ରଜ ଦୁଇଦିନରେ ୬.୭୭ କୋଟିର ଆମିଷ ବେପାର

ଭୁବନେଶ୍ୱର,୧୭ା୬ (ବନ୍ଦନା ସେଠୀ) ସରିଲା ରଜ। ଦୋଳି ସାଙ୍ଗକୁ ଭଳିକି ଭଳି ପିଠା, ପାନ ସହିତ ରାଜଧାନୀବାସୀ ପାଳନ କରିଥିଲେ ରଜ ଉତ୍ସବ। ତେବେ ଏଥର ରଜ ଭଲ ବାରରେ ପଡିଥିବାରୁ ପିଠାଖିଆ ସାଙ୍ଗକୁ ଆମିଷ ବାସ୍ନାରେ ପୂରି ଉଠିଥିଲା ଘରଠୁ ବାହାର। ଚିକେନ୍‌, ମାଛ, ଚିଙ୍ଗୁଡି, କଙ୍କଡ଼ା ବେପାର ଜମିଥିବାବେଳେ ମଟନ ଉପରେ ଲୋକଙ୍କର ଚାହିଦା ଅଧିକ ରହିଥିଲା। ବିଶେଷକରି ବୁଧବାର ଓ ଶୁକ୍ରବାର ୨ଦିନରେ ଭୁବନେଶ୍ୱରର ୬କୋଟି ୬୭ଲକ୍ଷ ଟଙ୍କାର ଆମିଷ ବେପାର ହୋଇଥିବା ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ପହିଲି ରଜ ବୁଧବାର ପଡିଥିବାରୁ ସେହିଦିନ ୨କୋଟି ଟଙ୍କାର ମଟନ ବେପାର ହୋଇଥିଲା। ସେହିପରି ୧କୋଟି ୭୦ଲକ୍ଷ ଟଙ୍କାର ଚିକେନ୍‌ ଓ ୭୨ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଥିଲା। ପହିଲି ରଜ ତୁଳନାରେ ଶୁକ୍ରବାର ଶେଷ ରଜରେ ଟିକେ କମିଥିଲେ ବି ଭଲ ବେପାର ହୋଇଥିଲା। ପ୍ରାୟ ୧କୋଟି ଟଙ୍କାର ମଟନ ବିକ୍ରି ହୋଇଥିବାବେଳେ ୮୫ଲକ୍ଷ ଟଙ୍କାର ଚିକେନ୍‌ ଓ ୪୦ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଥିଲା। ବୁଧବାର ୧୦୦ଟି ଓ ଶୁକ୍ରବାର ୫୦ଟି ଚିକେନ ଗାଡ଼ି ଭୁବନେଶ୍ୱର ଆସିଥିଲା ବୋଲି ସଂଘ କହିଛି।
ରଜ ବଜାରକୁ ଦୃଷ୍ଟିରେ ରଖି ଆମିଷର ଦର ଟିକେ ଚଢା ରହିଥିଲା। ଖାସି ମାଂସ କେଜି ୭ଶହରୁ ୮ଶହ ଟଙ୍କାରେ ବିକ୍ରି ହୋଇଥିଲାବେଳେ ମାଈ ଛେଳି କେଜି ୭ଶହ ଟଙ୍କା, ଚିକେନ୍‌ ୨୫୦ ଟଙ୍କା, ଦେଶୀ କୁକୁଡ଼ା ୪୫୦-୫ଶହ ଟଙ୍କା, ବନରାଜ ୩ଶହ ଟଙ୍କା, ରୋହି ମାଛ ୨୨୦ ଟଙ୍କା, ଜଳଙ୍ଗ ୧୬୦-୧୭୦ଟଙ୍କା, ଖଇଙ୍ଗା ୪ଶହରୁ ୫ଶହ ଟଙ୍କା, ପୋହଳା ୧୬୦-୨ଶହ ଟଙ୍କା, ମିରିକାଳୀ ୨୨୦-୨୫୦ଟଙ୍କା, ବଡ଼ ଚିଙ୍ଗୁଡି ୪ଶହ, ଛୋଟ ଚିଙ୍ଗୁଡି ୨୬୦-୩ଶହ ଟଙ୍କା, କଙ୍କଡା ୫ଶହ-୬ଶହ ଟଙ୍କା ଦର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?