ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ

ଆର.ଉଦୟଗିରି,୧୭ା୬(ମନୋଜ ପାଢ଼ୀ) ଆଦିବାସୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଜଙ୍ଗଲ ଓ ଜଙ୍ଗଳଜାତ ଦ୍ରବ୍ୟ ଉପରେ। ପ୍ରଚଣ୍ଡ ଖରାରେ ବଣ ଜଙ୍ଗଲ ବୁଲି ମହୁଲଫୁଲ ସଂଗ୍ରହ କରନ୍ତି ଆଦିବାସୀ ମହିଳା। ସେହି ଫୁଲ ବିକ୍ରି କରି ଦୈନିକ ଗୁଜୁରାଣ ମେଣ୍ଟାନ୍ତି। ସରକାର ଆଦିବାସୀଙ୍କ ପାଇଁ ବହୁ ଯୋଜନା କରିଛନ୍ତି ସତ, କିନ୍ତୁ ସେହି ଯୋଜନା ଆଦିବାସୀଙ୍କ ନିକଟରେ ପହଞ୍ଚତ୍ପାରୁନି ତାହା ଦେଖିବାକୁ ସରକାରୀବାବୁଙ୍କ ପାଖରେ ସମୟର ଅଭାବ ରହିଯାଉଛି। ଅବକାରୀ ବିଭାଗ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସରେ ମହୁଲ ଗଚ୍ଛିତ ରଖିବା ଓ ବିକ୍ରୟ କରିବାକୁ ଲାଇସେନ୍ସ ପ୍ରଦାନ କରୁଛନ୍ତି। କିନ୍ତୁ ଲାଇସେନ୍ସଧାରୀମାନେ କେତେ ଟଙ୍କାରେ କ୍ରୟ କରିବେ ଓ କେତେ ଟଙ୍କାରେ ବିକ୍ରୟ କରିବେ ତାହାର କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରୁନାହିଁ। ଫଳରେ ଆଦିବାସୀମାନେ ଏତେ କଷ୍ଟ କରି ସୁଦ୍ଧା ମହୁଲ ଫୁଲର ଉଚିତ ମୂଲ୍ୟ ପାଇବାରେ ବଞ୍ଚିତ ହେଉଛନ୍ତି। ଲାଇସେନ୍ସଧାରୀମାନେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ଯଥା କେତେ ପରିମାଣରେ ମହୁଲଫୁଲ ଗଚ୍ଛିତ ରଖିପାରିବେ, ବର୍ତ୍ତମାନ କେତେ ପରିମାଣ ଗଚ୍ଛିିତ ଅଛି, କ୍ରୟ ଓ ବିକ୍ରୟ ମୂଲ୍ୟ ଦୋକାନ କିମ୍ବା ଗୋଦାମ ବାହାରେ ଲେଖିବାର ନଜରକୁ ଆସୁନାହିଁ। ଫଳରେ ମହୁଲଫୁଲର ଅଭାବୀ ବିକ୍ରି ପାଇଁ ସହାୟକ ହେଉଛି। ଚଳିତ ବର୍ଷ ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ ଓ ମୋହନା ବ୍ଲକରେ ବହୁତ ମହୁଲଫୁଲ ଅମଳ ହୋଇଛି। କିନ୍ତୁ ସରକାର ମହୁଲଫୁଲର ମୂଲ୍ୟ ନିର୍ଦ୍ଧାରଣ କରି ନ ଥିବା ଯୋଗୁ କିଲୋ ପ୍ରତି ୧୫ରୁ ୨୦ ଟଙ୍କା ମୂଲ୍ୟରେ କ୍ରୟ କରୁଛନ୍ତି ସ୍ଥାନୀୟ ମହୁଲ ବେପାରୀ। ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ଗୋଦାମ କରି କୁଇଣ୍ଟାଲ କୁଇଣ୍ଟାଲ ମହୁଲ ମହଜୁଦ୍‌ କରି ରଖୁଥିବା ବେଳେ ଏସବୁକୁ ବାହାର ରାଜ୍ୟକୁ ଚଢ଼ା ଦରରେ ଚାଲାଣ କରାଯାଉଛି। ବିଶେଷକରି ଜିଲା ପ୍ରଶାସନର କୋହଳ ମନୋଭାବ ପାଇଁ ଆଦିବାସୀ ପରିବାରଗୁଡ଼ିକ ପରିଶ୍ରମର ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ସ୍ଥାଣୁତାର ସୁଯୋଗ ନେଇ ବେଧଡ଼କ ଭାବେ ଚୋରା ଚାଲାଣ ବଢ଼ିଚାଲିଛି। ତେଣୁ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ଉଚିତ ମୂଲ୍ୟ, ଲାଇସେନ୍ସଧାରୀଙ୍କ ବିରୋଧରେ ବେଆଇନ ଗଚ୍ଛିତ ଓ ବିକ୍ରୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ତେଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି। ରାଜ୍ୟ ସରକାର ଓ ଅବକାରୀ ବିଭାଗ ଦ୍ୱାରା ଯଦି ମହୁଲଫୁଲ ଦର ନିର୍ଦ୍ଧାରଣ ହୋଇଥାନ୍ତା ତାହାହେଲେ ଜଙ୍ଗଲରୁ ଆଦାୟ କରି ଆଣି ବିକ୍ରେତାଧାରୀ ଉପକୃତ ହୋଇପାରନ୍ତେ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri