Posted inଫୁରସତ

ଭାରତୀୟ ସେନା ପାଇଁ ବେଙ୍ଗାଲୁରୁର ଜେଟ୍‌ପ୍ୟାକ୍‌ ସୁଟ୍‌

ନୂଆଦିଲ୍ଲୀ:ବେଙ୍ଗାଲୁରୁର ଏକ କମ୍ପାନୀ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଜେଟ୍‌ପ୍ୟାକ୍‌ ସୁଟ୍‌ ଯୋଗାଇବାରେ ଉଦ୍ୟମ ଚଳାଇଛି। ଯେଉଁଥିରେ କି ଭାରତୀୟ ସେନା ଏହି ସୁଟ୍‌ରେ କଠିନ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଉଡ଼ିବାରେ ସକ୍ଷମ ହୋଇପାରିବ। ତେବେ ଜାନୁୟାରୀରେ ଭାରତୀୟ ସେନା ୪୮ଟି ଜେଟ୍‌ପ୍ୟାକ୍‌ ସୁଟ୍‌ ପାଇଁ ଏକ ପ୍ରସ୍ତାବ ଦେଇଥିଲା। ଜେଟ୍‌ପ୍ୟାକ୍‌ ସୁଟ୍‌ ହେଉଛି ସେନାଙ୍କ ଏକ ଅଂଶ, ଯାହାକି ଜରୁରିକାଳୀନ ପରିସ୍ଥିତିରେ ବ୍ୟକ୍ତିଗତ ଭାବେ ଶୀଘ୍ର ସେହି ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରେ। ବେଙ୍ଗାଲୁରୁ ଦ୍ୱାରା ପ୍ରସ୍ତୁତ ଏହି ଜେଟ୍‌ପ୍ୟାକ୍‌ ସୁଟ୍‌ ଇନ୍ଧନ ଭାବେ ଡିଜେଲରେ ପରିଚାଳିତ ହେବ। ଏହା ମୁଖ୍ୟତଃ ୧୦ କି.ମି. ଏବଂ ୮ ମିନିଟ ପର୍ଯ୍ୟନ୍ତ ଉଡ଼ିବାରେ ସକ୍ଷମ ହୋଇପାରିବ। ଏହି ସୁଟ୍‌ ୪୦ରୁ ୮୦ କିଲୋ ଭାର ବହନ କରିପାରିବାର କ୍ଷମତା ରଖିଛି। ସୁଟ୍‌ ୩ ହଜାର ମିଟର ଉଚ୍ଚତାରେ ଉଡ଼ିବା କ୍ଷମତା ରଖିଥିବାବେଳେ ଭୂମିଠାରୁ ଏହା ମୁଖ୍ୟତଃ ୧୦ରୁ ୨୦ ଫୁଟ୍‌ ମଧ୍ୟରେ ଉଡ଼ିବା ଉଚିତ। ଆବସଲ୍ୟୁଟ୍‌ କମ୍ପୋଜିଟ୍‌ ମ୍ୟାନେଜିଂ ଡାରେକ୍ଟର ରାଘବ ରେଡ୍ଡିଙ୍କ ତଥ୍ୟ ଅନୁସାରେ, ଭୂମିରେ ବାଧା ପରିସ୍ଥିତି ପାଇଁ ଏହି ସୁଟ୍‌ ବହୁତ ଭଲ। ବ୍ରିଟିଶ୍‌ ନାଗରିକ ରିଚାର୍ଡ ବ୍ରାଉନିଂ ଜେଟ୍‌ପ୍ୟାକ୍‌ ସୁଟ୍‌ ଉଦ୍ଭାବନ କରିଥିଲେ। ସେ ଏହି ସୁଟ୍‌କୁ ମୁଖ୍ୟତଃ ବ୍ରିଜ୍‌ ଭାଙ୍ଗିବା ସମୟରେ ନଦୀକୁ ପାର୍‌ କରିବା, ମାଇନ୍‌ ଅଞ୍ଚଳରେ କିଛି ଅସୁବିଧା ହେଲେ ସେଠାରୁ ଅନ୍ୟତ୍ର ଯାଇପାରିବା, ବନ୍ୟା ସମୟରେ ଜରୁରୀ ସାମଗ୍ରୀ ବଣ୍ଟନ ଏବଂ ସେହି ଅଞ୍ଚଳରୁ ଉଦ୍ଧାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ତିଆରି କରାଯାଇଥିଲା। ତେବେ ଏହି ଜେଟ୍‌ପ୍ୟାକ୍‌ ସୁଟ୍‌ ଅଗ୍ନି ଲାଗିଥିବା ଅଞ୍ଚଳର ଉତ୍ତାପ ବହନ କରିବାର କ୍ଷମତା ରଖିଥାଏ ଏବଂ ଏଥିରେ କିଛି ଔଷଧ ସାମଗ୍ରୀ ମଧ୍ୟ ନେବା ପାଇଁ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri