ଆମ୍ବୁଲାନ୍ସ ବଦଳରେ ମୃତଦେହ ବାଇକ୍‌ରେ ଗଲା

ନୟାଗଡ଼,୧୭ା୬(ଲୋକନାଥ ମିଶ୍ର) ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗୁରୁବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କ ମୃତଦେହକୁ ପରିବାର ସଦସ୍ୟମାନେ ଆମ୍ବୁଲାନ୍ସ ବଦଳରେ ବାଇକ୍‌ ଯୋଗେ ନିଜ ଘରକୁ ନେଇ ଯାଇଥିଲେ। ତେବେ ମୃତଦେହ ଘରେ ପହଞ୍ଚତ୍ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା କରୁଥିବା ଡାକ୍ତର, ଚିକିତ୍ସାଳୟ ମ୍ୟାନେଜର, ହେଲପ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଜାଣି ପାରି ନ ଥିଲେ। ଚିକିତ୍ସାଳୟରେ ଯେ କେହି ମଲେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହେବାର ନିୟମ ରହିଛି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅବଗତ କରାଇିବାର ନିୟମ ରହିଛି। ତେବେ ଡାକ୍ତର ରୋଗୀଙ୍କ ମୃତ୍ୟୁ ନେଇ ଅବଗତ କରାଇ ନ ଥିବା ଜଣାପଡ଼ିଛି। ଏଭଳିସ୍ଥଳେ ଚିକିତ୍ସାଳୟରୁ ମନଇଚ୍ଛା ମୃତଦେହ ନେଇଯିବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବଘନପୁର ମୃତଦେହକୁ ନେଇଯିବା ପରେ ଯିଏ ଯେତେବେଳେ ପାଇବ ଚିକିତ୍ସାଳୟରୁ ମୃତଦେହ ନେଇ ଯିବେ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ନବଘନପୁର ଗଁାର କୀର୍ତ୍ତନ ବେହେରା କୁହନ୍ତି, ବାପା ପଞ୍ଚୁ(୯୦) ଗୁରୁବାର ସନ୍ଧ୍ୟାରେ ଅସହ୍ୟ ଗୁଳୁଗୁଳି ଯୋଗୁ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ। ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହକୁ ବାହାରକୁ ନେବା ପାଇଁ କହିଥିଲେ। ଯେଉଁ ଅଟୋରେ ବାପାଙ୍କୁ ଆଣିଥିଲୁ ସେଥିରେ ନେବା ପାଇଁ ଡ୍ରାଇଭର ସହ କଥା ହେଲୁ। ହେଲେ ଅଟୋ ଡ୍ରାଇଭର ମନା କରି ଆମ୍ବୁଲାନ୍ସ ଯୋଗେ ନେବା ପାଇଁ କହିଲେ। ଏପରି କି ଏକ ଅମ୍ବୁଲାନ୍ସ ବୁଝିଦେଇ ୧୮୦୦ ଟଙ୍କାରେ ଦେବା ପାଇଁ କହିଛନ୍ତି ବୋଲି କହିଥିଲେ। ସେହି ସମୟରେ କୀର୍ତ୍ତନଙ୍କ ପୁଅ ଗଁାରୁ ବାଇକ୍‌ ଯୋଗେ ଆସିଥିଲେ। ୧୮୦୦ ଟଙ୍କା କାହିଁ ଦେବୁ ପୁଅ ବାଇକ୍‌ରେ ମୃତଦେହ ନେଇ ଯିବୁ ଭାବି କାହାକୁ ନ ଜଣାଇ ବାଇକ୍‌ରେ ନେଇ ଆସିଲୁ। ଘରକୁ ମୃତଦେହ ଆଣିବା ସମ୍ପର୍କରେ ଚିକିତ୍ସାଳୟର କାହାରିକୁ ଜଣାଇନାହୁଁ। ପୁଣି ନିଜେ ଯାଇ କୌଣସି ଆମ୍ବୁଲାନ୍ସ ସହ ଯୋଗାଯୋଗ କରିନାହୁଁ। ବାଇକ୍‌ରେ ଆଣିବାକୁ ମୋତେ କେହି ପ୍ରବର୍ତ୍ତାଇ ନାହାନ୍ତି ବୋଲି ସେ କହିଛନ୍ତି। ଏ ନେଇ ସିଡିଏମ୍‌ଓ ମକରନ୍ଦ ବେଉରାଙ୍କୁ ପଚାରିବାରେ ନବଘନପୁରର ବୃଦ୍ଧଙ୍କ ମୃତଦେହ ବାଇକ୍‌ରେ ନେବା ଘଟଣାରେ ତଦନ୍ତ କରାଯାଇଥିଲା। ମୃତକ ପରିବାର ଲୋକ କାହାକୁ ନ ଜଣାଇ ମୃତଦେହକୁ ବାଇକ୍‌ରେ ନେଇ ଯାଇଥିଲେ। ମୃତଦେହକୁ ଆମ୍ବୁଲାନ୍ସରେ ନେବା ସମ୍ପର୍କରେ ପରିବାର ଲୋକ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିନାହାନ୍ତି। ଅନ୍ୟପକ୍ଷେ ମୃତଦେହ ଚିକିତ୍ସାଳୟରୁ ସ୍ଥାନାନ୍ତର ସମ୍ପର୍କରେ ଚିକତ୍ସାଳୟ ମ୍ୟାନେଜର, ହେଲପ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଜାଣି ନାହାନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri