ଦୁର୍ନୀତି ପ୍ରମାଣ ଥାଇ କାର୍ଯ୍ୟାନୁଷ୍ଠାନ ନାହିଁ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ସ୍ବଚ୍ଛ ଶାସନ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଓ ୫-‘ଟି’କୁ ଗୁରୁତ୍ୱ ଦେଉଥିବାବେଳେ ବନ ବିଭାଗ କିନ୍ତୁ ବେଫିକର। ସଲାସୁତୁରାରେ କାମ ଚାଲିଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ବନ ବିଭାଗକୁ ଦୁର୍ନୀତିରେ ବୁଡ଼ାଇବାରେ ଲାଗିଛି। ବନ ବିଭାଗରେ ଏଭଳି କଳା କାରବାରର ଅନେକ ନଜିର ରହିଥିବାବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରାଜ୍ୟର ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ଆଜି ଅସୁରକ୍ଷିତ ହୋଇପଡିଛି।
ଫରେଷ୍ଟ ଗାର୍ଡ କିମ୍ବା ଫରେଷ୍ଟର ବା ରେଞ୍ଜରଙ୍କ ପରେ ଏବେ ଜଣେ ଡିଏଫ୍‌ଓଙ୍କ ବିରୋଧରେ ଆର୍ଥତ୍କ ତୋସରପାତର ଅଭିଯୋଗ ଆସିଛି। କଞ୍ଜରଭେଟର ବା ସଂରକ୍ଷକ ପଦବୀ ପାଇଁ ପଦୋନ୍ନତି ପାଇବା ଅପେକ୍ଷାରେ ଥିବା ସମ୍ପକ୍ତ ଡିଏଫ୍‌ଓଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିଥିଲେ ମଧ୍ୟ ବନ ବିଭାଗ ଫାଇଲକୁ ଚାପି ଦେଇଛି। ଦୁଇମାସ ହେଲାଣି ଉକ୍ତ ଡିଏଫ୍‌ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସିଏଫ୍‌ଙ୍କୁ ଚିଠି ହୋଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ଓ ବିଭାଗୀୟ ଚିଠିରୁ ମିଳିଥିବା ତଥ୍ୟ ଅନୁସାରେ, ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ଚଞ୍ଚକତା କରାଯାଇ ଦୁଇଥର ୬ ଲକ୍ଷ ଟଙ୍କା ହିସାବରେ ମୋଟ ୧୨ ଲକ୍ଷ ଟଙ୍କା ତୋସରପାତ କରାଯାଇଛି। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ମୃତ୍ୟୁ ପରେ ଦିଆଯାଉଥିବା ଆର୍ଥିକ ଅନୁଦାନରେ ହେରଫେର କରାଯାଇଛି। ଟିଟିଲାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ୨୯୧ଟି ମାମଲାରେ ଆର୍ଥିକ ଅନୁଦାନ ପାଇଁ କେନ୍ଦୁପତ୍ର ପିସିସିଏଫ୍‌ଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ଏଥିମଧ୍ୟରୁ କେନ୍ଦୁପତ୍ର ପିସିସିଏଫ୍‌ ୨୨୯ ମାମଲାକୁ ଅନୁମୋଦନ ଦେବା ସହିତ ମୋଟ ୨ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହିସବୁ ଟଙ୍କା ମୃତ କେନ୍ଦୁପତ୍ର ତୋଳାଳିଙ୍କ ନୋମିନିମାନଙ୍କୁ ଦିଆଯିବା କଥା। କିନ୍ତୁ ଟିଟିଲାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ମାତ୍ର ୨୧୦ ଜଣଙ୍କୁ ୨ କୋଟି ୪ ଲକ୍ଷ ଦେଇଥିଲେ। ତେବେ ହିତାଧିକାରୀଙ୍କ ଜମା ଖାତା ଯାଞ୍ଚ ବେଳେ ୨୨ଜଣ ହିତାଧିକାରୀଙ୍କୁ ୧୩ ଲକ୍ଷ ଟଙ୍କା ଦିଆଯାଇ ନ ଥିବା ଜଣାପଡ଼ିଥିଲା। ଏଥିସହିତ ମଞ୍ଜୁରୀ ନ ହୋଇ ଥିବା ଲୋକଙ୍କୁ ୬ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଆଉ ୬ ଲକ୍ଷ ଟଙ୍କା ଡବଲ ପେମେଣ୍ଟ ମଧ୍ୟ କରାଯାଇଛି। ଖାଲି ସେତିକି ନୁହେଁ, ପେମେଣ୍ଟ କରିବା ପାଇଁ କୌଣସି ରେକର୍ଡ ମଧ୍ୟ ରଖାଯାଇ ନାହିଁ। ମନଇଚ୍ଛା ଡବଲ ପେମେଣ୍ଟ କରିବା ସହିତ କେନ୍ଦୁପତ୍ର ପିସିସିଏଫ୍‌ ପାଖରେ ସମାନ ନାଁକୁ ବାରମ୍ବାର ମଞ୍ଜୁରୀ ପାଇଁ ପଠା ଯାଇଥିବାର ଚାଞ୍ଚଲ୍ୟକର ଘଟଣା ମଧ୍ୟ ଘଟିଛି। ଦେବପ୍ରିୟ କମ୍ପ ଟିଟିଲାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ଥିବାବେଳେ ଏହିସବୁ ଅନିୟମିତତା ହୋଇଥିବା ଜଣାପଡିଥିଲା। ଏପରିକି ତଦନ୍ତ ବେଳେ ସେ କୌଣସି ରେକର୍ଡ/ଫାଇଲ/ରେଜିଷ୍ଟର ଦେଖାଇ ପାରି ନ ଥିଲେ। ଏହି ଆର୍ଥିକ ଅନିୟମିତତା ବିଷୟରେ ବଲାଙ୍ଗୀର କେନ୍ଦୁପତ୍ର ସର୍କଲର ଚିଫ୍‌ କଞ୍ଜରଭେଟର ଅଫ୍‌ ଫରେଷ୍ଟ(ସିସିଏଫ୍‌) ଗତ ଡିସେମ୍ବର ୭ରେ ନିଜ ଅଫିସ ମେମୋ ନଂ.୨୦୯୩/୪ KL/୨୦୨୨ରେ କେନ୍ଦୁପତ୍ର ପିସିସିଏଫ୍‌ଙ୍କୁ ଜଣାଇଛନ୍ତି। ତେବେ ସରକାରୀ ନିୟମାନୁସାରେ, ଉକ୍ତ ଚିଠି ଆଧାରରେ ଦେବପ୍ରିୟ କମ୍ପଙ୍କ ବିରୋଧରେ ପ୍ରୋସିଡିଂ ଆରମ୍ଭ ହେବା ସହ ତାଙ୍କଠାରୁ ୧୨ ଲକ୍ଷ ଟଙ୍କା ରିକଭରି କରାଯିବା କଥା। କିନ୍ତୁ ଦୁଇମାସ ପରେ ବି ବିଭାଗ ପକ୍ଷରୁ ଏଯାଏ ସେପରି କିଛି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବା ଜଣାପଡିଛି। ବର୍ତ୍ତମାନ ଦେବପ୍ରିୟ ବୌଦ୍ଧ ଡିଏଫ୍‌ଓ ଭାବରେ ଅବସ୍ଥାପିତ ଥିବାବେଳେ ପ୍ରମୋଶନ ପାଇବାକୁ ଚେଷ୍ଟା ଚଳାଇଥିବା ଶୁଣାଯାଉଛି। ଉଲ୍ଲେଖଯୋଗ୍ୟ, ଡିଏଫ୍‌ଓ ଦେବପ୍ରିୟ ବୌଦ୍ଧ ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅରୁଣ ମେଣ୍ଡିଲିଙ୍କୁ ମାସିକ ଦରମା ଦେଉଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ବନ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏନେଇ ତତ୍‌କାଳୀନ ଟିଟିଲାଗଡ଼ ଡିଏଫ୍‌ଓ ଦେବପ୍ରିୟ ଏବଂ କେନ୍ଦୁପତ୍ର ପିସିସିଏଫ୍‌ ପୁସା ମାକ୍ରୋଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?