Home Left

ଆଜି ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର

ଯାଜପୁର ଅଫିସ, ୯ା୧୧: ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନଏଚ୍‌ଏଆଇ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ୍‌ ପ୍ଲାଜା ଦୀର୍ଘ ୬ ବର୍ଷର ପ୍ରତୀକ୍ଷା ପରେ ଯାଜପୁର-ଭଦ୍ରକ ସୀମାନ୍ତବର୍ତ୍ତୀ ନେଉଳିଆ ଛକକୁ ବୁଧବାର ସ୍ଥାନାନ୍ତର ହେବ। ଏଥିପାଇଁ ନେଉଳିଆ…

ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ସିଡନୀ,୯।୧୧: ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲରେ ଆଜି ପାକିସ୍ତାନ ନ୍ୟୁଜିଲାଣ୍ଡକୁ ଭେଟିବ। ଗ୍ରୁପ-୧ରେ ଶୀର୍ଷରେ ରହି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ଦଳ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ନଭେମ୍ବର…

ବେନାମୀ ଚିଠି ଖୋଲିଲା ଗୁମର

ନୂଆପଡ଼ା ଅଫିସ,୯।୧୧: ନୂଆପଡ଼ା ସଦର ଥାନା ଟାୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ଗୁମର ଖୋଲିଛି ବେନାମୀ ଚିଠି। ଚିଠିରେ ଲେଖାଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ମଙ୍ଗଳବାର…

ମହୁଲି ପିଇ ହାତୀ ମାତାଲ

ପାଟଣା, ୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ରନ୍ଧା ମହୁଲି ମଦ ପୋଚ ପିଇ ୨ ହାତୀ ମାତାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଅଞ୍ଚଳରେ ୩ ଦିନ ହେବ ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଉତ୍ପାତ ଚଳାଇଛନ୍ତି।…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ କିଡ୍‌ନୀ ରୋଗୀଙ୍କ ଧାରଣା

ଭୁବନେଶ୍ବର,୯ା୧୧(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ସରକାରୀ ବାସଭବନ ଆଗରେ କିଡ୍‌ନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମଙ୍ଗଳବାରଠାରୁ ଧାରଣା ଦେଇଛନ୍ତି। ରୋଗୀ ଚିକିତ୍ସାରେ ଅସନ୍ତୋଷ ବ୍ୟକ୍ତକରି ଏମାନେ ଧାରଣା ଦେଇଥିବା ଅଭିଯୋଗ କରିଛନ୍ତି। ରାଜ୍ୟ…

ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡ଼ାହାଣ୍ଡି/ଡାବୁଗଁା/ନବରଙ୍ଗପୁର,୯ା୧୧(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାନିଗଁା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶଙ୍କର ହରିଜନ ସ୍କୁଲରୁ ନିଖୋଜ ଅଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ଛାତ୍ରଙ୍କ ଘର ଡାବୁଗାଁ…

ଶିକ୍ଷା ଲାଭଦାୟକ ବ୍ୟବସାୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୧୧(ପି.ଟି.): ଲାଭ ଉପାର୍ଜନ ଲାଗି ଶିକ୍ଷା ଏକ ବ୍ୟବସାୟ ନୁହେଁ, ଟ୍ୟୁଶନ ଫି ସର୍ବଦା ଲୋକଙ୍କ ସାମର୍ଥ୍ୟ ଯୋଗ୍ୟ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିବା ସହ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ମେଡିକାଲ କଲେଜଗୁଡ଼ିକରେ ବାର୍ଷିକ ଟ୍ୟୁଶନ ଫି…

ଲିଙ୍ଗ ବଦଳାଇ ଛାତ୍ରୀଙ୍କୁ ବାହାହେଲେ ଶିକ୍ଷୟିତ୍ରୀ

ଜୟପୁର, ୯ା୧୧: ନିଜ ପ୍ରେମିକାଙ୍କୁ ଜୀବନସାଥୀ କରିବା ପାଇଁ ରାଜସ୍ଥାନର ଜଣେ ଶିକ୍ଷୟିତ୍ରୀ ନେଇଛନ୍ତି ଏକ ଭିନ୍ନ ଢଙ୍ଗର ନିଷ୍ପତ୍ତି। ପିଇଟି (ଫିଜିକାଲ ଏଜୁକେଶନ୍‌ ଟିଚର୍‌) ମୀରା ନିଜ ଲିଙ୍ଗ ପରିବର୍ତ୍ତନ କରି ପ୍ରେମିକା କଳ୍ପନାଙ୍କୁ ଜୀବନସାଥୀ ଭାବେ ଆପଣାଇଛନ୍ତି। ଏବେ…

ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଜରିମାନା

ଖୋର୍ଦ୍ଧା ଅଫିସ,୯ା୧୧: ଖୋର୍ଦ୍ଧାରେ ବେଆଇନ ଭାବେ ପଥର ଖଣିରୁ ଲଘୁ ଖଣିଜ ଉତ୍ତୋଳନ ଚାଲିଛି। ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ଏକାଧିକ ପଥର ଖଣିରୁ ବେଆଇନଭାବେ ବ୍ୟାପକ ପଥର ଉତ୍ତୋଳନ କରାଯାଉଛି, ଯାହାକି ପରିବେଶ ଉପରେ ଗଭୀର ପ୍ରଭାବ ପକାଇବା ସହ ସରକାର…

ହେତୁବାଦୀ, ପରମ୍ପରାବାଦୀ ପିଟାପିଟି

ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି ଖବର ପାଇ ପରମ୍ପରାବାଦୀ ତଥା ବଜରଙ୍ଗ ଦଳ ଓ ଭାଜପା…

ନିର୍ବାଚନ ପୂର୍ବରୁ ଭାଜପା ମେଣ୍ଟକୁ ଝଟ୍‌କା, ଆଇପିଏଫଟି ବିଧାୟକ ଦେଲେ ଇସ୍ତଫା…

ଅଗରତାଲା,୮।୧୧ : ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ଭାଜପା ମେଣ୍ଟକୁ ଝଟ୍‌କା ଲାଗିଛି। ଭାଜପାର ସହଯୋଗୀ ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା (ଆଇପିଏଫଟି) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଇପିଏଫଟିର…

ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର

ଗଞ୍ଜାମ,୮।୧୧(ଡି.ଏନ୍‌.ଏ.): ଓଡିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଥାନା ଅଧିକାରୀଙ୍କୁ ମଙ୍ଗଳବାର ଭେଟିଛନ୍ତି। ଏହି ସମୟରେ ମହାସଂଘ ପକ୍ଷରୁ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ୯ଦଫା ସମ୍ବଳିତ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri