ଠିକା ସଂସ୍ଥାକୁ ଡିମାଣ୍ଡ ନୋଟିସ

ନବରଙ୍ଗପୁର,୧୭ା୬(ସଦାଶିବ ପ୍ରହରାଜ) ଭାରତମାଳା ସଡ଼କ ପାଇଁ ସିୟୁନି କ୍ବାରିରୁ ଠିକା ସଂସ୍ଥା ପଥର ଖନନ କରୁଛି । ସରକାରୀ ଖଣି ନିୟମ ଉଲ୍ଲଂଘନକରି ସଂସ୍ଥା ଅନୁମତିଠାରୁ ୩ ଲକ୍ଷରୁ ଅଧିକ ସିଏମ୍‌ ପଥର ଫଟାଇ ଉଠାଇ ଚାଲିଛନ୍ତି। ୩ ମିଟର ଖନନ କରିବା ପରିବର୍ତ୍ତେ ୫୦ ଫୁଟ ଗଭୀରରୁ ଊର୍ଦ୍ଧ୍ୱ ନିମ୍ନ ଭାଗକୁ ଖନନ କରାଯାଇ ପଥର ଉଠାଇ ନିଆଯାଉଛି। ୨୩ ହଜାର ସିଏମ୍‌ ପଥର ଉଠାଇବା ପାଇଁ ଅନୁମତି ନେଇ ଏବେ ୩ ଲକ୍ଷ ସିଏମ୍‌ରୁ ଅଧିକ ପଥର ନେଇସାରିଲାଣି ଠିକାସଂସ୍ଥା। ଏହାଦ୍ୱାରା ବ୍ୟାପକ ରାଜସ୍ବ ହାନି ହେଲାଣି। ନିୟମିତ ବ୍ୟବଧାନରେ ଅଭିଯୋଗ ପରେ ନବରଙ୍ଗପୁର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଠିକା ସଂସ୍ଥା ଅର୍କନ୍ସକୁ ଡିମାଣ୍ଡ ନୋଟିସ ଜାରିକରିଛନ୍ତି। ଠିକାସଂସ୍ଥା ୩ ଲକ୍ଷରୁ ଅଧିକ ସିଏମ୍‌ ପଥର ଖନନ କରିଛି। ବୁଧବାର ଡିମାଣ୍ଡ ନୋଟିସ କରାଯିବା ସହ ପ୍ରତି ସିଏମ୍‌ ପିଛା ୧୪୦ ଟଙ୍କା ଓ ୨ ପ୍ରତିଶତ ଜରିମାନା ଦେବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ତହସିଲଦାର କହିଛନ୍ତି।
୩ ମିଟର ପରିବର୍ତ୍ତେ ୫୦ ଫୁଟ ଖୋଳିଲାଣି ଠିକା ସଂସ୍ଥା ଖବର ପ୍ରକାଶ ପରେ ରାଜସ୍ବ ବିଭାଗ ତତ୍ପର ହୋଇଉଠିଛି। ନବରଙ୍ଗପୁର ତହସିଲଦାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ପରେ କ୍ବାରି ତଥା ଖନନ ସ୍ଥାନରେ ବିକ୍ରମପୁର ରାଜସ୍ବ ନିରୀକ୍ଷକ ଭି. ଭି. ରାଜୁ ଓ ସୁପରଭାଇଜର ସୀମାଞ୍ଚଳ ଦାଶ ୧ ତାରିଖରେ ମାପଚୁପ କରି ନବରଙ୍ଗପୁର ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ପ୍ରାୟ ୧ ଲକ୍ଷ ସିଏମ୍‌ରୁ ଊର୍ଦ୍ଧ୍ୱ ପଥର ଠିକାସଂସ୍ଥା ଖନନକରି ନେଇଥିବା କହୁଥିବା ବେଳେ ୩ ଲକ୍ଷ ସିଏମ୍‌ରୁ ଅଧିକ ପଥର ଖନନ କରାଯାଇଥିବା ତହସିଲଦାର କହିଛନ୍ତି।
ନବରଙ୍ଗପୁର ତହସିଲ ଅଧୀନ ବିକ୍ରମପୁର ରାଜସ୍ବ ସର୍କଲର ଖାତା ନମ୍ବର ୫୯୪, ପ୍ଲଟ୍‌ ନମ୍ବର ୧୯୪୪, ପଥର ବଣ କିସମ ଥିବା ସିୟୁନି କ୍ବାରିରୁ ପଥର ନେବାକୁ ଅର୍କନ୍ସ ସଂସ୍ଥା ୩୦ ହଜାର ୧୮୪ ସିଏମ୍‌ ପଥର ଉଠାଇବ ବୋଲି ଆବେଦନ କରିଥିଲା। ଖଣି ନିୟମ ପ୍ରକାରେ ହିଁ ପ୍ରତି ୩ ମାସରେ ଥରେ କ୍ବାରି ପାଇଁ ଅନୁମତି ମିଳିଲା। ସଂସ୍ଥା ୨୦୨୨ ଜୁଲାଇ ୧୨ରେ ୧ ହଜାର, ଡିସେମ୍ବର ୧୬ରେ ୧ ହଜାର ଓ ଡିସେମ୍ବର ୨୯ରେ ଆଉ ୧ ହଜାର ସିଏମ୍‌ ପଥର ଉଠାଇବାକୁ ଆବେଦନ କଲେ। ତତ୍କାଳୀନ ତହସିଲଦାରଙ୍କ ନିର୍ଦ୍ଦେଶରେ ୨୦୨୨ରେ ରାଜସ୍ବ ନିରୀକ୍ଷକ ଓ ରେଭିନ୍ୟୁ ସୁପରଭାଇଜର ତଦନ୍ତ କରି ଠିକାସଂସ୍ଥା ବିରୋଧରେ ରିପୋର୍ଟ ଦେଇଥିଲେ। ଅନୁମତିରୁ ଅଧିକ ୩୨ ହଜାର ୪ ଶହ ସିଏମ୍‌ ପଥର ଉଠି ସାରିଲାଣି ବୋଲି ରିପୋର୍ଟ ଦେଇଥିଲେ। ଅର୍କନ୍ସ ସଂସ୍ଥାକୁ ତହସିଲ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପରେ ୧ ଲକ୍ଷ ପେନାଲଟି ସହ ୨୦୨୩ ମାର୍ଚ୍ଚ ୬ରେ ୪୬ଲକ୍ଷ ଟଙ୍କା ଠିକା ସଂସ୍ଥା ଜମାକରିଥିଲେ। ଏହାପରେ ମଧ୍ୟ ଠିକା ସଂସ୍ଥା ଖଣି ନିୟମ ମାନୁ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?