ଅନିଶ୍ଚିତତା ଘେରରେ ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ

ମହାକାଳପଡ଼ା,୧୭ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ) କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନିକଟ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ନିକଟ ଛପାଲି-ପ୍ରଭାକରପୁର ପାଖରେ ୧୦ବର୍ଷରୁ ଅଧିକ ହେବ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ ଷ୍ଟେଶନ। ନିମ୍ନମାନର କାର୍ଯ୍ୟ ଯୋଗୁ ଅଦ୍ୟାବଧି ଏହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେବେ ଏହି ନିର୍ମାଣ ସମୟରେ ସବ୍‌ ଷ୍ଟେଶନକୁ ସଂଯୋଗ ପାଇଁ ରାସ୍ତା ସମସ୍ୟା ଥିବାରୁ ଅନ୍ୟ ଏକ କେନାଲ ବନ୍ଧ ଦକ୍ଷିଣ ପାଶର୍‌ବ ଚାଷ ଜମି ପଥ ଦେଇ ବିଦ୍ୟୁତ୍‌ ଖୁଣ୍ଟ ପକା ଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି କର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଘେରରେ ରହିଛି। ଏହି ସବ୍‌ଷ୍ଟେଶନ କାର୍ଯ୍ୟକ୍ଷମ ହେଲେ ବଉଳକଣି , ଜମ୍ବୁ , ରାମନଗର , ଖରିନାସୀ ଓ ବତିଘର ପଞ୍ଚାୟତକୁ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ହୋଇପାରିବ। ଅପରପକ୍ଷରେ ଏହି ଅଞ୍ଚଳର ମହାକାଳପଡ଼ା ବିଦ୍ୟୁତ୍‌ ସବ୍‌ ଷ୍ଟେଶନରୁ ସରବରାହ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଅନେକ ସମୟରେ କାଳବୈଶାଖୀ ପ୍ରଭାବରେ ଆକାଶରେ ବିଜୁଳି ଘଡ଼ଘଡି ହେଲେ ସ୍ଥଳ ଭାଗରେ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବହୁବର୍ଷର ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ଇଂସୁଲେଟର, ଶଙ୍ଖ ଆଦି ପୁରୁଣା ହେବା ଯୋଗୁ ତାର ଛିଡି ଯାଉଛି ତ କେଉଁଠି ଖୁଣ୍ଟ ଉପୁଡ଼ିଯାଇଛି। କେଉଁଠି ବଡ଼ ବଡ଼ ଗଛ ଡାଳ ଭାଙ୍ଗି ଖୁଣ୍ଟ ଓ ତାର ଉପରେ ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଉଛି। ଅଦ୍ୟାବଧି ଦେଶର ପ୍ରମୁଖ ବ୍ୟବସାୟୀ ଟାଟା କମ୍ପାନୀ ବିଦ୍ୟୁତ୍‌ ସରବରାହ ସଂସ୍ଥା ଦାୟିତ୍ୱ ନେବା ପରେ ପ୍ରବଳ ଗୁଳୁଗୁଳି ଗରମରେ ଉପଭୋକ୍ତମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।
ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି, ମହାକାଳପଡ଼ା ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ ମହାକାଳପଡ଼ା, ବାବର ଓ ଲୁଣା ସେକ୍ସନରେ ୩୭ ହଜାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ସାଢ଼େ ୪ ମେଗାୱାଟ ବ୍ୟୟ ହେଉଛି ବୋଲି କୁହାଯାଇଛି। ତେବେ ଏହି ୩ ବିଦ୍ୟୁତ୍‌ ସେକ୍ସନରୁ ମାସିକ ୮୦ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରାଯାଉଛି ବୋଲି ସୂଚନା ମିଳିଛି। ତେବେ କାଳବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତ ହେଲେ ଉପର ମୁଣ୍ଡରୁ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ସୃଷ୍ଟି ହୋଇଥାଏ। ଦିନ ଓ ରାତିରେ ବିଦ୍ୟୁତ୍‌ ସରବରାହ ବନ୍ଦ ହେଲେ ସ୍ଥାନୀୟ ଉପଭୋକ୍ତା ତଥା ଶିଶୁଠାରୁ ବୟସ୍କ ଲୋକ ଗରମ ଗୁଳୁଗୁଳିରେ ଆଉଟପାଉଟ ହେଉଛନ୍ତି। ତୁରନ୍ତ ଏହି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟକ୍ଷମ କରିବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ବିଦ୍ୟୁତ୍‌ ସବ୍‌ ଡିଭିଜନ ସହକାରୀ ଯନ୍ତ୍ରୀ ବାବୁଲାଲ ହାତୀଙ୍କୁ ପଚାରିବାରେ ବିଦ୍ୟୁତ ସରବରାହ ସମସ୍ୟାଗୁଡ଼ିକ ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟକାରୀ ହେବା ପାଇଁ ବିଭାଗ ଉଦ୍ୟମ ଚଳାଇଛି। ମାସେ ମଧ୍ୟରେ ଏହି ସବ୍‌ ଷ୍ଟେଶନ କାର୍ଯ୍ୟକାରୀ ହେବ। ଏହା କାର୍ଯ୍ୟକାରୀ ହେଲେ ଅଞ୍ଚଳର ବିଦ୍ୟୁତ୍‌ ସମସ୍ୟା ସମାଧାନ ହେବା ସହ ୫ଟି ପଞ୍ଚାୟତକୁ ନିରବଚ୍ଛିନ ଭାବେ ବିଦ୍ୟୁତ୍‌ ଯୋଗାଣ ହୋଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମାର୍ଶାଘାଇ ବିଦ୍ୟୁତ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କୁ ପଚାରିବାରେ ଛପାଲି ନିକଟ ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ନିର୍ମାଣକାରୀ ସଂସ୍ଥା ନିର୍ମାଣରେ ବିଳମ୍ବ ହେବା ଯୋଗୁ ସମସ୍ୟା ହେଉଛି। ଏହା କାର୍ଯ୍ୟକ୍ଷମ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାସେରୁ ଦୁଇ ମାସ ମଧ୍ୟରେ କର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?