲ ଯଥା ମିଲେଟ୍‌ ମିଶନ୍‌ ଠାରୁ ମିଶନ୍‌ ଶକ୍ତି ଏବଂ କୋରାପୁଟ କାଫେ ପର୍ଯ୍ୟନ୍ତ ଖାଦ୍ୟ ପରିବେଷଣ ହେଉଥିଲା। ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡିଶା ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ପ୍ରାୟ ୨କୋଟି ଟଙ୍କା ବ୍ୟବସାୟ ହୋଇଛି। ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କର ଏଠାରେ ସମାଗମ ହେଉଥିଲେ। ଅପରପକ୍ଷେ ଚଳିତ ବର୍ଷ ଡଟ୍‌ଫେଷ୍ଟର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ସାଜିଥିଲା ଭୁବନେଶ୍ୱରର ପ୍ରଥମ ନାଇଟ୍‌ ଫ୍ଲି ମାର୍କେଟ। ଏଠାରେ ପ୍ରତିଦିନ ପ୍ରାୟ ୭ରୁ ୧୦ ହଜାର ଲୋକଙ୍କ ସମାଗମ ହେଉଥିଲା। ଏହା ଓସିଏଏଲ୍‌ ଏବଂ ଏଏଲ୍‌ବିଏର ସୋନାଲ୍‌ ଏନ. ମୋରେଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଫ୍ଲି ମାର୍କେଟରେ ସ୍ଥାନୀୟ କାରିଗର, ନୂତନ ଡିଜାଇନର୍‌, ଉଦ୍ୟୋଗୀ ଏବଂ ୨୭୦ରୁ ଅଧିକ ଷ୍ଟଲ୍‌ ଖୋଲିଥିଲା। ଏହି ମାର୍କେଟ ପ୍ରାୟ ୧କୋଟିର ବ୍ୟବସାୟ କରିଛି। ସେହିପରି କିଣାବିକା ସାଙ୍ଗକୁ ନାଇଟ୍‌ ଫ୍ଲି ମାର୍କେଟ୍‌ରେ ୩ଟି ଷ୍ଟେଜ୍‌ରେ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ୮୦୦ରୁ ଅଧିକ ଆଞ୍ଚଳିକ କଳାକାରଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ସମ୍ବଲପୁରୀ ଲୋକନୃତ୍ୟ, ଡେମ୍‌ସା ନୃତ୍ୟ, ଘୁମୁରା, ପାଇକା ଅଖଡା, ନବଦୁର୍ଗା ନୃତ୍ୟ, ଯୋଡିଶଙ୍ଖ ସହିତ କମେଡି, ମ୍ୟାଜିକ୍‌, ସ୍ଥାନୀୟ ରକ୍‌ ବ୍ୟାଣ୍ଡ, ନୃତ୍ୟ ଆଦି ପରିବେଷଣ କରାଯାଇ ଲୋକଙ୍କ ମନୋରଞ୍ଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri