ଏଠାରେ ଲାଲ ଟମାଟୋରେ ଖେଳାଯାଏ ହୋଲି
ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥାଏ। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନ୍ର ଭାଲେନ୍ଶିୟା ନଗରରେ ଟମାଟୋ ଲାଲ୍ ଫୋପାଡ଼ି ହୋଲି ମନାଯାଇଥାଏ। ପ୍ରତିବର୍ଷ…
ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ,୮।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଣାଣି କରି ଇମ୍ରାନଙ୍କ ଜାମିନ ବିହୀନ ଗିରଫ ପରୱାନାକୁ ଅସ୍ଥାୟୀ ଭାବେ ମାର୍ଚ୍ଚ ୧୩ ଯାଏ ସସପେଣ୍ଡ କରିଦେଇଛନ୍ତି। ତୋଷଖାନା କେସ୍ରେ ଇମ୍ରାନ ଖାନଙ୍କୁ…
ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତାରୋକୋ, ଉତ୍ତେଜନା
ଭୋଗରାଇ, ୮।୩( ଡି.ଏନ୍.ଏ .): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୋଗରାଇ ଥାନା ଅନନ୍ତପୁର ଛକଠାରେ ସାଇକେଲରେ ଯାଉଥିବା ଜଣେ ଯୁବକକୁ ଏକ ବାଲି ବୋଝେଇ ଡମ୍ପର ଧକ୍କା ଦେଇଥିଲା।…
ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଦନ୍ତା ଉଠି ମାରିଲା: ଫରେଷ୍ଟ ଗାର୍ଡ ଗୁରୁତର
ସଜନାଗଡ଼,୮।୩(ଡି.ଏନ୍.ଏ.): ହାତୀକୁ ଚିକିତ୍ସା କରିବାକୁ ଯାଇ ଅସୁସ୍ଥ ଦନ୍ତାର ପାଲଟା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୀଳଗିରି କୁଲଡିହା ଅଭୟାରଣ୍ୟରେ । ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଶଶିକଳା ସାହୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ…
ତାତିରୁ ଆସ୍ବସ୍ତି: ଆସୁଛି କାଳବୈଶାଖୀ
ଭୁବନେଶ୍ୱର,୭।୩(ବ୍ୟୁରୋ): ମାର୍ଚ୍ଚ ମାସରୁ ରାଜ୍ୟରେ ଅସମ୍ଭାଳ ଗୁଳୁଗୁଳି ଅନୁଭୂତ ହେଲାଣି। ଏଥିରୁ ମୁକ୍ତି ପାଇଁ ବର୍ଷାର ଆବଶ୍ୟକ ରହିଥିବା ବେଳେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ…
ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭।୩(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ମଙ୍ଗଳବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ…
ପରପାରିରେ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନା
ଭୁବନେଶ୍ୱର,୭।୩(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଓଡ଼ିଶ ବିଜ୍ଞାନ ଭିତ୍ତିଭୂମି ସ୍ଥାପନରେ ସ୍ବର୍ଗତ ଜେନାଙ୍କର ପ୍ରମୁଖ ଭୂମିକା ଥିଲା। ସେ ପ୍ରଥମ…
୪୮ ଗଞ୍ଜେଇ ଜବତ: ୨ ଗିରଫ
ଚଣ୍ଡିଖୋଲ,୭।୩(ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଚଢ଼ାଉ କରି ମଙ୍ଗଳବାର କୋଲସାହି ଗାଁରୁ ୮୪ କେଜି ଗଞ୍ଜେଇ ଜବତ କରିଛି। ଏହା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୋଲସାହି ଗାଁର ଗୋବିନ୍ଦ…
ଗଞ୍ଜାମରେ ଗ୍ରୀଷ୍ମ ପ୍ରବାହ ମୁକାବିଲା: ଅଂଶୁଘାତ ମୃତ୍ୟୁ ରିପୋର୍ଟ ତୁରନ୍ତ ଦେବକୁ ନିର୍ଦ୍ଦେଶ
ଛତ୍ରପୁର,୭।୩(ଡି.ଏନ୍.ଏ.): ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାବାସୀଙ୍କୁ ସତର୍କ ରହିବା ଓ ଅଂଶୁଘାତ ଜନିତ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାପାଳ ଅବଗତ…
ଲାଲୁଙ୍କୁ ଅଢେଇ ଘଣ୍ଟା କାଳ ପଚରା ଉଚରା କଲା ସିବିଆଇ
ନୂଆଦିଲ୍ଲୀ,୭ ।୩: ଜମି ବଦଳରେ ଚାକିରି ମାମଲାରେ ମଙ୍ଗଳବାର ସିବିଆଇର ଏକ ଟିମ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପଚରା ଉଚରା କରିଛନ୍ତି । ଲାଲୁଙ୍କ ଦିଲ୍ଲୀ ସ୍ଥିତ ଘରେ ପ୍ରାୟ ଅଢେଇ ଘଣ୍ଟାକାଳ ସିବିଆଇ ପଚରା ଉଚରା…
ଏଥର ହୋଲିରେ ନଦୀପଠାରେ ଜଗିବେ ପୋଲିସ
ଭୁବନେଶ୍ୱର,୭।୩(ବ୍ୟୁରୋ): ହୋଲିକୁ ନେଇ ସଜାଗ ହୋଇଛି କମିଶନରେଟ୍ ପୋଲିସ। ହୋଲିରେ ଅଘଟଣ ନ ଘଟିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ପେଶାଲ ସ୍କ୍ବାଡ୍ ଓ ଟିମ୍ -୬୦ ସତର୍କ ରହିବା ସହ ରାଜଧାନୀର ୩୧ଟି ସ୍ଥାନରେ ପିକେଟିଂ କରିବ। ହୋଲିରେ ନିଶାସକ୍ତ…
ହୋଲିରେ ଗଡ଼ିବନି ମୋ ବସ୍
ଭୁବନେଶ୍ୱର,୭।୩(ବ୍ୟୁରୋ): ହୋଲିରେ ମୋ ବସ ଚଳାଚଳ ବନ୍ଦ ରହିବ । ବୁଧବାର ପୂର୍ବାହ୍ନରେ ରାଜଧାନୀ ଓ ରାଉରକେଲାରେ ମୋ ବସ୍ ଚଳାଚଳ ବନ୍ଦ ରହିବ । ତେବେ ଏହା ଅପରାହ୍ନରେ କାର୍ଯ୍ୟକ୍ଷମ ହୋଇଯିବ। ଏନେଇ କ୍ରୁଟ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା…
Archives


