ନାଁକୁ ଚାଲିଛି ଖତ ପ୍ରକ୍ରିୟାକରଣ,ବର୍ଜ୍ୟବସ୍ତୁ ପରିଚାଳନା

ଜଗତ୍‌ସିଂହପୁର ଅଫିସ,୧୭ା୨: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଖତ ପ୍ରକ୍ରିୟାକରଣ (ଏମ୍‌ସିସି) ଏବଂ ବର୍ଜ୍ୟବସ୍ତୁ ପରିଚାଳନା (ଏମ୍‌ଆର୍‌ଏଫ୍‌) ପାଇଁ ପ୍ଲାଣ୍ଟ ସ୍ଥାପନ କରିବାକୁ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପାରାଦୀପ ପରେ ଜଗତ୍‌ସିଂହପୁର ସହରର କଲେଜ ଛକ ନିକଟରେ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ ବସିଛି। କିନ୍ତୁ ଏହା ଲକ୍ଷ୍ୟ ପୂରଣ କରିପାରୁନାହିଁ। ପ୍ଲାଣ୍ଟକୁ ସହରର ବିଭିନ୍ନ ୱାର୍ଡରୁ ଆଶାଜନକ ପନିପରିବା ଚୋପା, ପ୍ଲାଷ୍ଟିକ, କାଚ, ଟିଣ ଆଦି ଆସିପାରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ବଡ଼ପ୍ଲାଣ୍ଟର ଆବଶ୍ୟକତା ଥିବାବେଳେ କମ୍‌ ପରିମାଣର ଜମିରେ ଏହାକୁ ସ୍ଥାପନ କରାଯାଇଛି। ଫାଟକ ନ ଥିବାରୁ ପ୍ଲାଣ୍ଟ ପରିସରରେ ଗାଈଗୋରୁ ପଶିଯାଉଛନ୍ତି। ଖତ ଶୁଖାଇବା ପାଇଁ ବଡ ଚଟାଣର ଆବଶ୍ୟକତା ଥିବାବେଳେ ତାହା ନାହିଁ। ଅଳିଆ ସଂଗ୍ରହ କରୁଥିବା ବିଓଭି (ଗାଡି)ଗୁଡିକ ମଧ୍ୟରୁ ଏକାଧିକ ବିଭିନ୍ନ ସମୟରେ ଖରାପ ରହୁଛି। ସହରବାସୀଙ୍କୁ ସୁରକ୍ଷିତ ସ୍ଥାନରେ ସେମାନଙ୍କ ଅଦରକାରୀ ବସ୍ତୁ ଓ ଅଳିଆ ଆବର୍ଜନା ରଖିବା ପାଇଁ ସଚେତନ କରାଯାଉନାହିଁ । ଏହିଭଳି ଅନେକ ଅଭାବ ବାସ୍ତବ ଲକ୍ଷ୍ୟ ପୂରଣରେ ଅନ୍ତରାୟ ସୃଷ୍ଟି କରିଛି । ଅନ୍ୟପଟେ ସହରରୁ ଅଳିଆ ଉଠାଯାଇ ପାରୁ ନ ଥିବାରୁ ଦୂଷିତ ପରିବେଶ ସାଙ୍ଗକୁ ମଶା ଉପଦ୍ରବ ଚିନ୍ତାର କାରଣ ହୋଇଛି ।
କଲେଜ ଛକ ନିକଟ ୧୦ ନମ୍ବର କେନାଲ ଓ ଅଳକା ନଦୀ ମଧ୍ୟଭାଗରେ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ ଗୋଟିଏ ସ୍ଥାନରେ ହୋଇଛି । ପ୍ରତ୍ୟହ ଜଗତ୍‌ସିଂହପୁର ସହରର ୨୧ଟି ୱାର୍ଡରୁ ୧୨ଟି ବିଓଭି (ଗାଡି) ଓ ୩ଟି ଟ୍ରାକ୍ଟର ଯୋଗେ ଅଳିଆ, ବର୍ଜ୍ୟବସ୍ତୁ ଏହି ସ୍ଥାନକୁ ଆସୁଛି। ପନିପରିବା ଚୋପା ଆଦିକୁ ଖତ କରିବା ଉଦ୍ଦେଶ୍ୟରେ ଏମ୍‌ସିସି ପ୍ଲାଣ୍ଟ ଭିତରକୁ ନିଆଯାଉଛି। ତା’ଭିତରେ ୧୪ଟି କୁଣ୍ଡ ରହିଛି। ଚୋପାଗୁଡିକୁ ଗୋଟେ ପରେ ଗୋଟେ କୁଣ୍ଡରେ ପଚାଯିବା ପାଇଁ ଭରାଯାଉଛି । ଗୋଟେ କୁଣ୍ଡରୁ ଖତ ବାହାରିବା ପାଇଁ ୨୧ ଦିନ ଲାଗୁଛି । ଏହା ଭିତରେ ଏକ ବ୍ୟାରେଲରେ ୫ ଲିଟର ଦହି ଓ ୩ କିଲୋଗ୍ରାମ ଗୁଡ଼କୁ ଗୋଳାଯାଇ ୭ ଦିନ ରଖାଗଲା ପରେ ବ୍ୟବହାର କରାଯାଉଛି। ଅର୍ଥାତ୍‌ ପ୍ରତି କୁଣ୍ଡରେ ଏହି ଗୋଳା ଛିଞ୍ଚନ ସହ ଶଢ଼ାଯାଉଛି। ଏହି କାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୪ ଜଣ ମହିଳା ନିୟୋଜିତ ହୋଇଛନ୍ତି। ତା’ପରେ ଏହାକୁ ବାହାର ପିଣ୍ଡିରେ ଶୁଖାଯାଉଛି। ଭଲ ଭାବେ ଶୁଖିଗଲାପରେ ଖତ ଉଦ୍ଦେଶ୍ୟରେ ଟ୍ରେସର ମେଶିନ୍‌ରେ ଗ୍ରାଇଣ୍ଡ କରାଯାଉଛି। ସେଥିରୁ ଯେଉଁ ଖତ ବାହାରୁଛି ସେଗୁଡିକୁ ୫ କିଲୋଗ୍ରାମ କାଗଜ ପ୍ୟାକେଟ୍‌ ହେଉ ଅବା ଅର୍ଡର ମୁତାବକ ବସ୍ତାରେ ଭରାଯାଇ କିଲୋଗ୍ରାମ ପ୍ରତି ୨୦ ଟଙ୍କା ଦରରେ ବିକ୍ରି ହେଉଛି। ଅବଶିଷ୍ଟକୁ ପୁଣି ଶୁଖାଯାଇ ଖତ କରାଯାଉଛି। ଜୈବିକ ଖତ ହୋଇଥିବାରୁ ଏହାର ଚାହିଦା ରହୁଛି। ବାଲିକୁଦାର ଏକ ଆଶ୍ରମ, ଉଦ୍ୟାନ କୃଷି ଓ କୃଷି ବିଭାଗକୁ ଏହି ଖତ ଅଧିକ ପରିମାଣରେ ବିକ୍ରି ହେଉଛି। କିନ୍ତୁ ଯେତିକି ପରିମାଣର ଖତ ହେବା କଥା ସେଭଳି ହେଉନାହିଁ । ଅନ୍ୟପଟେ ବିଭିନ୍ନ ପ୍ରକାର ଜରି, ଲୁହା ଟିଣ, କାଚ, ଭଙ୍ଗା ଲୁହା, ମେଡିସିନ୍‌ ଖୋଳ ଆଦି ଏମଆର୍‌ଏଫ୍‌ ପ୍ଲାଣ୍ଟରେ ଗଦା ହେଉଛି। ସେଗୁଡିକୁ ପୃଥକୀକରଣ ପାଇଁ ୫ ଜଣ ମହିଳା ନିୟୋଜିତ ରହୁଛନ୍ତି। ସେମାନେ ପୃଥକ୍‌ ସାମଗ୍ରୀକୁ ବସ୍ତାରେ ଭରି ରଖୁଛନ୍ତି । କବାଡ଼ିଆ ଦୋକାନୀ ବଜାର ଦର ଅନୁସାରେ ଏସବୁ କିଣୁଛନ୍ତି।
ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ନାନା ଅଭାବ ଥିବା ସ୍ବୀକାର କରିଛନ୍ତି। ଏଥିସହ ଆଉ ଗୋଟେ ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ସେ କହିଥିଲେ, ଏନେଇ ଜମି ଚିହ୍ନଟ ସରିଲାଣି। ତେବେ ଆବଶ୍ୟକ ସଂଖ୍ୟକ ଝାଡୁଦାର ଓ ଅନ୍ୟାନ୍ୟ ଅଭାବ କାରଣରୁ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଏଜେନ୍ସିକୁ ସମର୍ପିତ କରାଯିବ। ଏଜେନ୍ସି ମେଶିନ୍‌, ଗାଡି, ଲୋକ ଆଦି ଲଗାଇ ସଫାସୁତୁରା କରିବ। ସହର ମୁଖ୍ୟ ରାସ୍ତା ଦିନକୁ ୨ ବେଳା ସଫା କରାଯିବ। ମାର୍ଚ୍ଚ ମାସ ଭିତରେ ଟେଣ୍ଡର ସରିବ। ଏପ୍ରିଲରୁ ଏଜେନ୍ସି କାମ ଆରମ୍ଭ କରିବ ଓ ପରିଷଦ ଅନୁଧ୍ୟାନ କରିବ। ସେହିପରି ଆଦର୍ଶ ଶ୍ମଶାନକୁ ଯିବା ବାଟରେ ଅଳିଆ ଗଦା ହୋଇ ରହୁଥିବାରୁ ନଦୀ ପଟୁଆରେ ଏଗୁଡ଼ିକୁ ପକାଯିବା ପାଇଁ ଚିନ୍ତା କରାଯାଇଥିବା ଅର୍ଚ୍ଚନା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?