Posted inଖେଳ

ଫୁଟ୍‌ବଲ କିମ୍ବଦନ୍ତୀ ତୁଳସୀଦାସଙ୍କ ପରଲୋକ

କୋଲକାତା, ୧୭ା୨(ପି.ଟି.):ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲିମ୍ପିଆନ ତୁଳସୀଦାସ ବଳରାମଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ୧୯୫୦ ଦଶକରୁ ୬୦ ଦଶକ ମଧ୍ୟରେ ଭାରତୀୟ ଫୁଟବଲର ଶ୍ରେଷ୍ଠ ସମୟରେ ବଳରାମ, ଚୁନି ଗୋସ୍ବାମୀ ଓ ପିକେ ବାନାର୍ଜୀ କମ୍ବିିନେଶନ ଜାତୀୟ ଦଳର ତ୍ରିମୂର୍ତ୍ତି ଭାବେ ପରିଚିତ ଥିଲେ। ସିକନ୍ଦରାବାଦ ସହର ଉପକଣ୍ଠସ୍ଥିତ ଆମୁଗୁଡାରେ ଜନ୍ମଗ୍ରହଣ କରିଥିବା ବଳରାମ ଶେଷ ସମୟରେ ହୁଗୁଳି ନଦୀକୂଳସ୍ଥିତ ଉତ୍ତରପଡ଼ାର ଏକ ଫ୍ଲାଟ୍‌ରେ ବାସ କରୁଥିଲେ। ୧୯୬୨ ଏସିଆନ ଗେମ୍ସ ଚାମ୍ପିୟନ ଗତବର୍ଷ ଡିସେମ୍ବର ୨୬ରେ ମୂତ୍ର ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ। ଅଲିମ୍ପିକ୍ସର ଏହି ସଂସ୍କରଣରେ ହଙ୍ଗେରୀ, ଫ୍ରାନ୍ସ ଓ ପେରୁ ସହିତ ଭାରତ ‘ଗ୍ରୁପ୍‌ ଅଫ୍‌ ଡେଥ୍‌’ରେ ସ୍ଥାନ ପାଇଥିଲା। ଭାରତ ଏହାର ଓପନିଂ ମ୍ୟାଚ ହଙ୍ଗେରୀଠାରୁ ୧-୨ରେ ପରାସ୍ତ ହୋଇଥଲା। ବଳରାମ ଭାରତ ତରଫରୁ ଏକ ମାତ୍ର ଗୋଲ ୭୯ତମ ମିନିଟ୍‌ରେ ସ୍କୋର କରିଥିଲେ। ସେ ଆହୁରି ମଧ୍ୟ ଗେମ୍ସରେ ପେରୁ ବିପକ୍ଷରେ ଏକ ଗୋଲ ଦେଇଥିଲେ। ଏହାର କିଛିଦିନ ପରେ ବଳରାମଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌ରେ ଭାରତ ବିପର୍ଯ୍ୟୟ ସୃଷ୍ଟି କରିବା ପରିସ୍ଥିତି ସୃଷ୍ଟି କରିଥିଲା। ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବେଳେ ଭାରତ ଫାଇନାଲରେ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଦେଇଥିଲା। ଭାରତର ଏହା ଥିଲା ଦ୍ୱିତୀୟ ଅନ୍ତର୍ଜାତୀୟ ସଫଳତା। ଏପର୍ଯ୍ୟନ୍ତ ଏହାର ପୁନରାବୃତ୍ତି ଘଟି ନାହିଁ। ଗୋଲ ସ୍କୋରିଂ ବ୍ୟତୀତ ତାଙ୍କ ନିକଟରେ ଚମତ୍କାର ବଲ୍‌ କଣ୍ଟ୍ରୋଲ, ଡ୍ରିବଲିଂ ଓ ପାସିଂ ଦକ୍ଷତା ରହିଥିଲା। ମାତ୍ର ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁ ତାଙ୍କ କ୍ୟାରିୟର (୧୯୫୫ରୁ ୧୯୬୩) ସଂକ୍ଷିପ୍ତ ହୋଇଯାଇଥିଲା। ମାତ୍ର ୨୭ ବର୍ଷ ବୟସରେ ସେ ଖେଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ବଳରାମ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପ୍ରତିଯୋଗିତାରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଦେଶ ପକ୍ଷରୁ ସେ ମୋଟ ୩୬ଟି ମ୍ୟାଚ ଖେଳି ୧୦ ଗୋଲ ସ୍କୋର କରିଥିଲେ। ତନ୍ମଧ୍ୟରେ ଏସିଆନ ଗେମ୍ସରେ ୪ ଗୋଲ ସାମିଲ ଥିଲା। ସନ୍ତୋଷ ଟ୍ରଫିରେ ସେ ଉଭୟ ବେଙ୍ଗଲ ଓ ହାଇଦ୍ରାବାଦ ତରଫରୁ ଖେଳି ସଫଳ ହୋଇଛନ୍ତି। ଜଣେ ସକ୍ରିୟ ଫୁଟ୍‌ବଲର ହିସାବରେ ଅବସର ନେବା ପରେ ସେ ସ୍ବିଡେନରେ ଗୋଥିଆ କପ୍‌ରେ ଭାଗ ନେଇଥିବା କଲିକତା ମେୟର୍ସ ଟିମ୍‌ର କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ସେ ଆହରି ମଧ୍ୟ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘର ଜଣେ ଟ୍ୟାଲେଣ୍ଟ ସ୍ପଟର ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri