ଦୁର୍ନୀତି ପ୍ରମାଣ ଥାଇ କାର୍ଯ୍ୟାନୁଷ୍ଠାନ ନାହିଁ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ସ୍ବଚ୍ଛ ଶାସନ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଓ ୫-‘ଟି’କୁ ଗୁରୁତ୍ୱ ଦେଉଥିବାବେଳେ ବନ ବିଭାଗ କିନ୍ତୁ ବେଫିକର। ସଲାସୁତୁରାରେ କାମ ଚାଲିଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ବନ ବିଭାଗକୁ ଦୁର୍ନୀତିରେ ବୁଡ଼ାଇବାରେ ଲାଗିଛି। ବନ ବିଭାଗରେ ଏଭଳି କଳା କାରବାରର ଅନେକ ନଜିର ରହିଥିବାବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରାଜ୍ୟର ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ଆଜି ଅସୁରକ୍ଷିତ ହୋଇପଡିଛି।
ଫରେଷ୍ଟ ଗାର୍ଡ କିମ୍ବା ଫରେଷ୍ଟର ବା ରେଞ୍ଜରଙ୍କ ପରେ ଏବେ ଜଣେ ଡିଏଫ୍‌ଓଙ୍କ ବିରୋଧରେ ଆର୍ଥତ୍କ ତୋସରପାତର ଅଭିଯୋଗ ଆସିଛି। କଞ୍ଜରଭେଟର ବା ସଂରକ୍ଷକ ପଦବୀ ପାଇଁ ପଦୋନ୍ନତି ପାଇବା ଅପେକ୍ଷାରେ ଥିବା ସମ୍ପକ୍ତ ଡିଏଫ୍‌ଓଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିଥିଲେ ମଧ୍ୟ ବନ ବିଭାଗ ଫାଇଲକୁ ଚାପି ଦେଇଛି। ଦୁଇମାସ ହେଲାଣି ଉକ୍ତ ଡିଏଫ୍‌ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସିଏଫ୍‌ଙ୍କୁ ଚିଠି ହୋଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ଓ ବିଭାଗୀୟ ଚିଠିରୁ ମିଳିଥିବା ତଥ୍ୟ ଅନୁସାରେ, ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ଚଞ୍ଚକତା କରାଯାଇ ଦୁଇଥର ୬ ଲକ୍ଷ ଟଙ୍କା ହିସାବରେ ମୋଟ ୧୨ ଲକ୍ଷ ଟଙ୍କା ତୋସରପାତ କରାଯାଇଛି। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ମୃତ୍ୟୁ ପରେ ଦିଆଯାଉଥିବା ଆର୍ଥିକ ଅନୁଦାନରେ ହେରଫେର କରାଯାଇଛି। ଟିଟିଲାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ୨୯୧ଟି ମାମଲାରେ ଆର୍ଥିକ ଅନୁଦାନ ପାଇଁ କେନ୍ଦୁପତ୍ର ପିସିସିଏଫ୍‌ଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ଏଥିମଧ୍ୟରୁ କେନ୍ଦୁପତ୍ର ପିସିସିଏଫ୍‌ ୨୨୯ ମାମଲାକୁ ଅନୁମୋଦନ ଦେବା ସହିତ ମୋଟ ୨ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହିସବୁ ଟଙ୍କା ମୃତ କେନ୍ଦୁପତ୍ର ତୋଳାଳିଙ୍କ ନୋମିନିମାନଙ୍କୁ ଦିଆଯିବା କଥା। କିନ୍ତୁ ଟିଟିଲାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ମାତ୍ର ୨୧୦ ଜଣଙ୍କୁ ୨ କୋଟି ୪ ଲକ୍ଷ ଦେଇଥିଲେ। ତେବେ ହିତାଧିକାରୀଙ୍କ ଜମା ଖାତା ଯାଞ୍ଚ ବେଳେ ୨୨ଜଣ ହିତାଧିକାରୀଙ୍କୁ ୧୩ ଲକ୍ଷ ଟଙ୍କା ଦିଆଯାଇ ନ ଥିବା ଜଣାପଡ଼ିଥିଲା। ଏଥିସହିତ ମଞ୍ଜୁରୀ ନ ହୋଇ ଥିବା ଲୋକଙ୍କୁ ୬ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଆଉ ୬ ଲକ୍ଷ ଟଙ୍କା ଡବଲ ପେମେଣ୍ଟ ମଧ୍ୟ କରାଯାଇଛି। ଖାଲି ସେତିକି ନୁହେଁ, ପେମେଣ୍ଟ କରିବା ପାଇଁ କୌଣସି ରେକର୍ଡ ମଧ୍ୟ ରଖାଯାଇ ନାହିଁ। ମନଇଚ୍ଛା ଡବଲ ପେମେଣ୍ଟ କରିବା ସହିତ କେନ୍ଦୁପତ୍ର ପିସିସିଏଫ୍‌ ପାଖରେ ସମାନ ନାଁକୁ ବାରମ୍ବାର ମଞ୍ଜୁରୀ ପାଇଁ ପଠା ଯାଇଥିବାର ଚାଞ୍ଚଲ୍ୟକର ଘଟଣା ମଧ୍ୟ ଘଟିଛି। ଦେବପ୍ରିୟ କମ୍ପ ଟିଟିଲାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ଥିବାବେଳେ ଏହିସବୁ ଅନିୟମିତତା ହୋଇଥିବା ଜଣାପଡିଥିଲା। ଏପରିକି ତଦନ୍ତ ବେଳେ ସେ କୌଣସି ରେକର୍ଡ/ଫାଇଲ/ରେଜିଷ୍ଟର ଦେଖାଇ ପାରି ନ ଥିଲେ। ଏହି ଆର୍ଥିକ ଅନିୟମିତତା ବିଷୟରେ ବଲାଙ୍ଗୀର କେନ୍ଦୁପତ୍ର ସର୍କଲର ଚିଫ୍‌ କଞ୍ଜରଭେଟର ଅଫ୍‌ ଫରେଷ୍ଟ(ସିସିଏଫ୍‌) ଗତ ଡିସେମ୍ବର ୭ରେ ନିଜ ଅଫିସ ମେମୋ ନଂ.୨୦୯୩/୪ KL/୨୦୨୨ରେ କେନ୍ଦୁପତ୍ର ପିସିସିଏଫ୍‌ଙ୍କୁ ଜଣାଇଛନ୍ତି। ତେବେ ସରକାରୀ ନିୟମାନୁସାରେ, ଉକ୍ତ ଚିଠି ଆଧାରରେ ଦେବପ୍ରିୟ କମ୍ପଙ୍କ ବିରୋଧରେ ପ୍ରୋସିଡିଂ ଆରମ୍ଭ ହେବା ସହ ତାଙ୍କଠାରୁ ୧୨ ଲକ୍ଷ ଟଙ୍କା ରିକଭରି କରାଯିବା କଥା। କିନ୍ତୁ ଦୁଇମାସ ପରେ ବି ବିଭାଗ ପକ୍ଷରୁ ଏଯାଏ ସେପରି କିଛି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବା ଜଣାପଡିଛି। ବର୍ତ୍ତମାନ ଦେବପ୍ରିୟ ବୌଦ୍ଧ ଡିଏଫ୍‌ଓ ଭାବରେ ଅବସ୍ଥାପିତ ଥିବାବେଳେ ପ୍ରମୋଶନ ପାଇବାକୁ ଚେଷ୍ଟା ଚଳାଇଥିବା ଶୁଣାଯାଉଛି। ଉଲ୍ଲେଖଯୋଗ୍ୟ, ଡିଏଫ୍‌ଓ ଦେବପ୍ରିୟ ବୌଦ୍ଧ ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅରୁଣ ମେଣ୍ଡିଲିଙ୍କୁ ମାସିକ ଦରମା ଦେଉଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ବନ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏନେଇ ତତ୍‌କାଳୀନ ଟିଟିଲାଗଡ଼ ଡିଏଫ୍‌ଓ ଦେବପ୍ରିୟ ଏବଂ କେନ୍ଦୁପତ୍ର ପିସିସିଏଫ୍‌ ପୁସା ମାକ୍ରୋଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କଲେ ଘରୋଇ ସ୍କୁଲ ସଂଘ: ୧୦ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୭।୧୨: ଫି ଛାଡ଼ ପ୍ରସଙ୍ଗରେ ସୋମବାର ହାଇକୋର୍ଟରେ ଘରୋଇ ସ୍କୁଲ ସଂଘ ତରଫରୁ ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଏହି ସତ୍ୟପାଠରେ ଦର୍ଶାଯାଇଛି...

ପୁଣି ଲୁଟେରା ମାତିଲେ : ପିସ୍ତଲ ଦେଖାଇ ଟଙ୍କା, ମୋବାଇଲ ଲୁଟି ନେଲେ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : କମିଶନରେଟ୍‌ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପୁଣି ଲୁଟେରା ମାତିଛନ୍ତି। ପାତ୍ରପଡା ଅଞ୍ଚଳରେ ଥିବା ଦୋକାନରେ ପଶି ମୁଣ୍ଡରେ ପିସ୍ତଲ ଲଗାଇ ଟଙ୍କା...

ଗଣଶିକ୍ଷା ବିଭାଗର ‘ଜିରୋ ଏଫ୍‌’ ମିଶନ:ଛୁଟିଦିନରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହାର କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ଏଥିପାଇଁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ...

ସିବିଆଇର ଏସ୍‌ପି ଭାବେ କାର୍ଯ୍ୟ କରିବେ କେ.ଶିବା ସୁବ୍ରମଣୀ

ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ଢେଙ୍କାନାଳ ଏସ୍‌ପି କେ.ଶିବା ସୁବ୍ରମଣୀ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ତାଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଆବସ୍ଥାପିତ କରାଯାଇଥିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର...

୬ଷ୍ଠ ରାଉଣ୍ଡରେ ବି ପ୍ରଦୀପଙ୍କୁ ପଛରେ ପକାଇଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ପୂର୍ବ ୫ଟି ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ...

ଶିବାଶିଷ ରାଉତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ ୨୦୨୦ର ଫଳାଫଳ ସୋମବାର ଆଇଆଇଟି-ଦିଲ୍ଲୀ ପକ୍ଷରୁ ଘୋଷଣା କରାଯାଇଛି। ସାରା ଦେଶରେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା...

ସେବିକା ସାଗରିକାଙ୍କ ଘରେ ରାଜ୍ୟପାଳ

ରସୁଲପୁର,୧୨ା୭(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ଖଇରାବାଦ ଗ୍ରାମରେ ସୋମବାର ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ଓ ତାଙ୍କ ପୁଅ ମନି...

‘ହୋଣ୍ଡା ଅଲ୍‌ ନ୍ୟୁ ସିଟି’ର ବଜାର ପ୍ରବେଶ

ଭୁବନେଶ୍ୱର,୩।୩:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ)ର ବହୁ ପ୍ରତିକ୍ଷୀତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ ନ୍ୟୁ ସିଟି’ର...

Advertisement
Archives

Model This Week