ଭିଜିଲାନ୍ସ ଅଭିଯୁକ୍ତଙ୍କୁ ଧରି କୂଅ, ପୋଖରୀର କରୁଛି ତଦନ୍ତ

ନୟାଗଡ଼ ଅଫିସ/ଭାପୁର,୧୭ା୨(ଡି.ଏନ.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ କୋଟି କୋଟି ଟଙ୍କାର ଫଲସ୍‌ ବିଲ୍‌ ହେବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ଏପରିପ୍ରେକ୍ଷୀରେ ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତରେ କୂଅ ଓ ପୋଖରୀ ଫଲସ୍‌ ବିଲ୍‌ ଘଟଣାର ତଦନ୍ତ ହୋଇଛି। ଗୁରୁବାର ନୟାଗଡ଼ ଭିଜିଲାନ୍ସ ଟିମ୍‌ ପଦ୍ମାବତୀ ପଞ୍ଚାୟତକୁ ଯାଇ ଅଭିଯୋଗ ହୋଇଥିବା କୂଅ ପୋଖରୀକୁ ତଦନ୍ତ କରି ଖୋଜିଛି। ହେଲେ ଅଭିଯୁକ୍ତଙ୍କୁ ଧରି କୂଅ ଓ ପୋଖରୀର ତଦନ୍ତ ଭିଜିଲାନ୍ସ କରିବା ପରେ ତଦନ୍ତର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। ଭିଜିଲାନ୍ସ ଦୁର୍ନୀତି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଲାଣି। ଭିଜିଲାନ୍ସ ଟିମ୍‌ରେ ନୟାଗଡ଼ ଡିଏସ୍‌ପି ଶ୍ରୀକାନ୍ତ ବେହେରା, ଏଏସ୍‌ଆଇ ଭବାନୀ ପଟ୍ଟନାୟକ, ଓଡ଼ଗଁା ଜେଇ ବୃନ୍ଦାବନ ବିହାରୀ ପଣ୍ଡା, ନୟାଗଡ଼ ଜେଇ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ମାରଡା ଆରଆଇ ବିଭୂତି ଭୂଷଣ ବେହେରା, ଅମିନ ଯୁଧିଷ୍ଠିର ନାୟକ ସାମିଲ ଅଛନ୍ତି। ଭିଜିଲାନ୍ସକୁ ସହଯୋଗ କରିଥିଲେ, ପଦ୍ମାବତୀ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମଲତା ସେଠୀ, ପଦ୍ମାବତୀ ପଞ୍ଚାୟତର ପୂର୍ବତନ ଜିଆରସ ଶ୍ରୀଧର ନାୟକ ପ୍ରମୁଖ। ଏଭଳିସ୍ଥଳେ ଅଭିଯୋଗ ଉଠିଛି ଫଲସ୍‌ ବିଲ କରି ଚର୍ଚ୍ଚାରେ ଥିବା ଯୋଗେନ୍ଦ୍ର କୁମାର ସ୍ବାଇଁଙ୍କୁ ନେଇ କୂଅ ପୋଖରୀ କାହିଁକି ଖୋଜିଲା ଭିଜିଲାନ୍ସ ଟିମ। ଏହାରି ଭିତର ରହସ୍ୟ କ’ଣ ହୋଇପାରେ। ଏ ନେଇ ଡିଏସ୍‌ପି ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରୁ ତଦନ୍ତ ପାଇଁ କେହି ରାଜି ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସଫେଇ ଦେଇଛନ୍ତି। ଏଥିସହ ଲୋକେ ସହଯୋଗ କଲେ ତଦନ୍ତ ଠିକ ଦିଗରେ ଆଗେଇବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ପଦ୍ମାବତୀ ପଞ୍ଚାୟତରେ ସବୁ ନିୟମକୁ ଦଳିଚକଟି ୯୮ଟି ମୋ ପୋଖରୀ ଓ ୫୯ଟି ଗଭୀର ସେଚ କୂପକୁ ଫଲସ୍‌ ବିଲ କରି ଲକ୍ଷାଧିକ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା। ସୂଚନା ଅଧିକାର ଆଇନର ତଥ୍ୟ ଅନୁଯାୟୀ, ପଦ୍ମାବତୀ ପଞ୍ଚାୟତ ଅଧୀନ ତଳମାରଡ଼ା, ଝଗଡପଡ଼ା ଏବଂ ପଦ୍ମାବତୀ ଗଁାରେ ୨୦୧୭ରୁ ୨୦୨୨ ମଧ୍ୟରେ ୯୮ଟି ମୋ ପୋଖରୀ ଏବଂ ୫୯ଟି ଗଭୀର ସେଚ କୂପ ପ୍ରକଳ୍ପ ନିର୍ମାଣ ହୋଇଥିଲା। ତେବେ ଗଁା ଗଁାରୁ ଅଭିଯୋଗ ଯେ, ଯୋଜନା ହାତେଇଥିବା ହିତାଧିକାରୀମାନଙ୍କ ପ୍ରକଳ୍ପ ଭୂତ ଖାଇଥିବା ବେଳେ ଏହାର ସୁବିଧା ନେବା ପାଇଁ ସେମାନଙ୍କ ପାଖରେ ଜମି ଗୁଣ୍ଠେ ମଧ୍ୟ ନାହିଁ। ଏ ନେଇ ପଦ୍ମାବତୀ ଗ୍ରାମ୍ୟ କମିଟି ନୟାଗଡ଼ ଜଲାପାଳଙ୍କୁ ଅଭିଯୋଗ କରିଥିଲା। ଅଭିଯୋଗ ପରେ ୮୮ ଟି ମୋ ପୋଖରୀ ଏବଂ ୫୦ଟି ଗଭୀର ସେଚ କୂପକୁ ବିଲ୍‌କୁଲ୍‌ କାମ ନ କରି ଫଲସ୍‌ ବିଲ୍‌ ହୋଇଥିବା ଜଣା ପଡିଥିଲା। ଏହି ଦୁର୍ନୀତି ପ୍ରସଙ୍ଗରେ ପଦ୍ମାବତୀ ଗ୍ରାମ୍ୟ କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଲସ୍‌ ବିଲ୍‌ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ସେତେବେଳର ବ୍ଲକ ଉପାଧ୍ୟକ୍ଷ ଥିବା ତଥା ବର୍ତ୍ତମାନ ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡାଙ୍କ ସମେତ ମୋଟ ୬ ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ଗତ ୩୦ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ବିଜେଡି ବ୍ଲକ ସଭାପତିଙ୍କ ସମେତ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ସାହୁ ଓ ତାଙ୍କ ସ୍ବାମୀ ଶ୍ରୀକାନ୍ତ ସାହୁ, ସମିତିସଭ୍ୟ ସୁବାସ ଚନ୍ଦ୍ର ବାରିକ, ଜିଆରଏସ୍‌ ଶ୍ରୀଧର ନାୟକ ଏବଂ ଦସ୍ତଖତ ଜାଲିଆତି କରି ଚର୍ଚ୍ଚାରେ ଥିବା ଯୋଗେନ୍ଦ୍ର ସ୍ବାଇଁଙ୍କ ନଁାରେ ଭିଜିଲାନ୍ସରେ ମାମଲା ହୋଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri