ଭିଜିଲାନ୍ସ ଅଭିଯୁକ୍ତଙ୍କୁ ଧରି କୂଅ, ପୋଖରୀର କରୁଛି ତଦନ୍ତ

ନୟାଗଡ଼ ଅଫିସ/ଭାପୁର,୧୭ା୨(ଡି.ଏନ.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ କୋଟି କୋଟି ଟଙ୍କାର ଫଲସ୍‌ ବିଲ୍‌ ହେବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ଏପରିପ୍ରେକ୍ଷୀରେ ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତରେ କୂଅ ଓ ପୋଖରୀ ଫଲସ୍‌ ବିଲ୍‌ ଘଟଣାର ତଦନ୍ତ ହୋଇଛି। ଗୁରୁବାର ନୟାଗଡ଼ ଭିଜିଲାନ୍ସ ଟିମ୍‌ ପଦ୍ମାବତୀ ପଞ୍ଚାୟତକୁ ଯାଇ ଅଭିଯୋଗ ହୋଇଥିବା କୂଅ ପୋଖରୀକୁ ତଦନ୍ତ କରି ଖୋଜିଛି। ହେଲେ ଅଭିଯୁକ୍ତଙ୍କୁ ଧରି କୂଅ ଓ ପୋଖରୀର ତଦନ୍ତ ଭିଜିଲାନ୍ସ କରିବା ପରେ ତଦନ୍ତର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। ଭିଜିଲାନ୍ସ ଦୁର୍ନୀତି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଲାଣି। ଭିଜିଲାନ୍ସ ଟିମ୍‌ରେ ନୟାଗଡ଼ ଡିଏସ୍‌ପି ଶ୍ରୀକାନ୍ତ ବେହେରା, ଏଏସ୍‌ଆଇ ଭବାନୀ ପଟ୍ଟନାୟକ, ଓଡ଼ଗଁା ଜେଇ ବୃନ୍ଦାବନ ବିହାରୀ ପଣ୍ଡା, ନୟାଗଡ଼ ଜେଇ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ମାରଡା ଆରଆଇ ବିଭୂତି ଭୂଷଣ ବେହେରା, ଅମିନ ଯୁଧିଷ୍ଠିର ନାୟକ ସାମିଲ ଅଛନ୍ତି। ଭିଜିଲାନ୍ସକୁ ସହଯୋଗ କରିଥିଲେ, ପଦ୍ମାବତୀ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମଲତା ସେଠୀ, ପଦ୍ମାବତୀ ପଞ୍ଚାୟତର ପୂର୍ବତନ ଜିଆରସ ଶ୍ରୀଧର ନାୟକ ପ୍ରମୁଖ। ଏଭଳିସ୍ଥଳେ ଅଭିଯୋଗ ଉଠିଛି ଫଲସ୍‌ ବିଲ କରି ଚର୍ଚ୍ଚାରେ ଥିବା ଯୋଗେନ୍ଦ୍ର କୁମାର ସ୍ବାଇଁଙ୍କୁ ନେଇ କୂଅ ପୋଖରୀ କାହିଁକି ଖୋଜିଲା ଭିଜିଲାନ୍ସ ଟିମ। ଏହାରି ଭିତର ରହସ୍ୟ କ’ଣ ହୋଇପାରେ। ଏ ନେଇ ଡିଏସ୍‌ପି ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରୁ ତଦନ୍ତ ପାଇଁ କେହି ରାଜି ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସଫେଇ ଦେଇଛନ୍ତି। ଏଥିସହ ଲୋକେ ସହଯୋଗ କଲେ ତଦନ୍ତ ଠିକ ଦିଗରେ ଆଗେଇବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ପଦ୍ମାବତୀ ପଞ୍ଚାୟତରେ ସବୁ ନିୟମକୁ ଦଳିଚକଟି ୯୮ଟି ମୋ ପୋଖରୀ ଓ ୫୯ଟି ଗଭୀର ସେଚ କୂପକୁ ଫଲସ୍‌ ବିଲ କରି ଲକ୍ଷାଧିକ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା। ସୂଚନା ଅଧିକାର ଆଇନର ତଥ୍ୟ ଅନୁଯାୟୀ, ପଦ୍ମାବତୀ ପଞ୍ଚାୟତ ଅଧୀନ ତଳମାରଡ଼ା, ଝଗଡପଡ଼ା ଏବଂ ପଦ୍ମାବତୀ ଗଁାରେ ୨୦୧୭ରୁ ୨୦୨୨ ମଧ୍ୟରେ ୯୮ଟି ମୋ ପୋଖରୀ ଏବଂ ୫୯ଟି ଗଭୀର ସେଚ କୂପ ପ୍ରକଳ୍ପ ନିର୍ମାଣ ହୋଇଥିଲା। ତେବେ ଗଁା ଗଁାରୁ ଅଭିଯୋଗ ଯେ, ଯୋଜନା ହାତେଇଥିବା ହିତାଧିକାରୀମାନଙ୍କ ପ୍ରକଳ୍ପ ଭୂତ ଖାଇଥିବା ବେଳେ ଏହାର ସୁବିଧା ନେବା ପାଇଁ ସେମାନଙ୍କ ପାଖରେ ଜମି ଗୁଣ୍ଠେ ମଧ୍ୟ ନାହିଁ। ଏ ନେଇ ପଦ୍ମାବତୀ ଗ୍ରାମ୍ୟ କମିଟି ନୟାଗଡ଼ ଜଲାପାଳଙ୍କୁ ଅଭିଯୋଗ କରିଥିଲା। ଅଭିଯୋଗ ପରେ ୮୮ ଟି ମୋ ପୋଖରୀ ଏବଂ ୫୦ଟି ଗଭୀର ସେଚ କୂପକୁ ବିଲ୍‌କୁଲ୍‌ କାମ ନ କରି ଫଲସ୍‌ ବିଲ୍‌ ହୋଇଥିବା ଜଣା ପଡିଥିଲା। ଏହି ଦୁର୍ନୀତି ପ୍ରସଙ୍ଗରେ ପଦ୍ମାବତୀ ଗ୍ରାମ୍ୟ କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଲସ୍‌ ବିଲ୍‌ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ସେତେବେଳର ବ୍ଲକ ଉପାଧ୍ୟକ୍ଷ ଥିବା ତଥା ବର୍ତ୍ତମାନ ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡାଙ୍କ ସମେତ ମୋଟ ୬ ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ଗତ ୩୦ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ବିଜେଡି ବ୍ଲକ ସଭାପତିଙ୍କ ସମେତ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ସାହୁ ଓ ତାଙ୍କ ସ୍ବାମୀ ଶ୍ରୀକାନ୍ତ ସାହୁ, ସମିତିସଭ୍ୟ ସୁବାସ ଚନ୍ଦ୍ର ବାରିକ, ଜିଆରଏସ୍‌ ଶ୍ରୀଧର ନାୟକ ଏବଂ ଦସ୍ତଖତ ଜାଲିଆତି କରି ଚର୍ଚ୍ଚାରେ ଥିବା ଯୋଗେନ୍ଦ୍ର ସ୍ବାଇଁଙ୍କ ନଁାରେ ଭିଜିଲାନ୍ସରେ ମାମଲା ହୋଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?