ପୋଖରୀ ପାଲଟିଛି ରୋଜଗାରର ଉତ୍ସ

ନୟାଗଡ଼/ରଣପୁର,୧୭ା୬(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ) ନୟାଗଡ଼ ଜିଲା ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ଚମ୍ପାଗଡ଼ ଗ୍ରାମ ପୋଖରୀ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ପାଲଟିଛି ରୋଜଗାରର ଉତ୍ସ। ଏଠାରେ ପୋଖରୀକୁ ଭିନ୍ନ ଭିନ୍ନ ଯୋଜନାରେ ସାମିଲ କରି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଅନୁଦାନ ଆମତ୍ସାତ୍‌ କରାଯିବା ଭଳି ଅଭିଯୋଗ ହୋଇଆସୁଛି। ପୋଖରୀ କାର୍ଯ୍ୟରେ ଫଲ୍‌ସ ବିଲ୍‌ର ଅଭିଯୋଗ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ତଦନ୍ତ ସତ୍ତ୍ୱେ ପୁଣି ନୂଆ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ବାଧା ନାହିଁ। ଏପରି କି ପୁରୁଣା ଫଳକ ଉପରେ ରଙ୍ଗ ବୋଳି ପୁଣି ନୂଆ ଯୋଜନାରେ ଅନୁଦାନ ମଞ୍ଜୁର କରି କାମ ଆରମ୍ଭ ହୋଇଛି। ଏହି ପୋଖରୀ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବା ବଦଳରେ କିପରି ଏହା ଛପିଯିବ ସେନେଇ ବିଧିବଦ୍ଧ ବ୍ୟବସ୍ଥା କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ବାସିନ୍ଦା ଏଭଳି ଘଟଣାରେ ଚୁପ୍‌ ନ ରହି ପୁଣି ରଣପୁର ବିଡିଓ, ନୟାଗଡ଼ ଜିଲାପାଳ, ଜିଲା ପରିଷଦ ନିର୍ବାହୀ ଅଧିକାରୀ, ଉପଜିଲାପାଳ, ଭିଜିଲାନ୍ସ ଡିଏସ୍‌ପି, ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ଫେରାଦ୍‌ ହୋଇ ତଦନ୍ତ ଦାବି କରିଛନ୍ତି।
ଅଭିଯୋଗ ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ଚମ୍ପାଗଡ଼ ଗ୍ରାମ ପୋଖରୀର ପୁନରୁଦ୍ଧାର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୯ ଲକ୍ଷ ୯୦ ହଜାର ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୫ ଲକ୍ଷ ଅନୁଦାନ ଯୋଗାଇ ଦିଆଯାଇଛି। ଏହାର ଫଳକ ଲଗାଯାଇଥିଲେ ବି ତାହା ସ୍ପଷ୍ଟ ଦେଖାଯାଉନି। ଏହି ପୋଖରୀ ପାଇଁ ପୁଣି ଅନ୍ୟ ଯୋଜନାରୁ ଅର୍ଥ ମଞ୍ଜୁର କରାଯାଇ ଫଲ୍‌ସ ବିଲ୍‌ ହୋଇଛି। ଏଭଳିସ୍ଥଳେ ଏହାର ତଦନ୍ତ ପାଇଁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିଲାନାହିଁ। ଶେଷରେ ଚମ୍ପାଗଡ଼ର ଗଣେଶ୍ୱର ମାନ୍ଧାତା ହାଇକୋର୍ଟର ଆଶ୍ରୟ ନେବା ପରେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ମାମଲା ରୁଜୁକରି ଏହାର ତଦନ୍ତ କରୁଛି। ତେବେ ଭିଜିଲାନ୍ସ ତଦନ୍ତ ବେଳେ ପ୍ରକଳ୍ପକୁ ଅମୃତ ସରୋବର ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ସାମିଲ କରି ପୁଣି ୧୦ ଲକ୍ଷ ୨ ହଜାର ମଞ୍ଜୁର ହୋଇଛି। ପୁରୁଣା ନାମଫଳକରେ ରଙ୍ଗ ବୋଲି ଅମୃତ ସରୋବରର ସୂଚନା ଦିଆଯାଇଛି। ପୂର୍ବରୁ ଯେଉଁ କାମ ହୋଇଛି ସେଥିରେ ବ୍ୟାପକ ଅନିୟମିତତା ହୋଇଛି। ଏ ନେଇ ଅଭିଯୋଗକାରୀ ଚମ୍ଭାଗଡ଼ର ଗଣେଶ୍ୱର ମାନ୍ଧାତା କୁହନ୍ତି, ଚମ୍ପାଗଡ଼ ପୋଖରୀରେ ହୋଇଥିବା ଫଲ୍‌ସ ବିଲ୍‌, ସରକାରୀ ଅର୍ଥ ଆମତ୍ସାତ୍‌ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଉଛି। ଏପରିକି ହାଇକୋର୍ଟର ଆଶ୍ରୟ ନେବା ପରେ ମଧ୍ୟ ଏହାର ଦୁର୍ନୀତି ତଦନ୍ତ ହୋଇପାରୁନି। ଭିଜିଲାନ୍ସର ତଦନ୍ତ ସମୟରେ ପୁଣି ପୋଖରୀକୁ ନୂଆ ଯୋଜନାରେ ସାମିଲ ପରେ ଏହାର ଅନିୟମିତତା ପଦାକୁ ନ ଆସିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆମେ ବାରମ୍ବାର ଅଭିଯୋଗ କରିଆସିଛୁ। ଦୁର୍ନୀତିର ପର୍ଦ୍ଦାଫାଶ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରଣପୁର ବ୍ଲକ ଯନ୍ତ୍ରୀ ବସନ୍ତ ସାହୁଙ୍କୁ ପଚାରିବାରେ ଭିଜିଲାନ୍ସ ତଦନ୍ତ ହେଉ କି କାର୍ଯ୍ୟରେ ମାମଲା, ନୂଆ ଅନୁଦାନରେ କାମ କରିବାରେ କିଛି ବାଧକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?