ଗହୀରମଥା ଅଞ୍ଚଳରେ ନୀଳରକ୍ତ କଙ୍କଡ଼ାଙ୍କ ମିଳନ

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ହର୍ସସୁ କ୍ରାବ୍‌ ବା ଅଶ୍ୱଖୁରା କୃତି କଙ୍କଡ଼ାକୁ ବୈଜ୍ଞାନିକ ମତରେ ନୀଳ ରକ୍ତ କଙ୍କଡା କୁହାଯାଏ। ବିଶେଷକରି ଏହି ନୀଳରକ୍ତ କଙ୍କଡା ସାଧାରଣତଃ ପ୍ରଶାନ୍ତ ମହାସାଗର ଓ ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ସୁରକ୍ଷିତ ମଣି ବସବାସ କରନ୍ତି। ଏହି ପ୍ରଜାତିର କଙ୍କଡାଗୁଡିକ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ମିଳନ ପର୍ବ ହୋଇଥାଏ। ସେମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେଲା ମାତ୍ରେ ଗଭୀର ସମୁଦ୍ରରୁ କୂଳ ଅଭିମୁଖେ ଆସିଥାନ୍ତି। ଦୋରସା ବାଲିଆ ସନ୍ତସନ୍ତିଆ ସ୍ଥାନରେ ଯୋଡ଼ା ଯୋଡ଼ା ହୋଇ ପଡିଥିବା ଲକ୍ଷ୍ୟ କରାଯାଏ। ସାଧାରଣତଃ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ମିଳନ ହୋଇଥାଏ। ଏହି ବିରଳ ପ୍ରଜାତିର ନୀଳରକ୍ତ ଅଣ୍ଡିରା କଙ୍କଡା ଛୋଟ ହୋଇଥିବା ବେଳେ ମାଈ କଙ୍କଡା ବଡ଼ ହୋଇଥାଏ। ସମୁଦ୍ର ସଂଲଗ୍ନ ମହାନଦୀ ଅବବାହିକା ତ୍ରିକୋଣ ଭୂମି ବାଲିଚର ହୁକିଟୋଲା, ଲଞ୍ଚଘୋଲା ଓ ବିକନ୍‌ ପଏଣ୍ଟଠାରେ ବହୁଳ ଭାବେ ନୀଳରକ୍ତ କଙ୍କଡା ଦେଖିବାକୁ ମିଳିଥାନ୍ତି। ହେଲେ ମିଳନ ପ୍ରକ୍ରିୟା ପୂର୍ବରୁ ସମୁଦ୍ରରେ ଟ୍ରଲରର ଗାଞ୍ଜ ଜାଲରେ ପଡ଼ି ଏମାନଙ୍କର ଅକାଳରେ ଜୀବନ ଯାଉଛି। ନୀଳରକ୍ତ କଙ୍କଡା ଶତ୍ରୁ ଦେଖିଲେ ତା’ର ଲାଞ୍ଜରେ ଥିବା ମୁନିଆ କଣ୍ଟାରେ ଆକ୍ରମଣ କରିଥାଏ। ଆକ୍ରମଣ ଦ୍ୱାରା ବିଷାକ୍ତ ତରଳ ପଦାର୍ଥ ମଣିଷ ଶରୀରକୁ ଯିବା ଦ୍ୱାରା ବିଷ ଜ୍ୱଳା ପ୍ରବଳ ହୋଇଥାଏ।
ନୀଳ ରକ୍ତ କଙ୍କଡା ଜୈବ ବିବିଧତା, ସାମୁଦ୍ରିକ ପରିବେଶ ସନ୍ତୁଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ଏମାନଙ୍କୁ ଲିଭିଂ ଫସିଲ ୪ର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି କଙ୍କଡା ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ସହ ହେମସିଆନିନ୍‌ ନାମକ ରାସାୟନିକ ପଦାର୍ଥ ଥିବାରୁ ଏମାନଙ୍କ ରକ୍ତ ନୀଳ ହୋଇଥାଏ। ତେଣୁ ଏମାନଙ୍କୁ ନୀଳ ରକ୍ତ କଙ୍କଡା କୁହାଯାଏ। ଏହି କଙ୍କଡା ରକ୍ତରେ ଥିବା ରୋଗ ନିଦାନ ଚିହ୍ନଟରେ ସହାୟକ ହୋଇଥାଏ। ଏମାନଙ୍କ ରକ୍ତରେ ବହୁ ଔଷଧ ତିଆରି ହୋଇଥାଏ। ବିଦେଶରେ ରକ୍ତର ଲିଟର ପିଛା ମୂଲ୍ୟ ୧୧ ଲକ୍ଷ ଟଙ୍କା ରହିଛି।
ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କୁହନ୍ତି, ଏହି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡାଗୁଡ଼ିକର ସୁରକ୍ଷା ସଂରକ୍ଷଣ ଜରୁରୀ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ କରିଛୁ। ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଲିଫଲେଟ୍‌ ମାଧ୍ୟମରେ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କୁହନ୍ତି, ସତୁରି-ଅଶୀ ଦଶକ ପୂର୍ବରୁ ନୀଳରକ୍ତ କଙ୍କଡାଗୁଡିକ ବହୁଳ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖାଯାଉଥିଲେ। ୧୯୭୧, ୧୯୮୨, ୧୯୯୯ ଭଳି ମହାବାତ୍ୟା, ଜଳବାୟୁ ପରିବର୍ତ୍ତନ ଓ କଳ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶିବା ଦ୍ୱାରା ଏମାନଙ୍କ ଜୀବନ ଶୈଳୀରେ ବିଘଟନ ଘଟୁଛି। ଫଳରେ ଏମାନଙ୍କ ବଂଶ ବିପଦ ଆଡକୁ ଠେଲି ହୋଇଯାଉଛି। ସରକାରୀ, ବେସରକାରୀ ଓ ସ୍ଥାନୀୟ ବନ ବିଭାଗ ଏହି କଙ୍କଡାଙ୍କ ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରିବା ଦରକାର। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଏହି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡାଙ୍କ ରକ୍ତରେ ଔଷଧୀୟ ଗୁଣ ରହିଥିବାରୁ ବହୁ ମୂଲ୍ୟବାନ। ଗହୀରମଥା ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ବନ ବିଭାଗ ଏମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ପରିବେଶବିତମାନଙ୍କ ପକ୍ଷରୁ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?