ଅନିଶ୍ଚିତତା ଘେରରେ ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ

ମହାକାଳପଡ଼ା,୧୭ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ) କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନିକଟ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ନିକଟ ଛପାଲି-ପ୍ରଭାକରପୁର ପାଖରେ ୧୦ବର୍ଷରୁ ଅଧିକ ହେବ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ ଷ୍ଟେଶନ। ନିମ୍ନମାନର କାର୍ଯ୍ୟ ଯୋଗୁ ଅଦ୍ୟାବଧି ଏହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେବେ ଏହି ନିର୍ମାଣ ସମୟରେ ସବ୍‌ ଷ୍ଟେଶନକୁ ସଂଯୋଗ ପାଇଁ ରାସ୍ତା ସମସ୍ୟା ଥିବାରୁ ଅନ୍ୟ ଏକ କେନାଲ ବନ୍ଧ ଦକ୍ଷିଣ ପାଶର୍‌ବ ଚାଷ ଜମି ପଥ ଦେଇ ବିଦ୍ୟୁତ୍‌ ଖୁଣ୍ଟ ପକା ଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି କର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଘେରରେ ରହିଛି। ଏହି ସବ୍‌ଷ୍ଟେଶନ କାର୍ଯ୍ୟକ୍ଷମ ହେଲେ ବଉଳକଣି , ଜମ୍ବୁ , ରାମନଗର , ଖରିନାସୀ ଓ ବତିଘର ପଞ୍ଚାୟତକୁ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ହୋଇପାରିବ। ଅପରପକ୍ଷରେ ଏହି ଅଞ୍ଚଳର ମହାକାଳପଡ଼ା ବିଦ୍ୟୁତ୍‌ ସବ୍‌ ଷ୍ଟେଶନରୁ ସରବରାହ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଅନେକ ସମୟରେ କାଳବୈଶାଖୀ ପ୍ରଭାବରେ ଆକାଶରେ ବିଜୁଳି ଘଡ଼ଘଡି ହେଲେ ସ୍ଥଳ ଭାଗରେ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବହୁବର୍ଷର ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ଇଂସୁଲେଟର, ଶଙ୍ଖ ଆଦି ପୁରୁଣା ହେବା ଯୋଗୁ ତାର ଛିଡି ଯାଉଛି ତ କେଉଁଠି ଖୁଣ୍ଟ ଉପୁଡ଼ିଯାଇଛି। କେଉଁଠି ବଡ଼ ବଡ଼ ଗଛ ଡାଳ ଭାଙ୍ଗି ଖୁଣ୍ଟ ଓ ତାର ଉପରେ ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଉଛି। ଅଦ୍ୟାବଧି ଦେଶର ପ୍ରମୁଖ ବ୍ୟବସାୟୀ ଟାଟା କମ୍ପାନୀ ବିଦ୍ୟୁତ୍‌ ସରବରାହ ସଂସ୍ଥା ଦାୟିତ୍ୱ ନେବା ପରେ ପ୍ରବଳ ଗୁଳୁଗୁଳି ଗରମରେ ଉପଭୋକ୍ତମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।
ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି, ମହାକାଳପଡ଼ା ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ ମହାକାଳପଡ଼ା, ବାବର ଓ ଲୁଣା ସେକ୍ସନରେ ୩୭ ହଜାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ସାଢ଼େ ୪ ମେଗାୱାଟ ବ୍ୟୟ ହେଉଛି ବୋଲି କୁହାଯାଇଛି। ତେବେ ଏହି ୩ ବିଦ୍ୟୁତ୍‌ ସେକ୍ସନରୁ ମାସିକ ୮୦ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରାଯାଉଛି ବୋଲି ସୂଚନା ମିଳିଛି। ତେବେ କାଳବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତ ହେଲେ ଉପର ମୁଣ୍ଡରୁ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ସୃଷ୍ଟି ହୋଇଥାଏ। ଦିନ ଓ ରାତିରେ ବିଦ୍ୟୁତ୍‌ ସରବରାହ ବନ୍ଦ ହେଲେ ସ୍ଥାନୀୟ ଉପଭୋକ୍ତା ତଥା ଶିଶୁଠାରୁ ବୟସ୍କ ଲୋକ ଗରମ ଗୁଳୁଗୁଳିରେ ଆଉଟପାଉଟ ହେଉଛନ୍ତି। ତୁରନ୍ତ ଏହି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟକ୍ଷମ କରିବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ବିଦ୍ୟୁତ୍‌ ସବ୍‌ ଡିଭିଜନ ସହକାରୀ ଯନ୍ତ୍ରୀ ବାବୁଲାଲ ହାତୀଙ୍କୁ ପଚାରିବାରେ ବିଦ୍ୟୁତ ସରବରାହ ସମସ୍ୟାଗୁଡ଼ିକ ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟକାରୀ ହେବା ପାଇଁ ବିଭାଗ ଉଦ୍ୟମ ଚଳାଇଛି। ମାସେ ମଧ୍ୟରେ ଏହି ସବ୍‌ ଷ୍ଟେଶନ କାର୍ଯ୍ୟକାରୀ ହେବ। ଏହା କାର୍ଯ୍ୟକାରୀ ହେଲେ ଅଞ୍ଚଳର ବିଦ୍ୟୁତ୍‌ ସମସ୍ୟା ସମାଧାନ ହେବା ସହ ୫ଟି ପଞ୍ଚାୟତକୁ ନିରବଚ୍ଛିନ ଭାବେ ବିଦ୍ୟୁତ୍‌ ଯୋଗାଣ ହୋଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମାର୍ଶାଘାଇ ବିଦ୍ୟୁତ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କୁ ପଚାରିବାରେ ଛପାଲି ନିକଟ ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ନିର୍ମାଣକାରୀ ସଂସ୍ଥା ନିର୍ମାଣରେ ବିଳମ୍ବ ହେବା ଯୋଗୁ ସମସ୍ୟା ହେଉଛି। ଏହା କାର୍ଯ୍ୟକ୍ଷମ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାସେରୁ ଦୁଇ ମାସ ମଧ୍ୟରେ କର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଜାରି, ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗିରହିଛି। ଦିନରାତି ଝିପିଝିପି ବର୍ଷା ହେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri